Category Archives: manoj

ସ୍ମୃତି ତୁମେ

#Smruti Tume, ସ୍ମୃତି ତୁମେ
ଏମିତି ବି ହୁଏ,
ଚିହ୍ନା ଚିହ୍ନା ହସ ଲୁହ ରେ ବି
ଜି ଯାଏ ବେଳେ ବେଳେ ନିଜର ସ୍ଵରୂପ,
ଆଶାର ରେ କି ସ୍ୱତ୍ପର ଜୁଆରେ ବି
ଅକ୍ଷତ ଅକ୍ଷୁର୍ଣ୍ଣ ରୁହେ
ନୈରାଶ୍ୟ ବିକଟାଳ ରୂପ,
କେବେ କେବେ ସାଗର ବି
କାନ୍ଦିଉଠେ
ଆକାଶ କୁ ଛୁଇଁବା ପାଇଁ,
ଆଉ ଶିଥୀଳ ସ୍ମୃତି ସବୁ ଚେଇଁ ଉଠନ୍ତି
ଲୁହ ଶୀତଳ ସ୍ପର୍ଶ ରେ
ଉଜୁଡା ହୃଦୟେ ମୋ ପ୍ରତିଟି ତରଙ୍ଗେ
ସ୍ମୃତି କେତେ ସୁନେଲି ସ୍ୱପ୍ନ
ବିଡମ୍ବନା ଏହି କିନ୍ତୁ
ଚାରିଆଡ଼େ ମୋର ଘନ ନିଶାକର…..
ଅସହ୍ୟ ବେଦନା ଆଉ ଅକୁହା ଯନ୍ତ୍ରଣା ସବୁ
ଚେଇଁ ଉଠନ୍ତି
ନିର୍ବାକ୍ କେଉଁ ମୁହୁର୍ତ୍ତରେ
ଅନ୍ତର ବିଦାରି
ରକ୍ତାକ୍ତ କରିବାକୁ କୋମଳ ଯେତେ ମୂର୍ଛନା ର
ସ୍ୱର……
By. Manoj Kumar Behera (Poet)

ମୂର୍ତ୍ୟୁ

#ମୂର୍ତ୍ୟୁ।     ( Death)

“କାହା ମନରେ ଦୁଖଃ ଦେବା ହେଉଛି,
ନିଜକୁ ଭଗବାନଙ୍କ ଆଶୀର୍ବାଦ ପାଖରୁ
ଦୁରେଇ ଦେବା”
ତୁମ ପାଈଁ……………….
ନିୟତିର ନୀରୁତ୍ତର,
ଉପଲବ୍ଧ, ଆଗାମୀ ବର୍ଷର
ଭବିଷ୍ୟତ ହୋଇ…………
ତୋ ଦରବାରରେ ଘିଅଦୀପ ଧରି ;
ଚଳିତ ଶତାବ୍ଦୀର
ଦ୍ୱାଦଶ ପାହାଚରେ ;
ବାଇଶି ଛୁଇଁ ଇତିହାସ ହୋଇଯାଇଥିବା
ବୟସକୁ ନେଇ ସମର୍ପି ଦେଇଛି;
ଜୀବନକୁ ଆଳତି କରି
କାଦୁଅ ହୋଇ ଯାଇଥିବା
ବାକିତକ ଜୀବନର
ପ୍ରତ୍ୟେକ ଦିନ “ଦୁଃଖ-ସୁଖ” ଲୁହରେ
ଭିଜିଥିବା
ଓଦା ଦୀପାଳିର ଓଠରୁ – ଆଖିରୁ…….
ଲୁହର ଘିଅ ସରିଗଲେ;
ତମେ ଆସି ପହଞ୍ଚିବ…………
ସେତେବେଳକୁ ସବୁ ଶେଷ……
ଆଉ ତାପରେ
“ମୁଁ ତୁମର”
ମୂର୍ତ୍ୟୁ ; ! ତୁମେ ମୋର ହୋଇଯିବ ।।
ମନୋଜ କୁମାର ବେହେରା
……..ଙ୍କ କଲମରୁ