Tag Archives: story

ଦୈନନ୍ଦିନ ଜୀବନ ର ସାତୋଟି ବାର୍ତ୍ତା….

ଆପଣଙ୍କର ଦୈନନ୍ଦିନ ଜୀବନକୁ ଉନ୍ନତ କରିବା ପାଇଁ ସାତୋଟି ବାର୍ତ୍ତା :

୧. ବାହାର ଖାଦ୍ୟ ପାଇଁ କମ୍ ଖର୍ଚ୍ଚ କରନ୍ତୁ (ବିଶେଷକରି ଆପଣ ପ୍ରତିଦିନ ଖର୍ଚ୍ଚ କରୁଥିବା ଚା ଏବଂ କଫି)! ତୁମ ଘରେ ରନ୍ଧା ହେଉଥିବା ତୁମ ପାଇଁ ବହୁତ୍ ଉପଯୋଗୀ ଏବଂ ଶୁଦ୍ଧ ଖାଦ୍ୟ ଭୋଜନ ଗ୍ରହଣ କରନ୍ତୁ ।

୨. ସବୁବେଳେ ହସୁଥାଅ ଏବଂ ସର୍ବଦା ନିଜ ମୁଖରେ ହସ ହସ ଚେହେରା ରଖନ୍ତୁ ।

୩. ପ୍ରତିଦିନ ପ୍ରଚୁର ମାତ୍ରା ରେ ପାଣି ପିଅନ୍ତୁ ।

୪. ପ୍ରତିଦିନ ଅଭ୍ୟାସ କରନ୍ତୁ : ଆପଣ ପ୍ରତିଦିନ 10 ମିନିଟର ଚାଲିବା ଆରମ୍ଭ କରନ୍ତି ଏବଂ ଧୀରେ ଧୀରେ ତାକୁ ବଢେଇବା ପାଇଁ ଚେଷ୍ଟା କରନ୍ତୁ ।

୫. ତୁମର ଯାହା ଅଛି ସେଥିପାଇଁ ତୁମେ ଖୁସି ରେ ରହିବା ଦରକାର ଏବଂ ତୁମର ଯାହା ନାହିଁ ସେଥିପାଇଁ ଦୁଃଖ କିମ୍ବା ଅଭିଯୋଗ କର ନାହିଁ ।

୬. ପ୍ରତ୍ୟେକ ଦିନକୁ ନୂତନ ଜୀବନ ସହିତ ବଞ୍ଚିବା ଶିଖନ୍ତୁ, ସକାଳେ ଉଠି ଏବଂ ଆଜି ତୁମେ କ’ଣ ଭଲ କରିପାରିବ ତାହା ଯୋଜନା କର ଏବଂ ତା’ପରେ ଏହାକୁ କରି ଦେଖାଅ ।

୭. ଆପଣଙ୍କ ମୋବାଇଲରେ ସବୁ ନୋଟିଫିକେସନ କୁ ସର୍ବଦା ପାଇଁ ବନ୍ଦ କରନ୍ତୁ । ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ, ୱାଟାସପ୍ ଇତ୍ୟାଦି ସୋସିଆଲ ମିଡିଆ ଆପ୍ଲିକେସନ କୁ ବନ୍ଦ କରନ୍ତୁ |

ତୁମର ଖୁସି ପାଇଁ ତୁମେ ନିଜେ ଅନୁଭବ କରି ପାରିବ । ତାକୁ ଉପଭୋଗ କରନ୍ତୁ।

ଦୁନିଆ ର ଲୋକ ସବୁବେଳେ ଏମିତି କହିବେ !!

ମଣିଷ ସେତେବେଳେ ନିଜକୁ ହିନ ମନେ କରେ ଯେବେ ନିଜ ସମତୁଲ ବ୍ୟକ୍ତି ଟେ ଉପର ପଦବୀ ଅବା କୌଣସି ଚାକିରି ରେ ପଦସ୍ତ ହୁଏ ।

ସେତେବେଳେ ସେ ନିଜକୁ ଏତେ ଦୁର୍ବଳ ମନେ କରେ ଯେ ମୃତ୍ୟୁ କରିବାକୁ ମଧ୍ୟ ପଛାଇ ନଥାଏ।

ଜାଣିଛ ସବୁଠୁ ବଡ ଖରାପ ଲାଗେ ସେତେବେଳେ, ଯେବେ ନିଜ ଲୋକ ତୁମର ହାର କୁ ବାରମ୍ବାର ଆପଣଙ୍କ ସାମ୍ନାରେ ଆଲୋଚନା କରେ।

ଏବଂ ସେମାନେ ତୁମ ସାମ୍ନାରେ କହିବାକୁ ପଛାନ୍ତି ନାହିଁ । ହେଲେ ଅସଲ ରେ ଜୀବନ ଟା ଗୋଟିଏ ପରୀକ୍ଷା ଗୃହ।

ଏଥିରେ ସମସ୍ତ ଙ୍କ ବିଜୟ ହାସଲ ହେବ ତାହା ସତ୍ୟା ସତ୍ୟ ନୁହେଁ  । ହେଲେ କିଛି ଏମିତି ଲୋକଙ୍କ ଟାହି ଟାପରା ରୁ ଆମେ ବଞ୍ଚି ପାରୁ ନଥାଉ ।

ସବୁ ବେଳେ ସେହି କଥା । ବେଳେବେଳେ ଇଚ୍ଛା ହୁଏ ଯେ, ଯାଇ ତା ଗାଲରେ ଦୁଇ ଚାପୁଡ଼ା ସେକି ଦେବା ପାଇଁ କିନ୍ତୁ ବିବେକ କହି ଉଠେ, ଆରେ ଭାଇ ଛାଡ ଲୋକ ଏମିତି କହିବେ, ଆଉ ତାଙ୍କର କାମ ତାହା  ।

ଯଦି ସେମିତି କହିବେ ନାହିଁ । ତେବେ ସେ ଅବା କଣ କରି ପାରିବେ।  ମାତ୍ର ତୁମ ଭଳି ସଂଘର୍ଷ କରି ପାରିବେ ନାହିଁ। 

ତୁମ ଭଳି ବିଜୟ କୁ ହାସଲ କରିବା ପାଇଁ ଦୁନିଆ ଆଗରେ ନିଜକୁ ବାଜି ଲଗାଇ ପାରିବେ ନାହିଁ।

  କାରଣ ଯେଉଁମାନେ ଅଳସୁଆ ଆଉ ନିର୍ଲଠ ସେମାନେ ନା କେବେ କରିବେ ନା କାହାକୁ କରିବାକୁ ଦେବେ ନା କେବେ ଅନ୍ୟକୁ ଖୁସିରେ ଦେଖିବାକୁ ଚାହିଁବେ ।
 
  ହେଲେ ମଣିଷ ଟା ସେତେବେଳେ ପର୍ଯ୍ୟନ୍ତ ହାରିଯାଇ ଥାଏ ଆଉ ଭୁଲ କରିବାକୁ ନିଷ୍ପତି ନିଏ କିନ୍ତୁ ଆଶାର ଉଦୟ ପୁଣି ଆଲୋକ ପ୍ରଦାନ କରି ତା ମନରେ ପୁନଃ ବିଜୟ ର ପାହାଚ ଚଢ଼ିବାକୁ ସାହସ ଦିଏ ।
 
ଆଉ ସେ ପୁଣି ଥରେ ପ୍ରଥମ ରୁ ଚଢିବା ଆରମ୍ଭ କରେ ।
ତେବେ ଆପଣ ମଧ୍ୟ ଯଦି ହାରି ଛନ୍ତି ତେବେ ପୁଣି ପାହାଚ ଚଢ଼ିବାକୁ ଚେଷ୍ଟା କର।

ବିଜୟ ର ସ୍ଵାଦ ଆପଣ ମଧ୍ୟ ଚାଖି ପାରିବେ।  କେବେ ନିଜକୁ ହାର ମାନନ୍ତୁ ନାହିଁ । ମୋ ତରଫରୁ ପୁଣି ଥରେ ହାର୍ଦ୍ଧିକ ଶୁଭେଚ୍ଛା ଯେ , ଆପଣ ଦୁନିଆ କୁ କରି ଦେଖାଇ ପାରିବେ ।

ନିଜକୁ ଦୁର୍ବଳ ମନେ କରନ୍ତୁ ନାହିଁ ।  କାରଣ ମଣିଷ ଯଦି ଥରେ ହାରି ଯାଏ ସେ ଦୁନିଆ ର ସମସ୍ତ ପରିସ୍ଥିତି ରେ ହାରି ଥାଏ ।

ପୁନଃ ଜାଗ୍ରତ ହୁଅ। ନିଜକୁ ପ୍ରସ୍ତୁତ କର ଏବଂ ଦୁନିଆ କୁ ସାମ୍ନା କରିବାକୁ ପୁଣି ଥରେ ଜାଗ୍ରତ ହୁଅ ।