ନାଗମଣି


ନାଗମଣି snake diamond
ନାଗମଣି


ଗୋଟିଏ ଦେଶରେ ରାଜା ଥିଲେ ସେ ତାଙ୍କ ରାଜ୍ୟ କୁ ବହୁତ ସୁରକ୍ଷା ଦେଉଥିଲେ ଏବଂ ପ୍ରଜା ମାନେ ମଧ୍ୟ ରାଜା ଙ୍କ ଉପରେ ବହୁତ ଖୁସିଥିଲେ ରାଜାଙ୍କ ର ଏକ ମାତ୍ର ପୁତ୍ର ଥିଲା । ସେ ମଧ୍ୟ ଚାହୁଁଥିଲେ ପୁତ୍ର ମଧ୍ୟ ପ୍ରଜା ମାନଙ୍କର ସେବା କରୁ । ରାଜକୁମାର ପାଈଁ ଉଚିତ ଶିକ୍ଷା ର ନିହାତି ଦରକାର । ସେ ନିଜ ପୁତ୍ରର ଶିକ୍ଷା ନିମନ୍ତେ ଗୁରୁ ଙ୍କ ପାଖକୁ ପଠେଇବା ପାଇଁ ଭାବିଲେ ଏବଂ ଏହି କଥାକୁ ମନ୍ତ୍ରୀ ଙ୍କୁ କହିଲେ । ମନ୍ତ୍ରୀ ମଧ୍ୟ କହିଲେ ଠିକ୍ ଅଛି । ମହାରାଜା ରାଜକୁମାର ଙ୍କ ସହ ମୋ ପୁତ୍ର କୁ ମଧ୍ୟ ଶିକ୍ଷା ପାଈଁ ପଠେଇଦେବି । ଏହା ଶୁଣି ରାଜା ବହୁତ ଖୁସି ହେଲେ ଏବଂ ଦୁଇଜଣଙ୍କୁ ଡାକି ଶିକ୍ଷା ପାଇଁ ଗୋଟିଏ ଆଶ୍ରମକୁ ନେବାପାଇଁ ଘୋଡ଼ା ଏବଂ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ସାଜ କରି ରଖାଗଲା । ଦୁଇଘୋଡା ସହ ସାମଗ୍ରୀ ମଧ୍ୟ ଧରି ବାହାରିଲେ ଯିବାପାଇଁ । ଯିବା ସମୟରେ ସନ୍ଧ୍ୟା ହୋଇ ରାତ୍ର ଆସିଲା ସେ ଯିବା ସମୟରେ ଗୋଟିଏ ବିରାଟ ବଡ଼ ଜଙ୍ଗଲ ପଡିଲା ସେ ଜଙ୍ଗଲରେ ଦୁଇଜଣ ବିଶ୍ରାମ ନେବାକୁ ଭାବିଲେ କିନ୍ତୁ ଉପଯୁକ୍ତ ଶୟନ ନିମନ୍ତେ ବ୍ୟବସ୍ଥା ହୋଇପାରିନଥିଲା । ଶେଷରେ ସେ ଦୁଇଜଣ ଗୋଟିଏ ଗଛର ତଳେ ଶୟନ କରିଲେ ଏବଂ ଘୋଡା ଦୁଇଟି କୁ ଗଛର ଚେର ରେ ବାନ୍ଧି ଦେଲେ । ମଧ୍ୟ ରାତ୍ର ରେ ଗୋଟିଏ ସାପ ଆସିଲା । ବହୁତ୍ ବଡ ସାପ ଏବଂ ମଣି ସଦୃଶ୍ୟ ତା ମଥାରେ ଚମକୁ ଥାଏ । ଏତିକିବେଳେ ମନ୍ତ୍ରୀ ପୁଅ ଉଠିଗଲା ଏବଂ ସେ ଦେଖିଲା ରାଜକୁମାର ଶୋଇଛନ୍ତି । ସେ ଜାଣିଛି ଯେ ରାଜକୁମାର ଥରେ ଶୋଇଲେ ଶୀଘ୍ର ନିଦ ଭାଙ୍ଗେ ନାହିଁ । ସେ ଦେଖିଲେ ସେହି ସାପ ରାଜକୁମାର କୁ ଚୋଟ ମାରିବାକୁ ଆସିଲା । ଏତିକିବେଳେ ମନ୍ତ୍ରୀ ପୁଅ ସାପ କୁ ଆଦେଶ ଦେଲା । ତମେ ବିନା କାରଣରେ ଆମର କ୍ଷତି କରିପାରିବ ନାହିଁ । ସାପ କହିଲା ଏ ଜଙ୍ଗଲ ହେଉଛି ଆମ ଭ୍ରମଣ ସ୍ଥଳୀ ଏଠି ସାପ ଛଡ଼ା ଅନ୍ୟ କେହି ଆସିପାରିବ ନାହିଁ । ସେଥିପାଇଁ ତୁମ୍ଭ ମାନଙ୍କୁ ଆଜି ମୃତ୍ୟୁ ମୁଖକୁ ଯିବାକୁ ହେବ । ମନ୍ତ୍ରୀ ପୁଅ କହିଲା ଏ ହେଉଛି ଆମ ରାଜ୍ୟର ରାଜକୁମାର । ଏ ଜଙ୍ଗଲ ମଧ୍ୟ ଆମ ରାଜାଙ୍କର । ରାଜକୁମାର କୁ କିଛି କ୍ଷତି କରିବା ପୂର୍ବରୁ ତୁମକୁ ପ୍ରଥମେ ମୋ ତଲବାର୍ ର ସାମ୍ନା କରିବାକୁ ପଡ଼ିବ । ମନ୍ତ୍ରୀ ପୁଅ ର କଥା କୁ ସାପ ଖାତିର ନ କରି ଆଗକୁ ମାଡ଼ି ଆସିଲା ପରେ ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ ହେଲା ଶେଷରେ ସାପ କୁ ହାରିବାକୁ ପଡ଼ିଲା । ଏବଂ ସାପ ର ଅହଙ୍କାର ଭାଙ୍ଗିଗଲା । ମନ୍ତ୍ରୀ ପୁଅ ସାପକୁ ମୃତ୍ୟୁ ଦଣ୍ଡ ଦେବା ପୂର୍ବରୁ ସାପ ଭୁଲ ମାଗିଲା ଏବଂ ନିଜ ଜୀବନ ଭିକ୍ଷା ମାଗି ତାର ଅସଲ ରୂପକୁ ଆସି ଗୋଟିଏ ନାଗ କନ୍ୟାରେ ପରିଣତ ହେଲା। ନାଗକନ୍ୟା କୁ ଦେଖି ମନ୍ତ୍ରୀ ପୁଅ ପସନ୍ଦ କରିବାକୁ ଲାଗିଲା । ନାଗକନ୍ୟା ମଧ୍ୟ ମନ୍ତ୍ରୀ ପୁଅ ର ସାହସୀ କାର୍ଯ୍ୟ ଦେଖି ସେ ମନ୍ତ୍ରୀ ପୁଅ ଉପରେ ମୋହ ହୋଇଗଲା ଏବଂ ବିବାହ ପାଇଁ ପ୍ରସ୍ତାବ ଦେଲା । ସେହି କନ୍ୟା ଜଣକ ତାକୁ ନାଗ ବଂଶ ବିଷୟରେ କହିଲେ ଏବଂ ତାକୁ ଜଙ୍ଗଲ ମଝିରେ ଥିବା ଗୋଟିଏ ପଦ୍ମ ପୋଖରୀ ର ଭିତରକୁ ନେଇଗଲେ ସେଠି ବହୁତ ସୁନ୍ଦରୀ ନାଗ କନ୍ୟା ମାନେ ଥିଲେ । ନାଗବଂଶ ର ସଦସ୍ୟ ମାନେ ଏହି ପୁଅ ଦେଖି ପସନ୍ଦ କରିଲେ ଏବଂ ସେମାନେ ଏହି ପୁଅକୁ ଦେଖି ତାଙ୍କ ନାଗରାଜ ଦରବାର ରେ ଉପସ୍ଥିତ କରିଲେ । ନାଗରାଜ ନା କୁ ପଚାରିଲେ ଏହି ପୁଅ କୁ ଆମ ସାମ୍ରାଜ୍ୟକୁ କାହିଁକି ଆଣିଛୁ । ନାଗକନ୍ୟା ହେଉଛି ରାଜା ଙ୍କ ଝିଅ । ନାଗକନ୍ୟା କୁହେ ମା, ଆମେ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଛୁ ଏବଂ ବାହା ହେବାକୁ ଚାହୁଁଚୁ । ନାଗରାଜ ସେହି ପୁଅ କୁ ମଧ୍ୟ ପଚାରିଲେ। ମନ୍ତ୍ରୀ ପୁଅ କହିଲା ମୁଁ ମଧ୍ୟ ଆପଣଙ୍କ ଝିଅ କୁ ପ୍ରେମ କରେ ତାକୁ ବିବାହ କରିବାକୁ ଚାହେଁ । ଏହା ଶୁଣି ମା କହିଲେ ଯଦି ଏଇ ତୁମକୁ ବିବାହ କରିବ ତେବେ ସେ ତାଙ୍କ ରାଜ୍ୟକୁ ଯିବନି ଆମ ନାଗ ସାମ୍ରାଜ୍ୟ ରେ ହିଁ ରହିବ ତୁମ ସହ । ଏହା ଶୁଣି ମନ୍ତ୍ରୀ ଙ୍କ ପୁଅ ବ୍ୟସ୍ତ ହେଇଗଲେ । କାରଣ ସେ ଜଣେ ମନ୍ତ୍ରୀଙ୍କ ପୁଅ ଶିକ୍ଷା ଗ୍ରହଣ ନିମନ୍ତେ ଆସି ଏଠି ରହିଗଲେ । ଯଦି ରାଜା ଜାଣିବେ ତେବେ ତାଙ୍କ ପିତାଙ୍କ ମନ୍ତ୍ରୀ ପଦ ଚାଲିଯିବ ଏବଂ ରାଜାଙ୍କ ଆଗରେ ମଧ୍ୟ ଛୋଟ ହେଇଯିବେ ଭାବି ଚିନ୍ତାରେ ରହିଲା। ନାଗରାଜ ଙ୍କ ଆଦେଶାନୁଶାର ବିବାହ କାର୍ଯ୍ୟ ଆରମ୍ଭ ହେଲା । ନାଗକନ୍ୟା ମାନେ ବିବାହ ପ୍ରସ୍ତୁତି ରେ ଲାଗି ପଡ଼ିଲେ। ବିବାହ ମଧ୍ୟ ସରିଲା । ମନ୍ତ୍ରୀ ପୁଅ ଚିନ୍ତାରେ ରହିବା ଦେଖି ନାଗକନ୍ୟା ଚିନ୍ତାର କାରଣ ପଚାରିଲା । ମନ୍ତ୍ରୀ ପୁଅ ସ୍ତ୍ରୀ ନାଗକନ୍ୟା କୁ ସବୁକଥା କହିଲେ। ସ୍ତ୍ରୀ ସବୁ କଥା ବୁଝି କିଛି ଯୋଜନା ଭାବି ମନ୍ତ୍ରୀ ପୁଅ କୁ କହିଲା। ନାଗକନ୍ୟା ଚିନ୍ତାର କାରଣ ତାଙ୍କ ନାଗରଜ କୁ ଜଣାଇଲେ। ନାଗରାଜ ନିଜ କନ୍ୟା ର ଉତ୍ତମ ଭବିଷ୍ୟତ ପାଇଁ ତାଙ୍କୁ ସେଠୁ ଆସିବାର ଉପାୟ ମଧ କହିଲେ।ପାଖରେ ଥିବା ନାଗମଣି ମଧ୍ୟ ଦେଲେ । ଆଉ କହିଲା କି ତୁମେ ତୁମ ସାଙ୍ଗରେ ୟାକୁ ନେବ ଆଉ ତୁମ ରାଜ୍ୟକୁ ଫେରିଯିବ । ଏହା ଶୁଣି ମନ୍ତ୍ରୀ ପୁଅ କୁହେ ଯଦି ମୋତେ ପୁଣି ଖୋଜି ନାଗରାଜ ପଛେ ପଛେ ଆସିଯିବେ ତେବେ? ଏହା ଶୁଣି ନାଗକନ୍ୟା ଜଣକ କୁହନ୍ତି । ଆମ ମଥାରେ ଥିବା ମଣି କେବଳ ଆମ ସାମ୍ରାଜ୍ୟର ସନ୍ତକ । କିନ୍ତୁ ଏ ହେଉଛି ରାଜା ଙ୍କ ନାଗ ମଣି ପୁରା ଅସଲି । ଆମ ସୁରକ୍ଷିତ ପାଇଁ ଏହି ମଣି କୁ ଆମକୁ ଦେଲେ ।ରାଜା ଯାହାକୁ ଏହି ମଣି ଦେଉଥିଲେ ସେ କେବଳ ଏହି ମଣି ସାହାଯ୍ୟରେ ନାଗ ସାମ୍ରାଜ୍ୟ ରୁ ବାହାରକୁ ଆସି ପାରୁ ଥିଲେ । ବର୍ତ୍ତମାନ ଏହି ମଣି ଆମକୁ ଦେଇ ଦେଲେ। ଏହି ମଣି ବିନା ଏହି ସ୍ଥାନରୁ କେହି ମଧ୍ୟ ବାହାରକୁ ଯାଇପାରିବେ ନାହିଁ କି ତୁମକୁ ଖୋଜି ପାରିବେ ନାହିଁ ।ଏହା ଶୁଣି ମନ୍ତ୍ରୀ ପୁଅ ବହୁତ ଖୁସି ହେଲା ଆଉ ସେ ନାଗ କନ୍ୟାକୁ ବି ସାଙ୍ଗରେ ନେବା ପାଇଁ କହିଲା । ଦୁହେଁ ମିଶି ପୁଣି ସେହି ପଦ୍ମ ପୋଖରୀ ବାହାରକୁ ଆସିଲେ ଏବଂ ରାଜାଙ୍କ ପୁତ୍ର କୁ ଖୋଜିଲେ ରାଜାଙ୍କ ପୁତ୍ର ବି ସେହି ଦିନ ଠାରୁ ବହୁତ ଖୋଜୁଥାନ୍ତି । ମନ୍ତ୍ରୀ ଙ୍କ ପୁଅ ନିଜ ସାଥି ଆଉ ଘୋଡାକୁ ନ ପାଇ ବହୁତ ଚିନ୍ତିତ ହେଇଗଲେ । ରାଜକୁମାର ଗୋଟିଏ ଝରଣା ପାଖରେ ଗୋଟାଏ ପଥର ଉପରେ ବସି ଭାବୁଥାନ୍ତି । ସେହି ସମୟରେ ମନ୍ତ୍ରୀ ପୁଅ ନାଗକନ୍ୟା ଆସି ଭେଟିଲେ ତାଙ୍କୁ ଦେଖି ମନ୍ତ୍ରୀ ପୁଅ କୁ ରାଜକୁମାର କୁଣ୍ଢେଇ ପକେଇ କହିଲେ ମୋତେ ଛାଡ଼ି ତମେ କୁଆଡେ ଯାଇଥିଲ । ସେହି ସମୟରେ ମନ୍ତ୍ରୀ ପୁଅ ସବୁକଥା କୁ ବୁଝେଇ କୁହେ । ରାଜ କୁମାର ସବୁ ଶୁଣି ଆଶ୍ଚର୍ଯ୍ୟ ହେଇଗଲେ ଏବେ ଆଉ କଣ କରିବା ସେହି ସମୟରେ ମନ୍ତ୍ରୀ ପୁଅ କୁହନ୍ତି କି ମୁଁ ସବୁକଥା ନାଗକନ୍ୟା କୁ ବୁଝେଇ ଦେଇଛି ସେ ମଧ୍ୟ ବୁଝିଯାଇଛନ୍ତି ଆଉ ମୋତେ ସୁରକ୍ଷିତ ରେ ତୁମ ପାଖରେ ପହଞ୍ଚାଇ ଦେଇଛନ୍ତି । ତାହା ଶୁଣି ରାଜ କୁମାର ବହୁତ ଖୁସି ହେଲେ ଆଉ ତାଙ୍କୁ ରାଜ ମହଲକୁ ନେଇଗଲେ ଏବଂ ରାଜାଙ୍କୁ ସବୁକଥା କହିଲେ । ରାଜା ମଧ୍ୟ ନାଗକନ୍ୟା ଉପରେ ବହୁତ ଖୁସି ହେଇ ମନ୍ତ୍ରୀ ପୁଅ କୁ ନାଗକନ୍ୟା ସହ ପୁଣି ବିବାହ କରେଇଲେ । ପୁଣି ନାଗକନ୍ୟା ମଣି କୁ ରାଜାଙ୍କୁ ଦେଇ ଦେଲେ । ପ୍ରଜା ମାନଙ୍କର ସେବା କରିବା ଲାଗି ଆଉ ସେହି ମଣି କୁ କେବଳ ଥରେ ହିଁ ଆପଣ ବ୍ୟବହାର କରିପାରିବ ବୋଲି ନାଗକନ୍ୟା ରାଜାକୁ କହିଲେ । ଏହି ମଣି କୁ ଆପଣ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିପାରିବେ ନାହିଁ । ଅନ୍ୟମାନଙ୍କ ସେବାରେ ସେହିଦିନଠାରୁ ରାଜା ମଣି କୁ ବହୁତ ଦାଇତ୍ଵ ରେ ରଖିଥାନ୍ତି ।

ଏମିତି ବହୁତ୍ ବର୍ଷ ପରେ ଥରେ ତାଙ୍କ ରାଜ୍ୟ ରେ ବର୍ଷା ନ ହେବା ଫଳରେ ସାରା ରାଜ୍ୟ ରେ ମରୁଡି ପଡ଼ିଗଲା। ବହୁତ୍ ଖରା ଯୋଗୁ ସବୁ ଫସଲ ନଷ୍ଟ ହୋଇଗଲା । ପାଣି ଟୋପେ ପାଇଁ ରାଜ୍ୟରେ ହାହାକାର ହେବାକୁ ଲାଗିଲା। ଏହା ଦେଖି ରାଜା ବହୁତ ଚିନ୍ତିତ ଥିଲେ । ହଠାତ୍ ରାଜା ଙ୍କ ମନ ପଡ଼ିଲା ଯେ ମୁ ସେ ମୂଲ୍ୟବାନ ମଣି କୁ ସାହାଯ୍ୟ ମାଗିବି ଏବଂ ରାଜା ସେହି ମଣି କୁ ସାହାଯ୍ୟ ମାଗିବା ପରେ ମଣି ର ଚମତ୍କାର ରେ ପୁରା ରାଜ୍ୟରେ ବର୍ଷା ହେଲା । ବର୍ଷା ପରେ ମଣି ର ଚମକ କମ୍ ପଡ଼ିଗଲା କିନ୍ତୁ ମଣି ଦ୍ଵାରା ରାଜ୍ୟର ଉପକାର ହୋଇଛି ବୋଲି ରାଜା ସେ ମଣି କୁ ପୂର୍ବ ଭଳି ସମ୍ମାନ ଦେଇ ଦାୟିତ୍ୱରେ ରଖିଲେ । ଲୋକେ ପୂର୍ବ ଭଳି ଚାଷ କାର୍ଯ୍ୟ କରି ନିଜ ଜୀବନ ଯାପନ କରିଲେ । ରାଜା ମଧ୍ୟ ନିଜ ପ୍ରଜା ମାନଙ୍କ ଖୁସି ପାଇଁ ଉତ୍ତମ ଶାସନ କରୁଥିଲେ ।


ଏଥିରୁ କଣ ଶିଖିଲ ?

୧. କେବେ ମଧ୍ୟ ଅନ୍ୟକୁ ଅହଙ୍କାର ଦେଖାଇବା ଅନୁଚିତ୍ ।

୨. ମୂଲ୍ୟବାନ ଜିନିଷ କୁ ଉପଯୁକ୍ତ ସମୟରେ ବ୍ୟବହାର କରିବା ଉଚିତ୍ ।

୩. ସର୍ବଦା ଅନ୍ୟ ର ଭଲ ପାଇଁ ଚିନ୍ତା କରିବା ଉଚିତ୍ ।


ଲେଖିକା. ପୂଜା ସ୍ୱାଇଁ

ବୁଗୁଡ଼ା, ଗଞ୍ଜାମ.  

Categories:

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading