ପାଣି ନୁହଁ ସେ ଗଙ୍ଗା ପାଣି

ଓଡ଼ିଆ କାହାଣୀ

ଜୀବନରେ ମଣିଷ ତାର ବହୁତ କଷ୍ଟ ଓ ନିଷ୍ଠାର ସହ କାମ କରି ତା ଜୀବନ ଶୈଳୀକୁ ଛୋଟ ରୁ ବଡ଼ କରି ଥାଏ । ତେବେ କାହାଣୀ ଆରମ୍ଭ ହୁଏ ମାଣିକପୁର ନାମକ ଛୋଟିଆ ଗାଁ ରୁ । ମହେନ୍ଦ୍ର ବାବୁ ଙ୍କ ଛୋଟ ପରିବାର, ମୂରବୀ ରୂପରେ ଘରକୁ ଦୃଢ଼ କରି ରଖିଥିଲେ। ପରିବାର ରେ ସ୍ତ୍ରୀ ମିରା, ପୁଅ ଲିଟୁ ଓ ଝିଅ ଲିପ୍ସା । ମହେନ୍ଦ୍ର ବାବୁ ଜଣେ କୃଷକ ତାଙ୍କ ସହ ତାଙ୍କ ପରିବାର ମଧ୍ୟ କାମରେ ହାତ ବଢ଼ାଉ ଥିଲେ।

ସାନ ଭାଇ ସୁରେନ୍ଦ୍ର ବିଦେଶରେ ରହୁଥାଏ। ଖରା ଛୁଟି ଯୋଗୁଁ ସେ ବହୁତ ଦିନ ପରେ ଗାଁ କୁ ଆସିବାକୁ ଇଚ୍ଛା କରିଛନ୍ତି ବୋଲି ମହେନ୍ଦ୍ର କୁ ଜଣାଇଲେ। ଏହା ଶୁଣି ମିରା ଓ ଲିପ୍ସା ବହୁତ ଖୁସି ଥିଲେ କାରଣ ବହୁତ୍ ଦିନ ପରେ ସେମାନେ ଗାଁ କୁ ଆସୁଛନ୍ତି। ସୁରେନ୍ଦ୍ର ଙ୍କ ସ୍ତ୍ରୀ ସୁଷମା ଏବଂ ଝିଅ ଲୋରି।

କିନ୍ତୁ ଲିଟୁ କୁ ଦାଦା ଙ୍କ ଗାଁ କୁ ଆସିବା ପସନ୍ଦ ନଥିଲା। ସେ ନିଜ ଦାଦାଙ୍କ ଉପରେ ବହୁତ୍ ରାଗେ କାରଣ ସୁରେନ୍ଦ୍ର ଜଣେ ଗର୍ବ ଓ ଅହଂକାରୀ ପ୍ରକୃତିର।

ସେମାନେ ଗାଁ ରେ ଆସି ପହଞ୍ଚିଲେ । ଲୋରୀ ଓ ସୁରେନ୍ଦ୍ର ବାବୁଙ୍କୁ ଗାଁ ପରିବେଶ ଭଲ ଲାଗେନୀ କିନ୍ତୁ ସୁଷମା ଦେବୀ ଙ୍କୁ ବହୁତ୍ ଭଲ ଲାଗେ । ଲୋରି ଗାଁ କୁ ଆସି ଗୋଟିଏ ମିନିଟ୍ ହୋଇନି ସେ ତା ବାବା ଙ୍କୁ କହିଲା ମୋତେ ଏଠି କିଛି ଭଲ ଲାଗୁନି। ଆମେ ଏହି ସ୍ଥାନ ରୁ କେବେ ଫେରିବା ? ମୋତେ ରହିବା ପାଇଁ ନା ଭଲ ଘର, ନା ଭଲ ବାଥ୍ ରୁମ୍ ଅଛି । ଏହା ଶୁଣି ସୁଷମା ଦେବୀ ରାଗରେ ପାଟି କରି କହିଲେ ଆରେ ତୁ କଣ ପାଗଳ ଭଳି ହଉଛୁ ? ତୁ ଆସିବା ଖୁସିରେ ତୋ ଭଉଣୀ କେତେ ଖୁସି ଅଛି ତୁ କଣ ଅନୁଭବ କରି ପାରୁନୁ? ଆସୁ ଆସୁ ଯିବା କଥା କହୁଛୁ । ଏହା ଶୁଣି ଲୋରୀ ରାଗି ଯାଏ।

