Foot Steps ପାଦଚିହ୍ନ


ପାଦଚିହ୍ନ
******
ଏକାକୀ….
ଟିକେ ସାକ୍ଷାତ ପାଇଁ
ସବୁକିଛି ପଛକୁ ପକାଇ
ମୁଁ ଯେମିତି ଧାଇଁଗଲି
ତୁମରି ସନ୍ଧାନେ
ନିଛାଟିଆ
ନିଃଶବ୍ଦ ଅଙ୍ଗନେ
କେଉଁଠି ନଥିଲେ କେହି
ଥିଲା ଖାଲି ଧୂଳିର ପଟଳ
ଅସଜଡ଼ା ତୁମରି କୁଟୀର
ନିର୍ଲିପ୍ତ ଚଟାଣ ଯାର
ଚକ୍ ଚକ୍ ପ୍ରୀତିର ସନ୍ତକ
ତୁମ ପାଦଚିହ୍ନ
ଯାହା ମୋର ଅତି ଆପଣାର।

କିଛି ପାଦ ପଛକୁ ଫେରି
ନିଜକୁ ଅନ୍ୟ ଏକ ଦୁନିଆକୁ ଯିବା ପାଇଁ
ରାସ୍ତା ଖୋଜିଲି
କିନ୍ତୁ ମୋତେ ଯେମିତି ମୋ ପାଦ ଚିହ୍ନ
ରୋକିବାକୁ ଚେଷ୍ଟା କରି
ପ୍ରଶ୍ନ କରିବାକୁ ଲାଗିଲା,,,, କଣ ???
ସେହି ସମୟ ଠାରୁ ଦୂରକୁ ଚାଲିଯିବା
ତୋର ଠିକ୍ ହେବ ???
ନା,,, ତାକୁ ଗ୍ରହଣ କରି,
ତୋର ସ୍ଵର୍ଣ୍ଣମୟ ଜୀବନ କୁ
ପୁନର୍ଜୀବିତ କରିବୁ !!!
ତାହା ମୋ ପାଇଁ ଏକ ଅବାନ୍ତର ପ୍ରଶ୍ନ ଚିହ୍ନ ????

ମନୋଜ କୁମାର ବେହେରାଙ୍କ
ଲେଖନୀରୁ…..

A Real Pedestrian ପ୍ରକୃତ ପଥିକ


ପ୍ରକୃତ ପଥିକ
*********

କହିବାକୁ ଥିଲା ଅନେକ ଶବ୍ଦ
କିନ୍ତୁ ସବୁ ନିଶବ୍ଦ ହୋଇ ଗଲା
ଶାନ୍ତ ମୟ ଅବସ୍ଥାରେ
କିଛି ଦୂର ଆଗେଇ ଗଲି
ତୁମ ଓଠ ଶବ୍ଦ ଶୁଣିବା ପରେ
ମୋର କର୍ଣ୍ଣ ଧନ୍ୟ ମନେ କରିଥାନ୍ତା
କିନ୍ତୁ ତାହା ଗ୍ରୀଷ୍ମ ଋତୁ
ଭଳି କଷ୍ଟ ଦେଇ ଗଲା ।


ତୁମର ସେ ଟିକକ ଶବ୍ଦ ମୋତେ ଯେମିତି
ନୂଆ ରାସ୍ତାର ପଥିକ ସାଜି
ବାଟ ଦେଖାଇ ଚାଲିଛି
ଆଉ ତାହା ସମ୍ଭବ
ହୋଇ ମୁଁ ଆଜି କିଛି ଉନ୍ନତି ପଥେ
ବଢ଼ିବାକୁ ଲାଗିଛି ।
କଣ ତୁମର ସେ ଶବ୍ଦ
ମୋ ସଫଳତା ର
ପ୍ରକୃତ ପଥିକ???

ସେ ଉତ୍ତରର ମଧୁ ପାଇବା ପାଇଁ
ପ୍ରତିଟି କୋଣେ ଅନୁକୋଣେ ଭ୍ରମର ଭଳି
ଫୁଲ ପାଇଁ ଘୁରି ବୁଲୁଛି……


ନୀଳମାଧବ ଭୂୟାଁ
କଲମରୁ……