ହଳଦୀ ବସନ୍ତ Part-2 ( A sucessful Love Story)

ହଳଦୀ ବସନ୍ତ ( A sucessful Love Story) Part-2
ହଳଦୀ ବସନ୍ତ ( A sucessful Love Story) Part-2
ଶୀଘ୍ର ଆସିବାକୁ। ନୂଆ ବାଇକ୍ ଦେଖିବାକୁ ସମସ୍ତେ ଇଚ୍ଛା କରି ଅଛନ୍ତି ।
ଲିନା : ତେବେ ନୂଆ ବାଇକ୍ ଆଣିଲ, କିଛି ମିଠା ହେବା ଦରକାର ନା?? ଚାଲ ଆମ ଘରକୁ ଚାଲ ସେଠୀ ଜଳଖିଆ ଏବଂ ମିଠା ଖାଇ ଚାଲିଯିବ
( ଲିନା ଭାବୁଥାଏ ଘରେ କିଛି ବାହାନାରେ ଟଙ୍କା ମାଗି ପାରିବି ) ।
ସୀତୁ : ଚାଲ ରେ ବାବୁ ଆଉ ମନା କରେନି । ସମସ୍ତେ ନିଜ ନିଜ ବାଇକ୍ ଏବଂ ସ୍କୁଟି ରେ ବସି ଲିନା ଘରକୁ ଚାଲିଲେ।
ଲିନା ଘରେ ପହଞ୍ଚି। ମାଉସୀ ଚାଲିଗଲେ ରୋଷେଇ ଘରକୁ ଏତିକି ବେଳେ ଫ୍ରିଜ୍ ରୁ ପାଣି ବୋତଲ ଟିଏ ବାହାର କରି ଲିନା ସୁମନ୍ତ କୁ ଦେଲା ଏବଂ ଚୁପ୍ କରି କହିଲା ମୋ 1500 ଟଙ୍କା ଦିଅ । ସୁମନ୍ତ କହିଲା କି ଟଙ୍କା ମୁଁ ଜାଣିନି ।
ଲିନା : ହେଇ ବେଶୀ ନଖରାମି କରନି । ଶୀଘ୍ର ଦିଅ ମା ଆସିଯିବେ। ସୁମନ୍ତ ପଚାରିଲା ତମେ ମୋ ନାମ ଟା କେମିତି ଜାଣିଲ??
ଲିନା: ତମ ନାମ ଟି ଏହି ଏଟିଏମ୍ ର ବିଲ୍ ରେ ଲେଖାଯାଇଛି। ସୁମନ୍ତ କୁମାର ପ୍ରଧାନ।
ସୁମନ୍ତ : ତମ ନା କଣ??
ଲିନା: ମୁଁ କାହିଁକି କହିବି ?? ତମେ ମୋ ଟଙ୍କା ଦେଲ?? ସୁମନ୍ତ 2000 ଟଙ୍କା ବାହାର କରି ଦେଲା।
ଲିନା: 2000 ନାହିଁ 1500 ଟଙ୍କା ଦିଅ ,
ସୁମନ୍ତ : ମୋ ପାଖରେ ଖୁଚୁରା ନାହିଁ, ତମ ମମି 2000 ଟଙ୍କିଆ ନୋଟ୍ ଯାକ ଦେଲେ ମୁଁ ଖୁଚୁରା କୋଉଠୁ ଆଣିବି । ସଙ୍ଗେ ସଙ୍ଗେ ରୋଷେଇ ଘରୁ ମାଉସୀ ଡାକିଲେ , ଲିନା ଏ ଲିନା ଏଠି ଆସିଲୁ?? ତାପରେ 2000 ଟଙ୍କା ଧରି ଲିନା ଦଉଡ଼ି ଗଲା । ରୋଷେଇ ଘରୁ ପକୋଡ଼ି ସାଙ୍ଗରେ ବରା ଏବଂ ଚା ନେଇ ଆସିଲେ ମା ଏବଂ ଝିଅ ।
ମାଉସୀ : ପୁଅ ତମେ କଣ କର ଏବଂ ଘରେ କିଏ କିଏ ରୁହନ୍ତି ?
ସୁମନ୍ତ: ମୁଁ ମହାରାଷ୍ଟ୍ର ରେ ଇଞ୍ଜିନିୟର ଅଛି । ଘରେ ବାବା ମା ଏବଂ ବଡ ଭଉଣୀ, ଭଉଣୀ ର ଗତ ବର୍ଷ ବାହାଘର ହେଲା ।
ସୁମନ୍ତ ଏବଂ ମାଉସୀ କଥା ବାର୍ତ୍ତା ବେଳେ ଏପଟେ ସିତୁ ଲିନା ଉପରେ ନଜର ପକେଇ ରଖିଥାଏ । ଲିନା ର ନଜର ସିତୁ ଉପରେ ପଡ଼ିଲା । ଲିନା ରାଗରେ ଆଖି ବଡ ବଡ କରି ଦେଖିଲା ପରେ ସିତୁ ମୁଣ୍ଡ ତଳକୁ କରି ବରା ଖାଇବାରେ ଲାଗିଲା । ପ୍ରାୟ ୧୦ ମିନିଟ୍ ପରେ ସୁମନ୍ତ : ମାଉସୀ ଆମେ ଆସୁଛୁ। ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ।
ସୁମନ୍ତ ଏବଂ ସିତୁ ବାହାରିଗଲେ ଘରକୁ,, ଘରେ ପହଁଚିଲା ବେଳକୁ ରାତି ୮ଟା । ଘରେ ବାଇକ୍ କୁ ଦେଖି ଖୁସି ହେଲେ । ଡିନର ସରିବା ପରେ ଠିକ୍ ରାତି ୧୦ଟା ବେଳେ ସୁମନ୍ତ କୁ ଗୋଟିଏ ନୂଆ ନମ୍ବର୍ ରୁ କଲ୍ ଆସିଲା । ସୁମନ୍ତ ନୁଆ ନମ୍ବର୍ ଦେଖି ଫୋନ୍ ଉଠେଇଲା ନାହିଁ ଏବଂ ଟିଭି ଦେଖାରେ ଲାଗିପଡିଲା । ପୁଣି ୧୦ ମିନିଟ୍ ପରେ ପୁଣି ସେହି ନମ୍ବର୍ । ବାପା ଫୋନ୍ କୁ ଧରି ସୁମନ୍ତ କୁ ଆଣି ଦେଲେ। ତୋର ଫୋନ୍ ଆସୁଛି ନେ । ସୁମନ୍ତ କଲ୍ କୁ ରିସିଭ୍ କରିଲା ପରେ ସେ ହେଲୋ ହେଲୋ କହିବା ପରେ କିଛି ଉତ୍ତର ଆସିଲା ନାହିଁ । ଫୋନ୍ କାଟି ସାଇଲେଣ୍ଟ କରି ରଖିଦେଇ । ସୋଇ ପଡ଼ିଲା ।
ପର ଦିନ ଦିନ ୯ଟା ହେବ ସେହି ନମ୍ବର୍ ରୁ ପୁଣି କଲ ଆସିଲା । ସୁମନ୍ତ: ହେଲୋ କହିଲା ପରେ ଧିର ସ୍ଵରରେ ଅନ୍ୟ ପକ୍ଷରୁ ପଚାରିବାକୁ ଲାଗିଲେ, ଆପଣ ସୁମନ୍ତ କହୁଛନ୍ତି??
ସୁମନ୍ତ : ହଁ କହୁଛି । ସେପଟୁ ଉତ୍ତର ଆସିଲା , ମୁଁ ଲିନା କହୁଛି । ଜାଣି ପାରିଲ??
ସୁମନ୍ତ: ହଁ ହଁ, ଗୁଡ ମର୍ଣୀଙ୍ଗ, କେମିତି ଅଛ ଆଉ ତମେ ମୋ ନମ୍ବର୍ ପାଇଲ କୋଉଠୁ ??
ଲିନା: ନମ୍ବର୍ ତମେ କହିଥିଲ ମୁଁ ମନେ ରଖିଥିଲି।
ସୁମନ୍ତ: ମୁଁ କୋଉଠି କହିଲି?? ଲିନା: ମଲ୍ ର ଵିଲିଂ କାଉଣ୍ଟର ରେ କାଉଣ୍ଟର ବାଲା କୁ କହୁଥିଲ, ମନେ ପଡ଼ିଲା ?
ସୁମନ୍ତ: ଓଃ, ମୁଁ କାଉଣ୍ଟର ବାଲା କୁ କହିବା ସମୟରେ ଶୁଣିଛ?? ହଉ ଭଲ ହେଲା। କୁହ କଣ କାମ ଥିଲା,
ଲିନା: କାମ କିଛି ନାହିଁ, ତମ 500 ଟଙ୍କା ଫେରାଇବାକୁ କଲ୍ କରିଛି । ତମର କିଛି ଫୋନ୍ ପେ ଏବଂ ଗୁଗଲ ପେ ଅଛି କି??
ସୁମନ୍ତ: ହଁ ଯୋଉଥିରେ କଲ୍ କରିଛ ସେହି ନମ୍ବର୍ ରେ ଅଛି ।
ଲିନା: ମୁଁ ପଠେଇ ଦେଉଛି ଚେକ୍ କରି କହିବ ।
ସୁମନ୍ତ: ଗୋଟିଏ କଥା ପଚାରିବି ।
ଲିନା: ହଁ ପଚାର??
ସୁମନ୍ତ: ତମେ ଦେଖିବାକୁ ଏତେ ସୁନ୍ଦର, କିନ୍ତୁ ତମେ ରାଗରେ ଯୋଉ କଥା ହେଉଛ ନା, ମୋତେ ଲାଗୁଛି ତମେ ପ୍ଲାଷ୍ଟିକ ସର୍ଜରୀ କରିଛ । କାହିଁକି ନା ସୁନ୍ଦର ଝିଅ ମାନେ ଧିରେ ଧୀରେ କଥା ହୁଅନ୍ତି କିନ୍ତୁ ତମେ ତ ଛାଡ଼ ସେ କଥା ।
ଲିନା: ତମର ଭାଷଣ ସରିଲା??
ସୁମନ୍ତ: ହଁ ସରିଲା, ଫୋନ୍ କଟ୍।
କିଛି ସମୟ ପରେ ଗୁଗଲ ପେ ରେ 500 ଟଙ୍କା ଆସିବାର ମେସେଜ ଆସିଲା । ସୁମନ୍ତ ଦେଖି ଚୁପ୍ ଚାପ୍ ଗୋଧୋଇବାକୁ ଚାଲିଗଲା । ଗୋଧୋଇ ଆସିଲା ପରେ ଦେଖିଲା ,ପାଞ୍ଚଟି ମିସ୍ କଲ୍ ତାହା ପୁଣି ଲିନା ର। Whatsapp ରେ ମଧ୍ୟ 500 ଟଙ୍କାର ର Screenshots ମେସେଜ । ସୁମନ୍ତ କଲ୍ କରି କହିଲା । 500 ଟଙ୍କା ଆସିଯାଇଛି ।
ଲିନା: ମୁଁ କେତେ ଥର କଲ୍ କରିଲି ଫୋନ୍ କାହିଁକି ଉଠେଇଲ ନାହିଁ??
ସୁମନ୍ତ: ଗାଧୋଇବାକୁ ଯାଇଥିଲି।
ଲିନା: ମୁଁ ଏଠି ଟେନ୍ସନ ନେଇ ତମକୁ ଟଙ୍କା ପଠେଇଲି ଆଉ ତମେ ଯେ ଗାଧୋଇବାକୁ ଚାଲିଗଲ । ମୁଁ କହିଥିଲି ପରା ଅପେକ୍ଷା କରିବାକୁ……।
ଲିନା କହି ଚାଲିଛି। ସୁମନ୍ତ ଫୋନ୍ କୁ ଟିଭି ପାଖରେ ରଖି ଡ୍ରେସ ପିନ୍ଧିବାକୁ ଚାଲିଗଲା । ଲିନା କେତେ କଣ କହିଲା ପରେ ଜାଣିଲା ଯେ ସେ ବକ୍ ବକ୍ ହେଉଛି କିନ୍ତୁ ତାର କଥା ସୁମନ୍ତ ଶୁଣୁ ନାହିଁ । ଶେଷରେ ହେଲୋ ହେଲୋ କହି ଫୋନ୍ କଟ୍ କରିଦେଲା । ତାପରେ ଆଉ ଫୋନ୍ ନାହିଁ…….

Categories:

2 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading