Category Archives: #odia

Love Forever 13( A Story of Love Birds) …13

Love Forever( A Story of Love Birds) ...13
Love Forever( A Story of Love Birds) …13
ଦଶମ ପରେ ସେ ତା ମାଉସୀ ଘରେ ରହି କଲେଜ୍ ରେ ପଢ଼ୁଥିଲା । ଭଲ ହେଲା ଆମ କଲେଜ୍ ରେ ପଢିଲା ନାହିଁ । ଏବେ ସମସ୍ୟା ଥିଲା ଯେ ସେ ଜାଣି ସାରିଛି ମିହିର ର ଚାକିରି ହୋଇ ଯାଇଛି ଏବଂ ସେ ତାର ବାପା ଙ୍କୁ ମିହିର ବିଷୟରେ କହିବା ପରେ ତା ବାପା ଖୁସିରେ ଦିପୁ ର ପ୍ରସ୍ତାବ କଥା ନେଇ ଦିପୁ ର ମାମୁଁ ମିହିର ଘରେ ପହଞ୍ଚି ଥିଲେ । ମିହିର ର ଘର ଲୋକେ କହିଲେ ଯେ ସେ ଟ୍ରେନିଂ ରେ ଅଛି । ସେ ଟ୍ରେନିଂ ସାରି ଗାଁକୁ ଆସିଲା ପରେ ଆମେ କିଛି କହି ପାରିବୁ କହି ତାଙ୍କୁ ଫେରେଇ ଦେଲେ କିନ୍ତୁ ଦିପୁ ର ମାମୁଁ ମିହିର ର ବାପା କୁ କହିଲେ ଆମେ ମିହିର ଆସିଲା ପରେ ପୁଣି ଆସିବୁ କହି ଚାଲିଗଲେ।
ମିହିର ର ବାପା ଭାବିଲେ ପୁଅ ଘର ଲୋକେ ଝିଅ ଦେଖିବାକୁ ଯାଆନ୍ତି କିନ୍ତୁ ଏଠି ଝିଅ ଘର ଲୋକେ ପୁଅ ଦେଖିବାକୁ ଆସିଛନ୍ତି। ଏହି ଖବର ମିହିର ର ବାପା ମିହିର କୁ କହିଲେ ନାହିଁ କାରଣ ମିହିର ର ବାପା ଭାବିଲେ ପୁଅ ଯେବେ ଗାଁକୁ ଆସିବ ସେ ସମୟରେ କହିବି। ମିହିର ଯେବେ ଟ୍ରେନିଂ ପାଇଁ ଗଲା ସେତେବେଳେ ତା ସାଙ୍ଗ ଶଙ୍କର କୁ କହିଥିଲା କି ଘର ର କିମ୍ବା ଅନୁ ର କିଛି ଦରକାର ପଡେ ତେବେ ସାହାଯ୍ୟ କରିବୁ।
ଶଙ୍କର ଏହି ପ୍ରସ୍ତାବ କଥା ଜାଣି ମିହିର କୁ ନ କହି ସେ ସିଧା ମୋତେ କହିଲା । ମୋର ରାଗ ପ୍ରଚଣ୍ଡ ମୁଁ ଏବଂ ମୁଁ ମନ୍ମଥ କୁ ନେଇ ପହଞ୍ଚିଲି ଦିପୁ ର ଗାଁରେ, ସେ ଗାଁ ଆମ ଗାଁ ଠାରୁ ୨ କିମି ଦୂରରେ । ଦିପୁ ଘରେ ପହଞ୍ଚିବା ପରେ ଦେଖିଲି ସେଠୀ ତାଙ୍କ ମା ଥିଲେ , ଦିପୁ ମୋତେ ଦେଖି ଘରକୁ ଡାକିଲା ନାହିଁ ।
ମୁଁ ବାହାରେ ରହି ଦିପୁ କୁ କହିଲି ମିହିର ଘରକୁ ତୋର ପ୍ରସ୍ତାବ ନେଇ ଯାଇ, ତୁ ବହୁତ୍ ବଡ ଭୁଲ କରିଛୁ । ଯଦି ପୁଣି ଥରେ ଯିବାକୁ ଚେଷ୍ଟା କରିବୁ ନା ତେବେ ମୋର କାଳୀ ରୂପ ଦେଖିବୁ । ଏଇଟା ମୋର ଶେଷ ଚେତାବନୀ । ଏତିକି କହି ମୁଁ ଫେରି ଆସିଲି ନିଜ ଘରକୁ। ତା ପର ଠାରୁ ଦିପୁ ର ପରିବାର ମିହିର ଆସିଲା ପରେ ମଧ୍ୟ ପ୍ରସ୍ତାବ ପାଇଁ ମିହିର ଘରକୁ ଯାଇ ନାହାନ୍ତି ।
ଏହି ଘଟଣା ପରେ ମୁଁ ମିହିର କୁ ଦିପୁ କଥା କହିଲି ସେ ମୋତେ ବୁଝେଇ କହିଲା ତମେ ଯିବା ଠିକ୍ ହେଲା ନାହିଁ ଆଉ କାହା ଦ୍ଵାରା ଏ କାମ କରି ପାରି ଥାନ୍ତ । ମୁଁ କହିଲି ଯୋଉ କାମ ମୋ ଦ୍ଵାରା ସମ୍ଭବ ସେ କାମ ଅନ୍ୟ କୁ କାହିଁକି କହିବି । ମିହିର ହସି କହିଲା, ମୋ ବାୟାଣୀ ସବୁ କାମରେ ଫିଟ୍ କହି ମୋତେ ସାବାସ୍ ଦେଲା ।
ଏମିତି ପୁଣି ବିତିଗଲା ଗୋଟିଏ ମାସ । ହଠାତ୍ ଦିନେ ବାପାଙ୍କ ଅଫିସ ରୁ କିଛି ଲୋକ ଆସିଲେ । ମୁଁ ଆଉ ମନ୍ମଥ ବସି ଭିଡିଓ ଗେମ୍ ରେ ବ୍ୟସ୍ତ । ବାପା ଆସିଲେ ଏବଂ କହିଲେ ଅନୁ ରୋଷେଇ ଘରକୁ ଯା ଆଉ ବୋଉ କୁ କହିବୁ 5ଟା ଚାହା କରିବ । ମୁଁ ପଚାରିଲି କାହିଁକି । ବାପା କହିଲେ ଆମର 5 ଜଣ ଷ୍ଟାଫ୍ ଆସିଛନ୍ତି ଜଙ୍ଗଲ ଭିଜିଟ୍ ପାଇଁ । ମୁଁ ଏବଂ ମନ୍ମଥ ଉଠି ଚାଲିଗଲୁ। ସେମାନେ ଘରେ ଆସି ବସିଲେ । ଭିଡିଓ ଗେମ୍ ଚାଲୁଥିଲା। ସେ ସମୟରେ ସେଥି ମଧ୍ୟରୁ ଜଣେ ଅଫିସର ଭିଡିଓ ଗେମ୍ ଖେଳିଲେ ଏବଂ କହିଲେ ମୋତେ ମଧ୍ୟ ଭିଡିଓ ଗେମ୍ ପସନ୍ଦ । ତାପରେ କଥା ରେ ଲାଗି ପଡ଼ିଲେ ।
ମୁଁ ପହଞ୍ଚିଲି ଚାହା ନେଇ । ମନ୍ମଥ ଜଳଖିଆ ନେଇ ପଛେ ପଛେ ଆସିଲା । ଏମିତି ବେଳେବେଳେ କିଛି ଷ୍ଟାଫ୍ ଆସନ୍ତି କିନ୍ତୁ ସେଦିନ 03 ଜଣ ନୂଆ ଷ୍ଟାଫ୍ ଆସିଥିଲେ । କିଛି ସମୟ ବସି କଥା ହେଲେ । ସେ ନୂଆ ଷ୍ଟାଫ୍ ଭିତରୁ ଜଣେ ମୋତେ ବାରମ୍ଵାର ଚାହୁଁଥାଏ । ମୁଁ ଅନ୍ୟ ରୁମ୍ ର ଚେୟାର ରେ ଆସି ବସି ଥାଏ । ମୋର ନଜର ସେ ଷ୍ଟାଫ୍ ଉପରେ ପଡ଼ିଲା ପରେ ମୋତେ ଠିକ୍ ଲାଗିଲାନି ମୁଁ ଉଠି ଚାଲିଗଲି ।
ମୋର ପିନ୍ଧା ଡ୍ରେସ ସେତେ ଖରାପ ନଥିଲା । ମୁଁ ଭାବିଲି ମୋ ଡ୍ରେସ କୁ ଦେଖୁଛନ୍ତି ନା ମୋତେ ? ସେତେବେଳେ ଧଳା ଫ୍ରକ୍ ଟିଏ ପିନ୍ଧିଥିଲି, ଯାହା ମୋର ଦିନ ପିନ୍ଧା ଥିଲା । ମୁଁ ବୋଉ ପାଖକୁ ଗଲି । ପଚାରିଲି ବୋଉ ସେ ଷ୍ଟାଫ୍ ଭିତରୁ ଜଣେ ମୋତେ ବାରମ୍ଵାର ଦେଖୁଛନ୍ତି। ବୋଉ କହିଲେ ସେ ଏମିତି ଦେଖୁଥିବେ । ମୁଁ କହିଲି ନା, ସେ ବାରମ୍ବାର ଦେଖୁଛି ଏବଂ ସେ ମୋତେ ଖରାପ ନଜର ରେ ଦେଖୁଛନ୍ତି ।
ତମେ ଯାଅ ଦେଖିବ ସେ ଏବେ ପର୍ୟନ୍ତ ଏପଟେ ମୁଣ୍ଡ ଟୁଙ୍ଗାରି ବସିଥିବ । ବୋଉ ଗଲେ, ସେ ସମୟରେ ମଧ୍ୟ ସେ ଏପଟେ ଦେଖୁଥିଲା । ବୋଉ କହିଲେ ହଉ ଛାଡ଼ ତୁ ସେପଟେ ଯିବା ଦରକାର ନାହିଁ । ତୁ ମୋ ପାଖେ ବସେ । ସେମାନେ ଅଧ ଘଣ୍ଟାଏ ବସିଲା ପରେ ସେ ଷ୍ଟାଫ୍ ଜଣକ କହୁଛନ୍ତି ଝିଅ କୁ କୁହନ୍ତୁ ସେ ଚାହା କପ୍ ଗୁଡ଼ିକ ଉଠେଇ ନେବେ । ଏତିକି ଶୁଣି ବୋଉ କହିଲେ ତୁ ବସ୍ ମୁଁ ଯାଇ ନେଇ ଆସୁଛି ।
ସେତେବେଳେ ମଧ୍ୟ ସେ ଷ୍ଟାଫ୍ ଜଣଙ୍କ ବାରମ୍ବାର ରୋଷେଇ ଘର ଆଡେ ଦେଖୁଥାଏ । ବୟସ ପାଖାପାଖି 37 ରୁ 38 ଅଧା ଚନ୍ଦା ଏବଂ ବଡ ବଡ ଆଖି, ଡ୍ରେସ ପିନ୍ଧା ରୁ ଲାଗୁଥିଲା କୋଉ ଅଫିସର କିନ୍ତୁ ରଙ୍ଗରେ ପୁରା ଆଫ୍ରିକା ଦେଶ ର ଲୋକ ଭଳି। ମାନେ କାଳିଆ ଷଣ୍ଢ, ନାମ କଣ କେଜାଣି ବାପା ଏତିକି କହିଲେ କି ତାଙ୍କ ନାମ ଭଗବାନ ସାର୍ ।
ଗୋଟିଏ ଘଣ୍ଟା କଥା ବାର୍ତ୍ତା ପରେ ସେମାନେ ଉଠି ଚାଲିଗଲେ । ସେଦିନ ଏମିତି କିଛି ଖାସ୍ ଚର୍ଚ୍ଚା ଥିଲା ଯାହା ଫଳରେ ଏତେ ସମୟ ଲାଗିଲା । ଚର୍ଚ୍ଚା ର ପରିଣାମ କିଛି ଖରାପ ହେବାକୁ ଯାଉ ଥିଲା ।
ତାର ଠିକ୍ 5 ଦିନ ପରେ ସେ ଭଗବାନ ସାର୍ ଆଉ ତାଙ୍କ ସହିତ ଆଉ ଜଣେ ଆମ ଘରେ ଆସି ପୁଣି ହାଜର ମୁଁ ଗପୁ ଥାଏ ମିହିର ସହିତ । ସେ କଳା ଷଣ୍ଢ କୁ ଦେଖି ଫୋନ୍ ରଖିଦେଲି । ଚାଲିଗଲି ରୋଷେଇ ଘରକୁ । ବୋଉ କୁ କହିଲି ସେ ଷଣ୍ଢ ଆଜି ପୁଣି ଆସିଛି । ବୋଉ କହିଲେ ହଉ ତୁ ରୋଷେଇ କର ଯାହା ମାଗିବେ ମୁଁ ଦେବାକୁ ଯିବି ।
ମୁଁ ରୋଷେଇ କାମରେ ବ୍ୟସ୍ତ ହୋଇଗଲି । ସେଦିନ 10 ମିନିଟ୍ ରହିଲେ ଚାହା ଜଳଖିଆ ଖାଇଲେ ଏବଂ ଥରେ ମୋତେ ଶୁଣା ଗଲା ଯେ ଝିଅ ନାହିଁ କି । ବାପା କହିଲେ ରୋଷେଇ କରୁଥିବ । ସେମାନେ ଗଲା ପରେ ମୁଁ ପୁଣି ଗପି ବାରେ ଲାଗିଲି ମିହିର ସହିତ । ଯେବେ ଠାରୁ ବାପା ଙ୍କ ପ୍ରମୋସନ୍ ହୋଇଛି ନା ସେଦିନ ଠାରୁ ବାପା ବହୁତ୍ ବ୍ୟସ୍ତ ରହୁଥିଲେ ।
ବେଳେବେଳେ ରାତି 10 ଟା କେତେବେଳେ ରାତି 12 ଟା ହୋଇଯାଏ । ଡିଉଟି କଣ କରନ୍ତି କେଜାଣି । ବେଳେବେଳେ ଅଳ୍ପ ମଦ ପିଇ ଆସନ୍ତି କିନ୍ତୁ ତାହା ମଧ୍ୟ ଏହି ପ୍ରମୋସନ ପର ଠାରୁ ଆରମ୍ଭ ହୋଇଛି । ଦିନେ ମୁଁ ବୋଉ କୁ ପଚାରିଲି ଯେ ବାପା ମଦ କେବେଠୁ ପିଇଲେଣି । ବୋଉ କହିଲେ ଆମର ବାହାଘର ପରେ ମୁଁ ରାଣ ପକାଇଥିବା ପରେ ସେ ଛାଡ଼ି ଦେଇଥିଲେ କିନ୍ତୁ ଏବେ ପୁଣି କାହିଁକି ପିଉଛନ୍ତି କେଜାଣି ।

…………………………………………….
Part-14 ରେ ପଢ଼ିବେ : (ପ୍ରାୟ ଅଧା ଘଣ୍ଟା ପରେ ମାନେ ୫ ଟା ପାଖାପାଖି ବାପା ବୋଉ ଉପରେ ଚିତ୍କାର କରି କଣ କଣ କହୁଛନ୍ତି )
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।

ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link
ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.

Love Forever 12( A Story of Love Birds)

Love Forever( A Story of Love Birds) ...12
Love Forever( A Story of Love Birds) …12

ତାପର ଦିନ ଠାରୁ ୪ ଦିନ ପର୍ଯନ୍ତ ପ୍ରତ୍ୟେକ ଦିନ ଠାକୁରାଣୀ ପାଖେ ସାକ୍ଷାତ ହୁଏ ଏବଂ ଦୁଇ ଘଣ୍ଟା କଥା ବାର୍ତ୍ତା ପରେ ପୁଣି ଫେରିଯାଉ ।

ଶେଷ ଦିନ ମୁଁ ମନ୍ମଥ କୁ କହିଲି ମୁଁ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯିବି , ମିହିର କୁ ଦେଖା କରିବା ପାଇଁ ସେ ମୋତେ ଠିକ୍ ସମୟରେ ନେଇ ପହଞ୍ଚିଲା । ମିହିର ପାଇଁ ମୁଁ ଆଳୁ ପରଟା କରି ନେଇ ଯାଇଥିଲି ଏବଂ କିଛି ରସଗୋଲା। ମୋର ପ୍ୟାକେଟ ଦେଖି ପଚାରିଲା ଏଥିରେ କଣ ଅଛି ? ମୁଁ ଆଳୁ ପରଟା କହିବା ପରେ ସେ ଖୁସି ହେଲା ଏବଂ କହିଲା ନିଶ୍ଚୟ ଭଲ ହୋଇଥିବ ।
ସେଠି ମିହିର ର ବାପା ବୋଉ ମଧ୍ୟ ଆସିଥିଲେ ଏବଂ ଶେଷ ଦେଖାରେ ମୁଁ ତାକୁ ହଗ୍ କରିବାକୁ ଚାହୁଁଥିଲି କିନ୍ତୁ ତାହା ଅସମ୍ଭବ ହେଲା । ମିହିର ଯିବା ଦୁଃଖରେ ସମସ୍ତଙ୍କ ଆଖିରେ ଲୁହ ଥିଲା କିନ୍ତୁ ମୁଁ ମୋ ଲୁହ କୁ ଚାପି ରଖିଥିଲି । ଯେତେବେଳେ ମିହିର ବସ୍ ରେ ବସିଲା ମୋର ଆଖି ଲୁହ କୁ ରୋକି ପାରିଲିନି। ବହୁତ୍ କାନ୍ଦିଲି, ମନ୍ମଥ ମୋତେ ବୁଝେଇଲା ଏବଂ ଦୁହେଁ ଫେରିଗଲୁ ଘରକୁ ।


ସେଦିନ ରାତିରେ ବହୁତ୍ ଦୁଃଖୀ ହେଲି ଖାଇବାକୁ ଇଚ୍ଛା ହେଲା ନାହିଁ । ବୋଉ ମୋତେ ବାରମ୍ବାର ଡାକିଲା କିନ୍ତୁ ମୋର ଇଚ୍ଛା ନ ଥାଇ ଅଳ୍ପ ଖାଇ ଫେରି ଆସିଲି । କୋଉଥିରେ ମଧ୍ୟ ମନ ଲାଗିଲା ନାହିଁ ।

ବାହାର କରିଲି ମୋ ଆଲବମ୍ ଯେଉଁଠି କେବଳ ମୋର ଏବଂ ମିହିର ର ଫୋଟୋ ଥାଏ । ପିଲାଦିନ ରୁ କଲେଜ୍ ପର୍ଯ୍ୟନ୍ତ ପ୍ରତ୍ୟେକ ଫୋଟୋ ସେଥିରେ ଥିଲା । ଗୋଟିଏ ଗୋଟିଏ ଫୋଟୋ ଦେଖିବାରେ ଲାଗିଲି । ଗୋଟିଏ ଫୋଟୋ କୁ ଦେଖୁ ଦେଖୁ ଅଟକି ଗଲି ସେଥିରେ ମୁଁ ମିହିର କୁ ଖୁଆଇ ଦେଉ ଥାଏ । ତାହା ଥିଲା ଭଡ଼ା ଘରର ଫୋଟୋ । ଆଖି ଲୁହ ଯାଇ ପଡ଼ିଲା ଫୋଟୋ ଉପରେ । ବହୁତ୍ ଦୁଃଖ ଲାଗୁଥିଲା ।


ମୁଁ ଜାଣିଛି ମିହିର ମୋତେ ବହୁତ୍ ଭଲ ପାଏ କିନ୍ତୁ ତାର ଦେଇଥିବା ପ୍ରତିଶୃତି ପାଇଁ ମୁଁ ପଛ ଘୁଂଚା ଦେଇ ଦିଏ । ସେ ପ୍ରତିଶ୍ରୁତି ଏମିତି ଥିଲା !!

+୩ ଦ୍ଵିତୀୟ ବର୍ଷ ସମୟରେ ମିହିର ରହୁଥିବା ଭଡ଼ା ଘରେ ଗଣେଶ ପୂଜା ର ଆୟୋଜନ ହୋଇଥିଲା ସେଦିନ ମୁଁ ଶାଢ଼ୀ ପିନ୍ଧି ଆସିଥିଲି । ମିହିର କୁହେ ସେଦିନ ମୁଁ ବହୁତ୍ ସୁନ୍ଦର୍ ଦେଖା ଯାଉଥିଲି । ମୁଁ ଯେଉଁ ଡ୍ରେସ୍ କିଣି ଆଣେ ପ୍ରଥମେ ମିହିର କୁ ଦେଖାଏ। ସେ ଯଦି ପସନ୍ଦ କରେ ତା ପରେ ମୁଁ ପିନ୍ଧେ କିନ୍ତୁ ସେ ଶାଢ଼ୀ ଟି ବୋଉ ର ଥିଲା ଏବଂ ତାହା ବାବାଙ୍କ ଦିଆ ଯାଇଥିବା ଉପହାର ଥିଲା । କାହିକି ନା ବାବା ଙ୍କ ଫରେଷ୍ଟ ରେଞ୍ଜର ପଦ ରେ ପ୍ରମୋଶନ ହୋଇଥିଲା ।

ବାକି ଆମ ପାଇଁ ମଧ୍ୟ ଡ୍ରେସ ହୋଇଥିଲା । ମିହିର କହେ, ମୁଁ ସେ ଶାଢ଼ୀ ରେ ଯେମିତି ରାଜକୁମାରୀ ପରି ଲାଗୁଥିଲି। ବୋଉ ମୋତେ ସଜେଇ ଦେଇଥିଲା। ଆମ ଘରେ ମୋ ଖୁସି ପାଇଁ ସବୁ କରନ୍ତି। ଆମ ଘରେ ସମସ୍ତେ ଜାଣନ୍ତି ଯେ ମୁଁ ମିହିର କୁ ଭଲ ପାଏ ବୋଲି ।

କେହି ମୋତେ ବାରଣ କରନ୍ତି ନାହିଁ କାରଣ କାହିଁ କେଜାଣି ଆମ ଘରେ ମୋ ଉପରେ ବହୁତ୍ ବିଶ୍ୱାସ କରନ୍ତି । ମୋତେ ବୋଉ ଶାଢ଼ୀ ପିନ୍ଧେଇ ଦେଇ କହିଲା ମିହିର ତାରିଫ୍ ରେ କଣ କହିଲା ସେ କଥା ମୋତେ ଆସି ଜଣେଇବୁ । ସେଦିନ ପୂଜା ସରିବା ପରେ ମିହିର ଚନ୍ଦନ ଟିପା ସମସ୍ତଙ୍କ ମଥାରେ ଲଗେଇ ଦେଉଥିଲା ।

ସେ ଯେତେବେଳେ ମୋତେ ଲଗେଇଲା ସେତେବେଳେ ମୁଁ ଓଢଣା ଦେଇ ମିହିର କୁ ମୁଣ୍ଡିଆ ଟିଏ ମାରିଲି । ମିହିର ମୋତେ ଉଠେଇ ପଚାରିଲା ଏ କଣ? ମୁଁ କହିଲି, ମୋତେ ଇଚ୍ଛା ହେଲା ମୁଁ ମୁଣ୍ଡିଆ ମାରିଦେଲି, ଏଠି ଭୁଲ କଣ?? ମିହିର କହିଲା ଭୁଲ କିଛି ନାହିଁ କିନ୍ତୁ ଏ ସମୟରେ ଏଇ ସବୁ ସଂସ୍କାର କିଛି ଅଲଗା ଲାଗୁନି??

ମୁଁ କହିଲି ମୋର ଇଛା ହେଲା ତେଣୁ ମୁଁ କରିଦେଲି ଏଥିରେ ମୋର ଭୁଲ କଣ? ସବୁ ସାଙ୍ଗ ମିହିର କୁ କହିଲେ , ଅନୁ କୁ ଚନ୍ଦନ ଟିପା ନୁହେଁ ସିନ୍ଦୂର ପିନ୍ଧେଇ ବାର ଥିଲା। ମିହିର କହିଲା ସେ ସମୟ ପାଇଁ ବହୁତ୍ ଦିନ ଅଛି ଏବଂ ସେ ସିନ୍ଦୂର ମୋ ହାତରୁ ଲାଗିବ ନା ଆଉ କାହା ହାତରୁ ଲାଗିବ ମୁଁ କେମିତି କହିବି।

ହଁ ଯଦି ମୋ ବାୟାଣୀ ପାଇଁ ମୋତେ ଭଗବାନ ଯୋଡ଼ି ରଖିଥିବେ ତେବେ ଏ ଦୁନିଆର କେତେ ଝଡ଼ ବତାସ ଆସିଲେ ମଧ୍ୟ ଆମ ଦୁଇ ଜଣ ଙ୍କୁ କେହି ଅଲଗା କରି ପାରିବେ ନାହିଁ ।

ମିହିର କହିଲା, ସେ ଦିନ କୁ ମୁଁ ଅପେକ୍ଷା କରିଛି ଯେଉଁ ଦିନ ମୁଁ ନିଜେ ସଫଳ ମଣିଷ ହୋଇ ମୋ ବାୟାଣୀ ର ହାତ ମାଗିବାକୁ ତା ଘରକୁ ଯିବି । ସେଠି ତା ବାପାଙ୍କୁ ଅନୁରୋଧ କରିବି ଯଦି ସେ ମୋ ସହିତ ମୋ ବାୟାଣୀ ର ବିବାହ କରିବା ପାଇଁ ରାଜି ହେବେ ତେବେ ଠିକ୍ ଯଦି ସେ ମନା କରିବେ ତେବେ ମୋ ବାୟାଣୀ କୁ ଗୋଟିଏ ସୁଯୋଗ ଦେବି ।
ସେତେବେଳେ ସମସ୍ତଙ୍କ ଆଗରେ ପ୍ରଶ୍ନ କରିବି। ସେ କଣ ଚାହୁଁଚି ? ସେ ଯଦି ମୋ ସହିତ ବିବାହ କରିବ ତେବେ ନିଜ ଘର ର ଖୁସିରେ ବିବାହ କରିବାକୁ କହିବି। କିନ୍ତୁ ମୋର ଆଶା ମୋ ବାୟାଣୀ ମୋତେ ହିଁ ବିବାହ କରିବ ଏବଂ ମୁଁ ନିଶ୍ଚୟ ଆସିବି ଆଉ ସେ ପର୍ଯ୍ୟନ୍ତ ମୋ ବାୟାଣୀ ମୋତେ ଅପେକ୍ଷା କରିବ ବୋଲି ମୋର ବହୁତ୍ ଆଶା ।

ଯଦି ଅବା ମୁଁ ବାୟାଣୀ ସହିତ ବିବାହ କରିବି ତେବେ ତାକୁ ଘରଠୁ ଦୂରେଇ ନେଇ ବିବାହ କରିବା ମୋର ଇଚ୍ଛା ନାହିଁ ଯଦି ହେବ ତେବେ ରୀତି, ନୀତି ଏବଂ ତିଥି ଅନୁସାରେ ବିବାହ କରିବି । ମୋ ବାୟାଣୀ କିମ୍ବା ମୋ ବାୟାଣୀ ର ପରିବାର କୁ ଜବରଦସ୍ତି କରିବି ନାହିଁ । ଏତିକି କହି ମିହିର ମୋତେ ପଚାରିଲା ମୋତେ ଅପେକ୍ଷା କରିବୁ ନା? ବାୟାଣୀ??? ମୁଁ ମୁଣ୍ଡ ହଲେଇ ହଁ କରିଲି।

