![]() |
A Best Friend ଉତ୍ତମ ବନ୍ଧୁ |
ଲେଖିବାକୁ ଆଜି କଲମ ଧରିଛି
କେତେ ଧାଡି ଲେଖା ପାଈଁ,
କିନ୍ତୁ ମନ ମୋର ହୁଏ ବିଚଳିତ
ଜାଣେ ନାହିଁ କଣ ପାଇଁ ।
କି ଅବା ଲେଖିବି ତୁମ ପାଈଁ ବନ୍ଧୁ
ସର୍ବ ଗୁଣବାନ ତୁମେ,
ନାମ ଯେ ତୁମର ରୌନକ କୁମାର
ବଡ଼ ବୁଦ୍ଧିମାନ ସତେ ।
ଜ୍ଞାନୀ ବୋଲି ତୁମେ ଉଚ୍ଚ ଭାବନାରେ
ବିତାଅ ଜୀବନ ପଥ,
ବିପଦୁ ଉଦ୍ଧାରି ଭ୍ରମୁ କର ପାରି
କିଣ ସମସ୍ତଙ୍କ ମନ ।
ଉଚ୍ଚ ନୀଚ୍ଚ ଭେଦ ଜାଣ ନାହିଁ ତୁମେ
ସଭିଙ୍କୁ କରି ନିଜର
ବିପଦ ବେଳରେ ସଦା ସାଥେ ଥାଅ
ଭାବ ନାହିଁ କେବେ ପର ।
କଥାରୁ ତୁମର ଝରେ ମହୁ ଧାର
ହସରୁ ମୁକୁତା ଝରେ,
ବନ୍ଧୁର ନାଆରେ ନାଉରି ସାଜିଲେ
ଖୁସିର ଲହରୀ ଫେରେ ।
ତୁମ ସାଥେ ବନ୍ଧୁ ସମ୍ପର୍କ ଥାଉ ଯେ
ଦୁଃଖ ଛୁଇଁବନି ପାସ,
ବନ୍ଧୁର ଦୁଃଖରେ ଦୁଃଖି ହୋଇ ତୁମେ
ବନ୍ଧୁର ହସରେ ହସ ।
ମିନ୍ମୟୀ ବେହେରା ଙ୍କ
କବିତା ପୃଷ୍ଠାରୁ……