Category Archives: manoj

ଶିଶୁଟିଏ ହସି ଦେଲେ

When_a_Child_Smile_by_manoj_kumar_behera
When a Child Smile
ଶିଶୁଟିଏ ହସି ଦେଲେ
କେତେ ମାଦକତା, କେତେ ନିଷ୍କପଟତା
ପୂର୍ଣ୍ଣ କରିଦିଏ ଭାରକ୍ରାନ୍ତ ମନକୁ
ନା ଅଛି ଅଭିମାନ……. ନା…………
ଅଛି ଅଭିଯୋଗ ………..
ଅଭିଯୋଗ ଅଭିମାନକୁ ପଦାଘାତ କରି
ଚାଲିବା ଶିଖିବାଠାରୁ ………..
କେଜାଣି କେତେବେଳେ ତା ମନ ଭିତରେ
ବାରମ୍ବାର ପ୍ରତିଧ୍ୱନିତ କରେ……….
ବିବ୍ରତ କରେ……..
ଭୁଲିଯାଏ; ଅତୀତର ଘଟଣାସବୁ ….
ବର୍ତ୍ତମାନ ପାଖରେ ହଜାଇଦିଏ;
ଖୋଜିବାକୁ ଲାଗେ ଆଗାମି ଦିନର
ସୁନେଲି ସୂର୍ଯ୍ୟର ଉଦିୟମାନ
ରଶ୍ମି ପରି….
ଭବିଷ୍ୟତକୁ ।
ସେଇଠି ସେତେବେଳରୁ ବଦଳି ଯାଏ
ମାଦକଭାର ହସ ଟିକକ
କିଛି ସ୍ୱପ୍ନିଳ, କିଛି ଅନାଦୃଶ୍ୟ ଭାବେ…..
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……

ସଂକଳ୍ପ

କେତେ ଦିନ ଆଉ ସହିବି କହ
ତୋ ହୃଦୟରେ ମୋ ଯାଗା କୁ
ଶୂନ୍ୟ କରି ଚାଲିଯିବା ପାଇଁ……
ଆଉ କେତେ ଥର କହିବୁ
ଯାଅ ତୁମେ, ଯାଅ ତୁମେ……. ଚାଲି ଯାଅ……
ତୁ କଣ ଭାବିଛୁ, ମୁଁ ସତରେ ଚାଲିଯିବି ???
କିନ୍ତୁ ସମୟର ସ୍ରୋତରେ ଗଲା ବେଳେ ???
ଦୂରକୁ ବହୁ ଦୂରକୁ,
ତୋର ମନ ଟିକୁ ସାଥିରେ ନେଇଯିବି ।
ଏହା ତ ମୋର ପ୍ରଥମ ସଂକଳ୍ପ !!
ଦ୍ଵିତୀୟ ବାର କହିବାକୁ ଗଲେ
ମୋ ମନର ସବୁ ଦୁଃଖ ଆଉ ଦରଦ
ଭରିଦେବି ତୋ ମନରେ ।
ଛାତିରେ ହାତ ରଖି କହ ତ ??
“ମୁଁ ଚାଲିଗଲେ ତୁ କଣ ଶାନ୍ତି ପାଇବୁ” ??
କେବଳ ବିରହି ପ୍ରେମିକ ଟିଏ ହୋଇ
କାଳିଦାସ ଙ୍କ ଶକୁନ୍ତଳା ପାଲଟି ଯିବୁ
କିନ୍ତୁ ମୁଁ ଚାହେଁନି ଏହା !
ଶୁଣ !! ମୋ ପାଇଁ ତୋ ଜୀବନରୁ
ଦୁଇ ଘଡି ମୁହୂର୍ତ୍ତ ଦେବୁ !!!
ନିରୋଳାରେ ଏକାକୀ
ମୋକଥା , ଥରେ ଭାବିବୁ ;
ମନେ ନ ପଡିଲେ ,
ସବୁଦିନ ପାଇଁ….
ଭୁଲିଯିବୁ….. ।
ଲୁହର ପଞ୍ଜୁରୀ ବାନ୍ଧି ହୋଇ,
ଯଦି ତୁ କହୁଛୁ, ମୁଁ ଫେରିଯିବି ନିଶ୍ଚେ
ସପ୍ତସିନ୍ଧୁ ହୋଇ…….
ବାସ୍ତବତା ଆଉ ସତ୍ୟତା ଠାରୁ
ବହୁଦୂରକୁ….
ଏକ ନିଶ୍ଚିତ ସଂକଳ୍ପ ନେଇ …….
ମନୋଜ କୁମାର ବେହେରା ଙ୍କ
କବିତା ପୃଷ୍ଠାରୁ……..
ଏହି ହୃଦୟସ୍ପର୍ଶୀ କବିତା ଅଧ୍ୟୟନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ମୋର ଅନ୍ୟ କବିତା ଗୁଡିକ ପଢିବା ପାଈଁ ଏଠାରେ Click କରନ୍ତୁ