କିଛି ସମୟ ପରେ ଲିପ୍ସା ଆସି ଲୋରି କୁ ପାଣି ଗ୍ଲାସ ଟିଏ ଦିଏ। ସେହି ପାଣି କୁ ଅଳ୍ପ ପିଇବା ମାତ୍ରେ ଲୋରୀ ଗ୍ଲାସ କୁ ଫୋପାଡ଼ି ଦିଏ। ଆଉ ଲିପ୍ସା କୁ କୁହେ ଇଏ କଣ ପିଇବା ପାଣି ୟାକୁ ଆମେ ୱାସ୍ ରୁମ୍ ରେ ବି ୟୁଜ କରୁନାହୁଁ। ଲିପ୍ସା ବହୁତ୍ ଶାନ୍ତ ଓ ସରଳ ଝିଅ ଟିଏ ସେ କିଛି ନ କହି ଧୀରେ ରହିଗଲା। ସୁଷମା ଦେବୀ ଏହା ଦେଖି ପୁଣି ଗାଳି ଦିଅନ୍ତି। ସେ ଚାହୁଁ ଥିଲେ ତାଙ୍କ ଝିଅ ଲୋରୀ ମଧ୍ୟ ଲିପ୍ସା ପରି ଶାନ୍ତ ଆଉ ସରଳ ହେଉ ବୋଲି । କିନ୍ତୁ ଲୋରୀ ଲିପ୍ସା ର ଓଲଟା।

ତା ପର ଦିନ ସୁଷମା ଲିପ୍ସା କୁ କୁହେ ମାଆ ଲିପ୍ସା ତୁ ମୋ ସୁନା ଝିଅ, ତୁ ଟିକେ ତୋ ସାନ ଭଉଣୀ ଲୋରୀକୁ ଟିକେ ବଦଳାଇ ଦେ। ଲିପ୍ସା କୁହେ, ଖୁଡି ତୁମେ ଚିନ୍ତା କରନି ଲୋରୀ ବହୁତ୍ ଭଲ ତାକୁ ଗାଁ ପରିବେଶ ମଧ୍ୟ ଧୀରେ ଧୀରେ ଭଲ ଲାଗିବ । ତାକୁ ଏଠୀ କା ପାଣି ଭଲ ଲାଗୁନି ସେଥି ପାଇଁ ଟିକେ ଅସୁବିଧା ହେଉଛି। କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହିଁ । ମୁଁ ତା ପାଇଁ ପାଖ ଗାଁ ରୁ ମିଠା ପାଣି ଆଣି ଦେବୀ। ଲିପ୍ସା ଯାଇ ସବୁ ଦିନେ ଲୋରୀ ପାଇ ଅନ୍ୟ ଗାଁ ରୁ ପାଣି ଆଣି ଦିଏ ଆଉ ଲୋରୀ ଲିପ୍ସା ଉପରେ ଧିରେ ଧିରେ ପସନ୍ଦ କରିବାକୁ ଲାଗିଲା।

ଦିନେ ଲିପ୍ସା ପାଣି ଆଣି ବାକୁ ଯିବାକୁ ବାହାରିଲା ଲୋରୀ କହିଲା ଦିଦି ମୁଁ ମଧ୍ୟ ତୁମ ସହ ଯିବି । ତାପରେ ଦୁଇଭଉଣୀ ମିଶି ପାଣି ପାଇଁ ବାହାରିଲେ । ସବୁ ଜାଗା ଦେଖି ଲୋରୀ ପଚାରୁ ଥାଏ, ଇଏ କଣ ଦିଦି ? ସବୁ ନଦୀ ନାଳ ଶୁଖିଲା ! କେଉଁଠାରେ ମଧ୍ଯ ପାଣି ନାହିଁ ! ଲୋକ ପାଣି ପାଉଛନ୍ତି କେଉଁଠାରୁ ? ଲିପ୍ସା କହେ ଖରା ଦିନ ସମୟରେ ପାଣି ପାଇଁ ଆମ ଗାଁ ରେ ଅସୁବିଧା ହୁଏ । ସେଥିପାଇଁ ପାଣି ଅଭାବ ହୁଏ ଆଉ ଯେଉଁଠି ଭଲ ପାଣି ମିଳେ ସେଇ “ପାଣି ଆମ ଗାଁ ଲୋକଙ୍କ ପାଇଁ ଗଙ୍ଗା ପାଣି ଠାରୁ କମ ନୁହଁ”

ଲୋରୀ କିଛି ଦିନ ପୂର୍ବ କଥା ଭାବେ ସେ ତା ଭଉଣୀ ହାତରୁ ପାଣି ଗ୍ଲାସ୍ ଟିକୁ କିପରି ଫୋପାଡି ଦେଇ ଥିଲା ତାର ମୂଲ୍ୟ ଏଠି କାର ଲୋକ ପାଇଁ କେତେ ମହତ୍ତ୍ୱ ପୂର୍ଣ୍ଣ ସେ ନିଜ ଭୁଲ୍ ସେତେବେଳେ ବୁଝିପାରିଲା। ଲିପ୍ସା କୁ ମଧ୍ୟ କ୍ଷମା ମାଗିଲା। କଥାରେ କଥାରେ ପାଖ ଗାଁ ରେ ପହଞ୍ଚିଲେ। ସେଠୀ ପାଣି ନେବା ପାଈ ବହୁତ୍ ଲୋକ ଧାଡ଼ି ବାନ୍ଧିଛନ୍ତି। ଏହା ଦେଖି ଲୋରୀ ପଚାରେ ଦିଦି ଏଠାରେ ବହୁତ୍ ଲୋକ ଅଛନ୍ତି ପାଣି ଆମକୁ କେତେବେଳେ ମିଳିବ ? ଲିପ୍ସା କୁହେ କଣ କରିବା ଏହି ଗାଁ ରେ ମଧ୍ୟ ସେହି ଅସୁବିଧା। ଏଠାରେ ମଧ୍ୟ ପାଣି ମିଳେ ନାହିଁ ତେଣୁ ଲୋକ ଏମିତି ହିଁ ସକାଳୁ ଧାଡ଼ି ରେ ଠିଆ ହୋଇ ପାଣି ନିଅନ୍ତି।

ତୁ ସେଠୀ ଗଛ ପାଖରେ ବସିଥାଆ ମୁ ପାଣି ଆଣିଲା ପରେ ଯିବା। ବହୁତ୍ ସମୟ ଅପେକ୍ଷା ପରେ ଲିପ୍ସା ପାଣି ଆଣେ ଏଵଂ ଦୁହେଁ ଘରକୁ ଫେରି ଆସିଲେ । ଏଠି ପାଣି ର ମୂଲ୍ୟ କେତେ ଅଧିକା, ଲୋରୀ ନିଜ ବାବାଙ୍କୁ କହେ ଏବଂ ନିଜ ଭୁଲ କୁ ମଧ୍ୟ ମାନି ନିଏ। ତା ପର ଦିନ ଠାରୁ ଲିପ୍ସା କୁ ପାଣି ଆଣି ଯିବାକୁ ମନା କରେ ଆଉ ସେ ମଧ୍ୟ ଘର ର ସେହି ପାଣି କୁ ପିଏ। କିଛି ଦିନ ପରେ ଲୋରୀ ର ଖରା ଛୁଟି ଶେଷ ହେବାକୁ ଲାଗିଲା। ସେତିକି ଦିନ ଭିତରେ ଦୁଇ ଭଉଣୀ ଏକାଠି ଖାଆନ୍ତି, ଏକାଠି ଶୁଅନ୍ତି ଏକାଠି ରୁହନ୍ତି । ହେଲେ ଲୋରୀ ଫେରି ଯିବା ପାଇଁ ବିଲ୍ କୁଲ୍ ଇଚ୍ଛା ନ ଥାଏ। ସେ ବାବା ଙ୍କୁ କହେ। ବାବା ମୁଁ ଗାଁ ରେ ଆଉ କିଛି ଦିନ ରହିବି। ସୁରେନ୍ଦ୍ର ବାବୁ କହିଲେ ପରେ ପୁଣି ଆସିବା। ଦୁଇ ଭଉଣୀ ଙ୍କ ଭଲ ପାଇବା ଦେଖି ଦୁଇ ପରିବାର ଖୁସି ଥିଲେ।

ପର ଦିନ ଲୋରୀ ବ୍ୟାଗ୍ ସାଇତି କରି ବାହାରିଲା। ଦୁଇ ଭଉଣୀ ଙ୍କ ଆଖିରେ ଲୁହ ଥିଲା। ଲୋରୀ ଲିପ୍ସା କୁ କୁଣ୍ଢେଇ କହିଲା ଦିଦି ମୋତେ କ୍ଷମା କରିଦେବ ମୁଁ ସେଦିନ ତୁମ ପାଣି କୁ ଫୋପାଡି ଦେଇଥିଲି ସେଥିପାଇଁ ମୁଁ ନିଜକୁ ଲଜ୍ଜିତ ମନେ କରୁଛି। ଲିପ୍ସା କହିଲା ଆରେ ପାଗେଳି ମୁଁ ତୋ ଭଉଣୀ, ବଡ ଭଉଣୀ ସାନ ଭଉଣୀ ର କୌଣସି କଥା କୁ କେବେ ଭୁଲ ଭାବେ ନାହିଁ। ଲୋରୀ କହିଲା, ପ୍ରକୃତରେ ଏହି ଗାଁ ପାଇଁ “ଅଳ୍ପ ଟିକେ ପାଣି ମଧ୍ୟ ଗଙ୍ଗା ପାଣି ସହ ସମାନ”। ଦୁଇ ଭଉଣୀ ପୁଣି କୁଣ୍ଢେଇ ହୋଇ ଦୁହେଁ ଦୁହିଁଙ୍କୁ ବିଦାୟ ଦେଲେ।

ତେବେ ଏହି କାହାଣୀ ରେ ପାଣି ର ମହତ୍ତ୍ୱ କୁ ଦର୍ଶାଇ ବର୍ଣ୍ଣନା କରାଯାଇଛି । ତେବେ ଏହି ଗ୍ରୀଷ୍ମ ଋତୁରେ ଏବଂ ଆଗକୁ ମଧ୍ୟ ପାଣି କୁ କମ୍ ବ୍ୟବହାର କରି ତାକୁ ସାଇତି ରଖିବା ଦରକାର । ତେବେ ପାଠକ ବନ୍ଧୁ ମାନଙ୍କୁ ମୋର ଅନୁରୋଧ ଯେ ସେମାନେ ନିଜ କୁନି ଭାଇ ଭଉଣୀ ମାନଙ୍କୁ ଏହି କାହାଣୀ କୁ ପଢାନ୍ତୁ ଏବଂ ଏମିତି ଅନ୍ୟ ମନଛୁଆଁ ଶିଶୁ ଗଳ୍ପ ପଢ଼ିବା ପାଇଁ ତଳେ ଥିବା ମୋ ପେଜ ରେ କ୍ଲିକ୍ କରି ପଢନ୍ତୁ ।

କାହାଣୀ ଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ମଧ୍ୟ ଜଣେଇବାକୁ ଅନୁରୋଧ ।

ମୁଖ୍ୟ ବିନ୍ଦୁ

୧. ଭବିଷ୍ୟତ ରେ ପାଣିର ସଙ୍କଟାପନ୍ନ ସ୍ଥିତି ଆସିପାରେ ସେଥିପାଇଁ ପାଣି କୁ ସଞ୍ଚୟ କରିବା ଅତି ଜରୁରୀ ଅଟେ ।

୨. ପାଣି କୁ ଅନାବରତ ନଷ୍ଟ କରନ୍ତୁ ନାହିଁ ଏବଂ ଘରକୁ ଆସୁଥିବା ସମସ୍ତ ଅତିଥି ଙ୍କୁ ପାଣି ପ୍ରଦାନ କରିବା ଉତ୍ତମ ବ୍ୟବହାର ଅଟେ ।

୩. ଆଜିକାଲି ର ତାପମାନ ବୃଦ୍ଧି କେବଳ ଏହି ମାନବ ଜାତି ପାଇଁ ହୋଇଛି ତେଣୁ ସମସ୍ତ ଛୋଟ ବଡ ପାଠକ ବନ୍ଧୁ ମାନଙ୍କୁ ଅନୁରୋଧ ଆଗାମୀ ବର୍ଷା ଋତୁରେ ଅଧିକ ରୁ ଅଧିକ ଗଛ ଲଗେଇବା ପାଇଁ ଚେଷ୍ଟା କରନ୍ତୁ ।

ପୂଜା ସ୍ୱାଇଁ ଙ୍କ ଦ୍ଵାରା ଲିଖିତ
ସୋଲଣ୍ଡି, ଗଞ୍ଜାମ ।

10 Responses

  1. Manisa mane paniku bahut nasta karnti ta samastanku anuradh ki je jetiki darkar setiki hin use karntu

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading