Category Archives: Narendra

ହେ ଗଜାନନ




ଆସିଛନ୍ତି ଆମ ଗଣେଶ ବାବା
ଚାଲ ଭାଇ ତାଙ୍କୁ ପୂଜା କରିବା..

ସାଥେ ଆସିଛନ୍ତି ମୂଷିକ ରାଜା
ଖେଳିବା ତା ସାଥେ କରିବା ମଜା..

ଖସା ଲଡୁ ତାଙ୍କ ଭାରି ସରାଗ
ଶ୍ରୀଫଳ ନେଇଣ କରିବା ଭୋଗ..

ତାଙ୍କ ପାଇଁ ସଜା ପୂଜା ମଣ୍ଡପ
ବସାଇବା ଦେଇ ଚନ୍ଦନ ଧୂପ..

ଯେସନେ ପ୍ରଭାତେ ଦେବତା ସୂର୍ଯ୍ୟ
ଦେବା ଦେବୀ ମଧ୍ୟେ ସେ ଅଗ୍ର ପୂଜ୍ୟ..

ବିଦ୍ୟା ଦାତା ପ୍ରଭୁ ହେ ଗଜାନନ
ବିଘ୍ନ ବିନାଶକ ଶିବ ନନ୍ଦନ..

ତୁମରି ଆଶିଷ କରୁଣା ପାଇ
ଜୀବନର ନର୍କ ଯାଏ ମୁଁ ଡେଇଁ..

ଅଜ୍ଞାନ କୁ ଦିଅ ଜ୍ଞାନ ଆଲୋକ
ଦୂର ହୋଇ ଯାଉ ଜୀବନୁ ଶୋକ..

ନରେନ୍ଦ୍ର କୁମାର ସ୍ବାଇଁ
ଗୋଳାବନ୍ଧ, ଗଞ୍ଜାମ ।

https://bhuyansblog.in/narendra/

ଉଚ୍ଚ ନୀଚ୍ଚ




ଦୁଃଖ ଲାଗେ ମୋତେ ଦେଖିଲେ ନୟନେ
ଛୁଆଁ ଅଛୁଆଁ ର ନୀତି,
ଉଚ୍ଚ ଆଉ ନୀଚ୍ଚ ଭାବନାରେ ଆମ
କଟୁ ଅଛି ଦିନ ରାତି…

ନୀଚ୍ଚ କୂଳେ ଜନ୍ମ ପାଇଥାନ୍ତି ଯିଏ
ମଣିଷ କି ସେହି ନୁହେଁ,
ହରିଜନ ବୋଲି ନାମ ସେ ବୋଲାଏ
ହରୀଙ୍କର ଭକ୍ତ ସିଏ…

ତଥାପି ମଣିଷ ଅମଣିଷ ସମ
କରେ କେତେ ହତାଦର,
ଛୁଇଁ ଦେଲେ କାଳେ ସୁଦ୍ଧ ନଷ୍ଟ ହେବ
ମନେ ଥାଏ ୟାଙ୍କ ଡର…

ଦେଖିଅଛି କେତେ ଗ୍ରାମେ ସେମାନଙ୍କୁ
ମନ୍ଦିର କୁ ଯିବା ମନା,
ଉଚ୍ଚ ଜାତିର ଏ କଠୋର ନିୟମ
ଭାବନ୍ତି ନିଜକୁ ସୁନା…

ଭୋଜି କାର୍ଯ୍ୟ ହେଲେ ଅଲଗା ବସାନ୍ତି
ନ ମିଶାନ୍ତି କାହା ସାଥେ,
ହାତେ ଛାଡ଼ି ତାଙ୍କୁ ଖାଦ୍ୟ ପରସନ୍ତି
ଉଚ୍ଚ ଜାତି ଲୋକ ଯେତେ…

ନୀଚ୍ଚ କୂଳେ ଜନ୍ମ ପାଏ ଯେଉଁ ନର
ତାହାର ତ କେଉଁ ଦୋଷ,
ରକ୍ତ ମାଂସେ ଗଢା ଶରୀର ଟି ତାର
ତୁମ ପରି ସେ ମଣିଷ…

ନରେନ୍ଦ୍ର କୁମାର ସ୍ୱାଇଁ ଙ୍କ ଦ୍ଵାରା ଲିଖିତ…