Foot Steps ପାଦଚିହ୍ନ


ପାଦଚିହ୍ନ
******
ଏକାକୀ….
ଟିକେ ସାକ୍ଷାତ ପାଇଁ
ସବୁକିଛି ପଛକୁ ପକାଇ
ମୁଁ ଯେମିତି ଧାଇଁଗଲି
ତୁମରି ସନ୍ଧାନେ
ନିଛାଟିଆ
ନିଃଶବ୍ଦ ଅଙ୍ଗନେ
କେଉଁଠି ନଥିଲେ କେହି
ଥିଲା ଖାଲି ଧୂଳିର ପଟଳ
ଅସଜଡ଼ା ତୁମରି କୁଟୀର
ନିର୍ଲିପ୍ତ ଚଟାଣ ଯାର
ଚକ୍ ଚକ୍ ପ୍ରୀତିର ସନ୍ତକ
ତୁମ ପାଦଚିହ୍ନ
ଯାହା ମୋର ଅତି ଆପଣାର।

କିଛି ପାଦ ପଛକୁ ଫେରି
ନିଜକୁ ଅନ୍ୟ ଏକ ଦୁନିଆକୁ ଯିବା ପାଇଁ
ରାସ୍ତା ଖୋଜିଲି
କିନ୍ତୁ ମୋତେ ଯେମିତି ମୋ ପାଦ ଚିହ୍ନ
ରୋକିବାକୁ ଚେଷ୍ଟା କରି
ପ୍ରଶ୍ନ କରିବାକୁ ଲାଗିଲା,,,, କଣ ???
ସେହି ସମୟ ଠାରୁ ଦୂରକୁ ଚାଲିଯିବା
ତୋର ଠିକ୍ ହେବ ???
ନା,,, ତାକୁ ଗ୍ରହଣ କରି,
ତୋର ସ୍ଵର୍ଣ୍ଣମୟ ଜୀବନ କୁ
ପୁନର୍ଜୀବିତ କରିବୁ !!!
ତାହା ମୋ ପାଇଁ ଏକ ଅବାନ୍ତର ପ୍ରଶ୍ନ ଚିହ୍ନ ????

ମନୋଜ କୁମାର ବେହେରାଙ୍କ
ଲେଖନୀରୁ…..

Leave a Reply

Your email address will not be published. Required fields are marked *