ବର୍ତ୍ତମାନ ସେ ଦିନ ପାଖେଇ ଆସିଲାଣି । ମୁଁ ଅପେକ୍ଷା କରିଛି ମିହିର କୁ। ମୋ ଘର ଲୋକଙ୍କୁ ତ ମୁଁ ମନେଇ ଦେବୀ। କେବଳ ମିହିର ଟ୍ରେନିଂ ସାରି ମୋ ଘରକୁ କେବେ ଆସିବ ସେ ଅପେକ୍ଷାରେ। କୂଳ ସମାଜ ଏବଂ ଗାଁ ଲୋକଙ୍କ ପ୍ରତିବାଦ ଯୋଗୁ ବାପା ମନା କରି ପାରନ୍ତି କିନ୍ତୁ ମୋର ଖୁସି ପାଇଁ ସେ ମନା କରିବେ ନାହିଁ ।
ସେ ସମୟରେ ଏସ୍ ଟି ଡି ଫୋନ୍ ବୁଥ ଆରମ୍ଭ ହେଲା। ମିହିର ମୁଁ ବେଳେ ବେଳେ କଥା ହୋଇ ଥାଉ କିଛି ଦିନ ପରେ ଆମ ଘରେ ମଧ୍ୟ ଲାଣ୍ଡ ଲାଇନ୍ ଆସିଲା। ବେଳେବେଳେ ସଂଧ୍ୟା ସମୟରେ ଘଣ୍ଟା ଘଣ୍ଟା ଧରି କଥା ହେଉ। ମାସ ଶେଷରେ ବିଲ ଦେଖି ବାପା ରାଗରେ ମୋ ଆଡ଼କୁ ଦେଖିଲେ ମୁଁ ମୁରୁକି ହସି ଦିଏ ବାପା କିଛି କୁହନ୍ତି ନାହିଁ । ବେଳେବେଳେ ସେ ମୋତେ ଚିଠି ଲେଖେ । ଦେଖୁ ଦେଖୁ ଚାଲିଗଲା ୩ ମାସ।
ସ୍କୁଲ ବେଳର ସାଙ୍ଗ ମାନେ ମୋ ଖରାପ ସାଙ୍ଗ ଦିପୁ ପୁରା ନାମ ଦିପ୍ତିମୟୀ ହୋତା । ସେ ଦଶମ ପର୍ଯ୍ୟନ୍ତ ମିହିର ପଛରେ ଲାଗିଥିଲା । ଦିନେ ମିହିର ପାଇଁ ଦିପୁ ର ମୋର ଚୁଟି ଧରି ଝଗଡା ମଧ୍ୟ ହୋଇଥିଲୁ ମାତ୍ର ମିହିର ସେ କଥା ଜାଣି ନଥାଏ । ସେଦିନ ମିହିର କିଛି କାରଣ ପାଇଁ ନିଜ ଗାଁ କୁ ଯାଇଥାଏ କିନ୍ତୁ ଏବେ ପୁଣି ମୋ ଜୀବନରେ ନୂଆ ସମସ୍ୟା ନେଇ ପହଁଚିଗଲା ।
Part-13 ରେ ପଢ଼ିବେ : (ବୟସ ପାଖାପାଖି 37 ରୁ 38 ଅଧା ଚନ୍ଦା ଏବଂ ବଡ ବଡ ଆଖି, ଡ୍ରେସ ପିନ୍ଧା ରୁ ଲାଗୁଥିଲା କୋଉ ଅଫିସର କିନ୍ତୁ ରଙ୍ଗରେ ପୁରା ଆଫ୍ରିକା ଦେଶ ର ଲୋକ ଭଳି)
Bhuyans Blog

ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)

ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link

ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।

If you like this story so share to your friends, Thanking You.