Category Archives: #odia

Smruti Tume Sradhanjali (A true Story ) Page-164

ମାଧବ ବାବୁ:- ତୋର ତ ସାହସ କମ ନୁହଁ, ତୁ ମୋ ପୁଅକୁ ମାରିଲୁ ପୁଣି ମୋ ଉପରକୁ ବି ହାତ ଉଠେଇଦେଲୁ । ତୁ ଜାଣିନୁ ମୁଁ ତୋର କଣ ଅବସ୍ଥା କରିପାରେ । ତୁ କିଏ ରେ …
ସନ୍ଧ୍ୟା କହୁଥାଏ-

ସନ୍ଧ୍ୟା :- ବାବା !! ଇଏ ହଉଛନ୍ତି ସରିତାର ବାପା ।

ମାଧବ ବାବୁ- ଆଚ୍ଛା !! ତା ହେଲେ,  ଇଏ ହଉଛି ସେଇ ଭଦ୍ରଲୋକ, ଯିଏ ନିଜ ସ୍ଵାର୍ଥପାଇଁ ନିଜ ଝିଅକୁ ତା ଅନିଚ୍ଛା ସତ୍ତ୍ୱେ ବାହାଘର କରିବାକୁ ବସିଥିଲା । 

ତୁ କେଡେ ରାକ୍ଷସଟା କିରେ ତୋ ନିଜ ଖୁସି ପାଈଁ ନିଜ ଛୁଆର ଖୁସିକୁ ଛଡେଇ ନେବାକୁ ବସିଥଲୁ ।

ସରିତାର ବାପା:- ତୁ କିଏ?? ଆମ ବାପ ଝିଅଙ୍କ ମଝିରେ ଫାଟ ତିଆରି କରିବାକୁ । 
ମୋ ଘର କଥା ମୁଁ ବୁଝିବି, ତୁ ବୁଝିବାକୁ କିଏ ??

 ମାଧବ ବାବୁ:- ତୋ ଘର କଥା !! ମୋ ପୁଅ ଉପରେ ହାତ ଉଠେଇକି କହୁଛୁ କଣ ନା ତୋ ଘର କଥା । 
ତୁ ବୋଧେ ଭୁଲି ଯାଉଛୁ ଏଇଟା ତୋ ଘର ନୁହଁକି ତୋ ଗାଁ ନୁହଁ । 

ଏଇଟା ଭୁବନେଶ୍ୱର ମୋ ସହର ତୋତେ ଏଇଠୁ ସାଫ କରିବା ପାଈଁ ମୋତେ ଗୋଟେ ମିନିଟ ବି ଲାଗିବନି । 
ଦେଖ ମୁଁ ତୋର କଣ ଅବସ୍ଥା କରିବି, ସାଗର ଫୋନ ଲଗା…

ଏତିକି ବେଳେ କୁମାର କହୁଥାଏ …

To be continued…….


Promo: (କୁମାର ନିଜ ଭୁଲ ମାନିଲା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-164



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_164
Smruti+tume+sradhanjali+in+odia+by+kumars+diary+part+164

Smruti Tume Sradhanjali (A true Story ) Page-161

ସନ୍ଧ୍ୟା:-ଆରେ ସମସ୍ତେ ଶୁଣ, ସିନେମା ଦେଖାତ ସରିଲା, ଏବେ ଚାଲ ହୋଟେଲ ଆଡେ ଟିକେ ବୁଲିକି ଆସିବା । ଏମିତିରେ ବି ମୋତେ ବହୁତ ଭୋକ ହେଲାଣି ।

ଦୀପା:-ତୁ ପରା ଘରେ ଖାଇକି ଆସିଥିଲୁ, ଏତେ ଜଲଦି ଭୋକ ଲାଗିଲାଣି ତୋତେ ।

ସନ୍ଧ୍ୟା:-ତୁ କଣ ଜାଣିଲା ଭଳିଆ ହଉଛୁ ଯେ, ତୁ କଣ ଜାଣିନୁ 3-4 ଘଣ୍ଟାକୁ ଥରେ ମୋତେ ଭୋକ ଲାଗେ ବୋଲି ।

ସମସ୍ତେ ସେଠି ହସିବାକୁ ଲାଗିଲେ ।

ସନ୍ଧ୍ୟା:- ଆରେ ହସୁଛ କଣ ପାଇଁ ?? ସତରେ ମୋତେ ବହୁତ ଭୋକ ଲାଗେ ।

ସମସ୍ତଙ୍କର ହସ ବନ୍ଦ ହୋଇଯାଇଥାଏ, ହେଲେ ଆକାଶର ହସ ବନ୍ଦ ହୋଇନଥାଏ ।

 ସନ୍ଧ୍ୟା ତାକୁ କହୁଥାଏ ….
 ସନ୍ଧ୍ୟା:-ଏଇ ମଇଁଷି ଦାନ୍ତ କାହିଁକି ଦେଖଉଛୁ, ମୋ ଠାରୁ ତୋ ଧନ ଅଧିକ ଭୋକ ସମ୍ଭାଳି ପାରେନା । 

ତୁ କଣ ଦେଖିନୁ କି ?? Interval ରେ ତମେ ସମସ୍ତେ ଯାଇକି ଯୋଉ ସବୁ Popcorn ଆଣିଥିଲ, ସେ ତାର Popcorn ଖାଇସାରି କୁମାର ମୋ ପାଇଁ ଯୋଉ kurkure ଆଉ Popkorn ଆଣିଥିଲେ ସେ ସବୁ ବି ସେ ଖାଇସାରିଛି । 
ମୋ କଥା କହିଲା ବେଳକୁ ଦାନ୍ତ ଦେଖଉଛି ।

କଣ ?? ଠିକ୍ କହିଲିନା ଦୀପା !! ପୁଣି ସମସ୍ତେ ହସିଲେ ।

ସନ୍ଧ୍ୟାକୁ ଧିରେ ଧିରେ କହୁଥାଏ ।

ଦୀପା:-ବାଲୁରି, ଲୋ!!  ତୋ ପେଟରେ କିଛି କଥା ରହୁନି ସବୁ ବାନ୍ତି କରିଦଉଛୁ । ସମସ୍ତଙ୍କୁ କହିବା କଣ ଦରକାର ।

To be continued…….


Promo: (ସନ୍ଧ୍ୟା,, ଗାଡି ଭିତରେ ବଲ ବଲ ହେଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-161



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_161
Smruti+tume+sradhanjali+in+odia+by+kumars+diary+part+161