ମୁଁ କଣ କରିବି ମୋ ମୁଣ୍ଡ କିଛି କାମ କରୁ ନଥାଏ । ମିହିର କୁ ଫୋନ୍ କରିଲି କିନ୍ତୁ କେହି ଉଠେଇଲେ ନାହିଁ । ମିହିର କହିଥାଏ ମୁଁ ଏପଟୁ କଲ୍ କରିବି ମୋ ସମୟରେ, ତମେ ଯଦି କଲ୍ କରିବ କେହି ଉଠେଇବେ ନାହିଁ କାରଣ ତାହା ଥିଲା ପିସିଓ ବୁଥ । ମୋ ଚିନ୍ତା ବଢ଼ି ବଢ଼ି ଯାଉଥାଏ । ବୋଉ ଚିନ୍ତାରେ ରୋଷେଇ ଘରେ ବସିଥାନ୍ତି, ମନ୍ମଥ ମଧ୍ୟ ଚୁପ୍।
ବାପା ରାତି ୮ଟା ରେ ଘରକୁ ଆସିଲେ । ମୁଁ ବାପା ପାଖରେ ପହଞ୍ଚିଲି। ବାପା ଙ୍କ ହାତ ଧରି କହିଲି ବାପା ମୋତେ ତମେ ଭଲ ପାଅ ନା? ବାପା ହଁ କରିଲେ। ମୁଁ କହିଲି ତମେ ଭଲ ଭାବରେ ଜାଣିଛ ମୁଁ ମିହିର କୁ ପସନ୍ଦ କରେ ଏବଂ ତାକୁ ବିବାହ କରିବାକୁ ଚାହେଁ । ବାପା କହିଲେ ତୁ ତାକୁ ଭୁଲି ଯାଆ ।
ମୁଁ କହିଲି ବାପା ଏବେ ପର୍ଯ୍ୟନ୍ତ ତମେ ଠିକ୍ ଥିଲ । ଏବେ ହଠାତ୍ କଣ ହେଲା ତମକୁ, ତମେ ଏମିତି କଥା ବାର୍ତ୍ତା କରୁଛ । ବାପା କହିଲେ, ସେ ସାର୍ ବହୁତ୍ ଭଲ ଏବଂ ମୋ ଠାରୁ ବହୁତ୍ ସାଲେରି ପାଉଛନ୍ତି । ତାଙ୍କର ଘର ମଧ୍ୟ ବହୁତ୍ ବଡ, ତୁ ତାଙ୍କୁ ବିବାହ କରିବୁ ଯଦି ଖୁସିରେ ରହିବୁ।
ସେ ଦେଖିବାକୁ କଳା କିନ୍ତୁ ତାଙ୍କ ହୃଦୟ ବହୁତ୍ ନିର୍ମଳ। ମୁଁ ବାପା ଙ୍କୁ କହିଲି , ବାପା ସେ କେମିତିକା ଲୋକ ମୁଁ ଜାଣିବାକୁ ଇଚ୍ଛା କରୁନି । ମୁଁ ତାଙ୍କୁ ବିବାହ କରିବି ନାହିଁ କାରଣ ମୁଁ ମିହିର କୁ ଭଲ ପାଏ ।
ବାପା କହିଲେ, ମିହିର ଚାକିରି ପାଇବା ପରେ ଘରକୁ ଆସିଥିଲା ସେ ତ କିଛି କହିଲା ନାହିଁ ଏବଂ ସେ ଆମ କୁଳ ସମାଜ ଲୋକ ନୁହଁ ତାକୁ ମୁଁ ବାହା ଦେବିନି । ବାପାଙ୍କ ଆଗରେ ମୁଁ ଲୁହ ଗଡ଼େଇ ଚାଲିଛି କିନ୍ତୁ ବାପା ମୋ ସହିତ ଆଖି ମିଶେଇ କଥା ହେଉ ନଥିଲେ ।
ମୁଁ ବାପା ଙ୍କୁ ପୁଣି ପଚାରିଲି, ବାପା ମୋ ଖୁସି ପାଇଁ ସେ ଅଧା ବୁଢା ସହିତ ମୋତେ ବାହା କରିଦେବ ମୁଁ କଣ ଖୁସିରେ ରହିବି ବୋଲି ଭାବୁଛ? ତମେ ପିଲା ଦିନେ ମୋତେ ଗପ ଶୁଣେଇ କହୁଥିଲ ନା, ସବୁ ରାଜକୁମାରୀ ଙ୍କ ପାଇଁ ଗୋଟିଏ ସୁନ୍ଦର୍ ରାଜକୁମାର ଭଗବାନ ଗଢ଼ିଥାନ୍ତି ଏବଂ କହୁଥିଲ ତୁ ମୋ ରାଜକୁମାରି ଏବଂ ତୋ ପାଇଁ ମଧ୍ୟ ଗୋଟିଏ ସୁନ୍ଦର୍ ରାଜକୁମାର ଜଣେ ଆସିବ ।
ମୋ ରାଜକୁମାର ହେଉଛି ମୋ ମିହିର, ଭଗବାନ ସାର୍ ନୁହନ୍ତି । ଆପଣ ନିଜେ ଚିନ୍ତା କରନ୍ତୁ । କଣ ମୁଁ ଭଗବାନ ସାର୍ ସହିତ ବିବାହ କରିଲେ ଆପଣ ଖୁସିରେ ରହିବେ ତ?? ମୋତେ ଆପଣ କହିଥିଲେ ନା ତୁ ସ୍ବର୍ଗ ର ଚାନ୍ଦ ମାଗିବୁ ତୋ ପାଇଁ ତୋଳି ଆଣିବି କିନ୍ତୁ ଏ ଭଗବାନ ସାର୍ କୁ ଚାନ୍ଦ ବନେଇ ମୋ ଗଳା ରେ ହାର କରି ପିନ୍ଧିବାକୁ ଚାହେଁନି ବାପା।
ବାପା କହିଲେ ମୁଁ ତୋ କଥା କିଛି ଶୁଣିବି ନାହିଁ, ତୁ ଆଜିଠୁ ସେ ମିହିର ସହିତ କଥା ହେବୁ ନାହିଁ । ବୋଉ କହିଲେ, ତମକୁ କଣ ହୋଇଛି, ବାପା ଚିତ୍କାର କରି କହିଲେ ତମେ ଚୁପ୍ ରୁହ, କହି ଉଠି ଚାଲିଗଲେ । ବାପା ମୋର ତିଳେ କଥା ମଧ୍ୟ ଶୁଣିଲେ ନାହିଁ । ସେ ତାଙ୍କ ଜିଦ୍ ରେ ଅଟଳ ରହିଲେ । ସେଦିନ ରାତିରେ ମୁଁ ଉପାସରେ ଶୋଇଲି । ବୋଉ ମୋତେ ଅନୁରୋଧ କରିଲେ କିନ୍ତୁ ମୁଁ ଶୁଣିଲି ନାହିଁ ।
ଏପଟେ ମିହିର ର ଗୋଟିଏ ଦିନ ପୂର୍ବରୁ ଫୋନ୍ କରି କହିଥିଲା ଯେ ସେ ୫ ଦିନ ପାଇଁ ଆଉ କୋଉ ସ୍ଥାନ କୁ ଟ୍ରେନିଂ ପାଇଁ ଯିବ । ଏ ଷଣ୍ଢ କଥା ମୁଁ ମିହିର କୁ କହି ନଥାଏ । ମୁଁ ନିରୁପାୟ ଥିଲି କାହାକୁ କହିବି କେମିତି ଜାଣିବି ଭାବି ମନେ ପଡ଼ିଲା ମିହିର ର ସାଙ୍ଗ ଶଙ୍କର କଥା
ତା ପର ଦିନ ମୁଁ ଶଙ୍କର କୁ ଫୋନ୍ କରିଲି, ଗତ ରାତିର ଘଟଣା ବିଷୟରେ ସବୁ କଥା କହିଲି ସେ କହିଲା , ଭାଉଜ ମୋତେ ଅଳ୍ପ ସମୟ ଦିଅ, ମୁଁ ତାର ଖବର ବାହାର କରି ମୁଁ କହୁଛି ।
ଠିକ୍ ୩ ପରେ ଶଙ୍କର ମୋତେ ଫୋନ୍ କରି କହିଲା । ଭାଉଜ ଗୋଟିଏ ବଡ ଖବର । ସେ ଅଫିସର ଗୋଟିଏ ଖରାପ ଲୋକ। ଅନ୍ୟ କୋଉ ଜାଗାରୁ ଚୋରା କେସ ରେ ଫସିବା ଯୋଗୁ ତାକୁ ଏ ଏରିଆ କୁ ପୋଷ୍ଟୀଙ୍ଗ କରା ଯାଇଛି ଏବଂ ତାହାର ବିବାହ ସରି ଛାଡ଼ପତ୍ର ହୋଇ ଯାଇଛି ଏବଂ ତାର ଗୋଟିଏ ଛୋଟ ଝିଅ ମଧ୍ୟ ଅଛି।
ସେ ଏତେ ଖରାପ ଯେ ମୋତେ କହିବାକୁ ଠିକ୍ ଲାଗୁନି । ସେ ଯୋଉ ଅଫିସ ରେ ଡିଉଟି କରେ ସେଠୀ ସ୍ତ୍ରୀ ଲୋକ ଉପରେ ଖରାପ ନଜର ପକେଇ ରଖେ । ସେ ଯଦି ଅଫିସ ଷ୍ଟାଫ୍ ହୋଇଥିବ ତାକୁ କିଛି କୌଣସି ଭୁଲ କାମରେ ଫସେଇ ତାକୁ ଦୋଷୀ କରାଏ ଏବଂ ତାକୁ କ୍ଷମା କରିବା ବାହାନାରେ ତା ସହିତ ଖରାପ ସମ୍ପର୍କ ରଖେ।
ଖାଲି ସେତିକି ନୁହେଁ ଜଙ୍ଗଲ ରେ କାଠ ନେବାକୁ ଆସିଥିବା ସ୍ତ୍ରୀ ଲୋକ ମାନେ କାଠ ନେବା ସମୟରେ କାଠ ସହିତ ଧରି ଜେଲ ର ଧମକ ଦେଇ ତାଙ୍କ ସହିତ ଖରାପ ସମ୍ପର୍କ ରଖେ। ଏମିତି ବହୁତ୍ ଘଟଣା ହୋଇଛି ।
ଏମିତି ସବୁ ଘଟଣା ପରେ ତା ସ୍ତ୍ରୀ ସ୍ୱାମୀର ସ୍ୱାମୀର ଖରାପ କାମ ବିଷୟରେ ଜାଣିଲା ଏବଂ ସେ ତା ସ୍ତ୍ରୀ କୁ ମାର୍ ପିଟ କରିବା ପରେ ତାର ତା ସ୍ତ୍ରୀ ତା ଠାରୁ ଛାଡ଼ପତ୍ର ନେଇ ଅଲଗା ରହୁଛି।
ଏହି କଥା ଶୁଣି ମୋତେ ସେ ଷଣ୍ଢ ର ଅସଲ ରୂପ ଜଣା ପଡ଼ିଲା। ମନରେ ବାପା ଙ୍କ ପ୍ରତି ରାଗ ଆସିଲା ସଙ୍ଗେ ସଙ୍ଗେ ମୁଁ ବୋଉ କୁ ଡାକି ସବୁ କଥା କହିଲି ଏବଂ ଶଙ୍କର ମଧ୍ୟ ବୋଉ କୁ ଏ ସବୁ କଥା କହିଲା। ବୋଉ ସବୁ କଥା ଜାଣି ବାପା ଆସିଲା ପରେ ସବୁ କଥା କହିଲେ ।
ବାପା ପ୍ରଥମେ ବିଶ୍ୱାସ କରିଲେ ନାହିଁ କିନ୍ତୁ ବାପାଙ୍କୁ ଦୁହେଁ କହିଲୁ ଏବଂ ଶଙ୍କର ସହିତ ବାପା ପୁଣି କଥା ହେଲେ। ଶଙ୍କର କହିଲା ଆପଣ ପ୍ରମାଣ ପାଇଁ ସେହି ସ୍ଥାନ କୁ ଯାଆନ୍ତୁ ସେଠୀ ତାଙ୍କ ସ୍ତ୍ରୀ ଏବଂ ଝିଅ ରହୁଛନ୍ତି ଭଡ଼ା ନେଇ ରହୁଛନ୍ତି ।
ତାର ସ୍ତ୍ରୀ ରହୁଥିବା ବଜାର ଉପରେ ବାପାଙ୍କ ସାଙ୍ଗ ରୁହନ୍ତି, ବାପା ତାଙ୍କୁ ଫୋନ୍ କରି ସୂଚନା ବାହାର କରିବାକୁ କହିଲେ । ତାଙ୍କ ସାଙ୍ଗ ମଧ୍ୟ ସେମିତି କହିଲେ ଯେ ସେ ଭଗବାନ ସାର୍ ବିଷୟରେ ଜାଣନ୍ତି ଯେ ସେ ବହୁତ୍ ଖରାପ ଆଉ ଯଦି ପ୍ରମାଣ ଚାହୁଁଛନ୍ତି ତେବେ ମୁଁ କାଲି ଯାଇ ନିଜ ଆଖିରେ ଦେଖି ଆସିବି ।
ତା ପର ଦିନ ସକାଳ ୮ ଟା ବେଳେ ବାପାଙ୍କ ସାଙ୍ଗ ଫୋନ୍ କରି ସବୁ କଥା କହିଲେ ଏବଂ ସେଠୀ ତା ସ୍ତ୍ରୀ ଏବଂ ଝିଅ ସହିତ ରହୁଛି ବୋଲି କହିଲେ ।
ବାପା ମୁଣ୍ଡରେ ହାତ ଦେଇ ବସିଗଲେ । ମୁଁ କଣ କରିବାକୁ ଯାଉଥିଲି। ମୋ ଝିଅ ର ଜୀବନ ନଷ୍ଟ କରିବାକୁ ଯାଉଥିଲି । ବାପା ସବୁ ସତ କଥା କହିଲେ । ସେଥିପାଇଁ ସେ ଦିନ ମୋତେ ମଦ ପିଆଇ ଥିଲେ। ସେ ବିବାହ କରିଛି କିନ୍ତୁ ମୋତେ ମିଛ କହିଲେ ଯେ ସେ ଅବିବାହିତ।

ମୁଁ ଖୁସିରେ ଯେମିତି ନାଚି ଉଠୁଥିଲି। ମୋର ପାଦ ତଳେ ଲାଗୁ ନଥାଏ, କଣ କହିବି? କଣ କଥା ହେବି? ମୁଁ ସବୁ ଭୁଲି ଯାଉଥାଏ । )
Bhuyans Blog
ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ।
ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ ।
Click Here and send your Article (Whatsapp Link)
ଏହି ଗଳ୍ପ କୁ ଅନ୍ୟ ମାନଙ୍କୁ ସେୟାର କରିବାକୁ ଚାହୁଁଛନ୍ତି ତେବେ Page ତଳକୁ Scroll କରନ୍ତୁ ଏବଂ Whatsapp Button ଉପରେ କ୍ଲିକ କରି ସେୟାର କରନ୍ତୁ ।
ଅନ୍ୟ କାହାଣୀ ପଢ଼ିବା ପାଇଁ ତଳେ ଦିଆ ଯାଇଥିବା Telegram Channel ର ଲିଙ୍କ୍ କୁ କ୍ଲିକ୍ କରି ଜଏନ କରନ୍ତୁ ।
Telegram Link
ପାଠକ ବନ୍ଧୁ କାହାଣୀ କୁ ପଢିବାରେ ସମୟ ଦେଇଥିବାରୁ ଆପଣକୁ ବହୁତ୍ ବହୁତ୍ ଧନ୍ୟବାଦ୍ ।
If you like this story so share to your friends, Thanking You.

2 Responses
[…] Click here for part-15 ସେ ମୋ ଝିଅ କୁ ବିବାହ ପାଇଁ ଆଶା କରି ବସିଛି। ବାପା ସେଦିନ ର ଚର୍ଚ୍ଚା ବିଷୟରେ ମଧ୍ୟ କହିଲେ । ଯେ କିଛି କାଠ ତାଙ୍କୁ ଦରକାର ଏବଂ ସେ କାଠ ସରକାର କାମରେ ଲାଗିବ କିନ୍ତୁ ଏବେ ଜଣା ପଡ଼ିଲା ଯେ ସେ କାଠ ଚୋରି ହେବ ତାହା ପୁଣି ମୋ ଜଙ୍ଗଲ ରୁ ଏବଂ ସେ କାଠ ର ଅଧା ମୂଲ୍ୟ ମୋତେ ମିଳିବ ବୋଲି କହୁଥିଲେ । ଏ ସବୁ ର ମୁଖ୍ୟ କାରକ ହେଲା ସେ ଷଣ୍ଢ ର । ବାପାଙ୍କ ମୁହଁରୁ ଷଣ୍ଢ ନାମ ଶୁଣି ମୋତେ ଖୁସି ଲାଗୁଥାଏ ଏବଂ ବାପାଙ୍କୁ ୫୦ ପ୍ରତିଶତ ଟଙ୍କା ଦେଇ ବାକି ଟଙ୍କା ସେମାନେ ବାଣ୍ଟି ନେବେ ବୋଲି ବାପା କହିଲେ। ସେ ଷଣ୍ଢ ଲୋଭ ଦେଖାଇ କିଛି ସର୍ତ୍ତ ରଖି ବାପାଙ୍କୁ କହିଛି ଯେ ଆପଣଙ୍କ ଝିଅ ସହିତ ବିବାହ ରେ ଯେତେ ଟଙ୍କା ଖର୍ଚ୍ଚ ହେବ ସବୁ ସେ ବହନ କରିବ। ବାପା ମୋତେ ଡ଼ାକି ମୋ ମୁଣ୍ଡରେ ହାତ ରଖି କହିଲେ ତୁ ଠିକ୍ ଥିଲୁ ଲୋ ମା, ମୁଁ ଭୁଲ ନିଷ୍ପତି ନେଇ ଥିଲି। ବୋଉ ଏବଂ ମୁଁ ଦୁହେଁ କହିଲୁ ସେଦିନ ମୋ ଉପରେ ମଧ୍ୟ ଖରାପ ନଜର ରେ ମୋତେ ଦେଖୁଥିଲା ବୋଲି । ବାପା ବହୁତ୍ ରାଗି କହିଲେ । ହଉ ଠିକ୍ ଅଛି ସେ କାଠ ଚୋରି ହେବାକୁ ଦେବୀ ନାହିଁ ଏବଂ ସତର୍କ ରହିବି ସେ ଷଣ୍ଢ ର କାର୍ଯ୍ୟ କଳାପ ଉପରେ। ବାପା ବୁଝିଗଲେ ଏବଂ ସେ ଚୋରି ହେବାକୁ ଦେଲେ ନାହିଁ । ସେ ଷଣ୍ଢ କୁ ଘରକୁ ଫୋନ୍ କରିବାକୁ ମନା କରିବା ସହିତ ବାହା ଦେବାକୁ ମଧ୍ୟ ରୋକ୍ ଠୋକ୍ ମନା କରିଦେଲେ। ବାପା ବହୁତ୍ ରାଗନ୍ତି କିନ୍ତୁ କରିବେ କଣ? ସେ ଥିଲା ବାପା ଙ୍କ ଉପର ଅଫିସର। ଠିକ୍ ୫ ଦିନ ପରେ ମିହିର ର ଫୋନ୍ ଆସିଲା । ମିହିର କୁ ସବୁ କଥା କହିଲି । ମିହିର ସବୁ କଥା ଶୁଣିଲା ଏବଂ କହିଲା ବାପାଙ୍କୁ କହିବ ସେ ତମକୁ ଆଉ କୋଉଠି ବିବାହ ଦେବେ ନାହିଁ । କି ଅନ୍ୟ କୋଉ ପ୍ରସ୍ତାବ କୁ ଗ୍ରହଣ କରିବେ ନାହିଁ । ମୁଁ କହିଲି ବାପା ଏବେ ରାଜି ହୋଇଯିବେ ତମେ ଚିନ୍ତା କରନି । ତମେ କୋଉ ଦିନ ଆସିବ କୁହ, ବାସ୍ ସେ ଦିନ ଅପେକ୍ଷାରେ ମୁଁ ଅଛି । ତାପରେ ଚାଲିଲା ସେମିତି ଫୋନ୍ ରେ କଥା ବାର୍ତ୍ତା । ମିହିର ର ଟ୍ରେନିଂ ସରିଗଲା । ଦଶ ମାସ ପୁର୍ବରୁ ମିହିର କୁ ଦେଖିଥିଲି। ସେ କେମିତି ଥିବ, ମୋଟା ନା ପତଳା, ଗୋରା ନା କଳା ହୋଇ ଆସିଥିବ । ଏମିତି ବହୁତ୍ ପ୍ରଶ୍ନ ମୋ ମନରେ ଉଙ୍କି ମାରୁଥିଲା। ସେଦିନ ମିହିର ପାହାନ୍ତା ସମୟରେ ଘରେ ଆସି ପହଁଚିଲା । ମୁଁ ଭାବୁଥାଏ କେତେବେଳେ ସେ ଆସିବ। ପୁରା ଦିନ ଚାଲିଗଲା । ମୁଁ ଜାଣି ଶୁଣି ଫୋନ୍ କରୁ ନଥିଲି। ଦିନ ୧ଟା ବେଳେ ଆଉ ରହି ନ ପାରି ଫୋନ୍ କରିଲି। ମିହିର ର ବଡ ଦିଦି ଫୋନ୍ ଉଠେଇ କହିଲେ, କେମିତି ଅଛୁ ଅନୁ?? ତୁ ତ ଖବର ପାଇ ସାରିଥିବୁ । ମିହିର ଆସିଛି ବୋଲି, ମୁଁ ହଁ କହିଲି ଏବଂ ପଚାରିଲି ମିହିର କୁଆଡେ ଯାଇଛି? ଦିଦି କହିଲେ ସେ ସକାଳୁ ଆସି ଶୋଇଥିଲା ଏବେ ୧୦ ଟା ରେ ଶଙ୍କର ର ତାର ଗାଧେଇ ଯାଇଥିଲେ । ଟିକେ ପୂର୍ବରୁ କିଛି ଖାଇ ଡ୍ରେସ ପିନ୍ଧି ବାଇକ୍ ନେଇ କୁଆଡେ ବାହାରିଗଲା । ଜଣା ନାହିଁ କୁଆଡେ ଯାଇଛି । ମୁଁ କହିଲି ଦିଦି ମୁଁ ପରେ କଥା ହେଉଛି, ଏବେ ରଖୁଛି। ତାପରେ ମୁଁ ଶଙ୍କର କୁ କଲ୍ କରିଲି। ଶଙ୍କର ର ମା ଉଠେଇ କହିଲେ ସେ ୧୨ ଟା ରେ ଖାଇ ସାରି ମିହିର ସହିତ କୁଆଡେ ଯାଇଛି। ଏତିକି ଶୁଣି ଫୋନ୍ ରଖିଲି। ଭାବିଲି କୁଆଡେ ଗଲେ । ଏବେ ପର୍ଯ୍ୟନ୍ତ ଆସିଲେ ନାହିଁ । ଫେରି ଆସିଲି ମୋ ରୁମ୍ କୁ,,, ଠିକ୍ ୧୦ ମିନିଟ୍ ପରେ ରାଜଦୂତ ବାଇକ୍ ର ଉଚ୍ଚା ସାଇଲେଂସର୍ ସାଉଣ୍ଡ ଦେଇ କେହି ଜଣେ ଆମ ସାହିକୁ ଆସିଲା । ସାହି ପଡିଶା ଲୋକ ବାହାରକୁ ଆସି ଗଲେ ଦେଖିବା ପାଇଁ, ସେ ସମୟରେ ଯଦି କେହି ରାଜଦୂତ୍ ରେ ଗାଁ କୁ ଆସୁଥିଲେ ଲୋକେ ବାହାରକୁ ଆସି ଦେଖିବାକୁ ବାଧ୍ୟ ହେଉଥିଲେ । ଜାଣିଛ, ସେ ଥିଲା ମିହିର । ଫର୍ମାଲ ଡ୍ରେସ ସହିତ ଲଙ୍ଗ ଜୋତା ଏବଂ ଯବାନ ଙ୍କ ଭଳି ଚୁଟି କଟା ହୋଇଛି । ଅଳ୍ପ ପତଳା ଥିଲା କିନ୍ତୁ ଆଗ ଅପେକ୍ଷା ବହୁତ ସୁନ୍ଦର ହୋଇ ଯାଇଥିଲା । ମୁଁ ଦୌଡ଼ି ଗଲି ଗେଟ୍ ପାଖକୁ । ମିହିର କୁ ଦେଖି ମୋ ଆଖିରେ ଖୁସି ରେ ଲୁହ ଝରିଗଲା । ସେ ଜୋତା ବାହାର କରି ଘର ଭିତରକୁ ଆସିବା ପରେ ମୁଁ କୁଣ୍ଢେଇ ନେଲି । ଭାଗ୍ୟ ବଶତଃ ବାପା ଦେଖି ନାହାନ୍ତି ସେ ଶୋଇଥିଲେ କିନ୍ତୁ ମନ୍ମଥ,ଶଙ୍କର ଏବଂ ବୋଉ ଦେଖିଦେଲେ । ବୋଉ ଏବଂ ମନ୍ମଥ ମିହିର କୁ ଦେଖି ବହୁତ୍ ଖୁସି ହେଲେ । ମିଠା ପ୍ୟାକେଟ କୁ ଟେବୁଲ୍ ଉପରେ ରଖି ମିହିର ବୋଉ ର ପାଦ ଛୁଇଁ ପ୍ରଣାମ କରିଲେ । ବୋଉ ଆଶୀର୍ବାଦ ଦେଇ ଖୁସି ହେଲେ। ଆମ କଥାବାର୍ତ୍ତା ଶୁଣି ବାପା ଉଠି ଆସିଲେ । ବାପାଙ୍କୁ ମଧ୍ୟ ସେ ପ୍ରଣାମ କରିଲା। ମୁଁ ଖୁସିରେ ଯେମିତି ନାଚି ଉଠୁଥିଲି। ମୋର ପାଦ ତଳେ ଲାଗୁ ନଥାଏ, କଣ କହିବି? କଣ କଥା ହେବି? ମୁଁ ସବୁ ଭୁଲି ଯାଉଥାଏ । ମୁଁ ସଙ୍ଗେ ସଙ୍ଗେ ମିହିର ପାଇଁ ଲେମ୍ବୁ ପାଣି ଏବଂ ଜଳଖିଆ ନେଇ ଆସିଲି। ଆମେ ସମସ୍ତେ ବସି କଥା ହେଲୁ । ବାପା ସେଦିନ ମିହିର କୁ ଦେଖି ବହୁତ୍ ଖୁସି ହେଲେ। କଥା ବାର୍ତ୍ତା ର କିଛି ସମୟ ପରେ ମିହିର କହିଲା, ମଉସା ଆପଣଙ୍କୁ କିଛି କଥା କହିବାର ଥିଲା, ଆପଣ ଯଦି ଅନୁମତି ଦେବେ ତେବେ ମୁଁ କହିବି ? ବାପା କହିଲେ କୁହ ପୁଅ । ମିହିର କହିଲା । ମୁଁ ଅନୁ କୁ ବହୁତ୍ ଭଲ ପାଏ ଏବଂ ତାକୁ ବିବାହ କରିବାକୁ ଚାହେଁ । ମିହିର ର କଥା ଶୁଣି ବାପା କହିଲେ । ଏ ତ ଖୁସିର କଥା ଏବଂ ସେ ତ କେତେ ଦିନରୁ ଅପେକ୍ଷା କରି ବସିଛି ଏବଂ ଆମେ ମଧ୍ୟ ତମ ବାଟ କୁ ଚାହିଁ ବସିଥିଲୁ । ବାପା ଙ୍କ ମୁହଁରୁ ଏତିକି କଥା ଶୁଣି ମୋର ଆଖିରୁ ପୁଣି ଥରେ ଖୁସିରେ ଲୁହ ବାହାରିଗଲା । ବାପା କହିଲେ, ମୋ ଝିଅ ର ଖୁସି କେବଳ ତୁମ ପାଖରେ । ସେ ପିଲା ଦିନୁ ତୁମକୁ ପସନ୍ଦ କରି ଆସିଛି । ଏବେ ସେ ସମୟ ପାଖେଇ ଆସିଛି କିନ୍ତୁ ଅଳ୍ପ ଅସୁବିଧା ହୋଇପାରେ। ଆମ କୁଳ ସମାଜ ଏହି ବିବାହ ପାଇଁ ବିରୋଧ କରି ପାରନ୍ତି କିନ୍ତୁ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । କିଛି ଫାଇନ ଦେବାକୁ ହେବ ଏବଂ ବାହାଘର ନିଶ୍ଚୟ ହେବ। କେବଳ କଥା ରହିଲା ତମ କୁଳ ସମାଜ ଏହି ବାହାଘର କୁ ଅନୁମତି ଦେବେ ତ ? ମିହିର କହିଲା ଆମ କୂଳ ସମାଜ ଅନୁମତି ଦେବେ ନାହିଁ କିନ୍ତୁ ମୋତେ କିଛି ଫାଇନ ଦେବାକୁ ହେବ । ତାପରେ ବାପା କହିଲେ ତମେ ଦୁହେଁ କଥା ହୁଅ ମୁଁ ବାହାରକୁ ଯାଇ ଆସୁଛି । ବୋଉ ମଧ୍ୟ କହିଲେ ତମେ କଥା ହୁଅ ମୋର ସେପଟେ କିଛି କାମ ଅଛି କହି ଉଠି ଚାଲିଗଲେ। Part-17 ରେ ପଢ଼ିବେ : (ସେ ଝିଅ ର ନଜର ମୋ ମିହିର ଉପରେ । ସେ ମିହିର କୁ ବିବାହ କରିବ ବୋଲି କହୁଥିଲା । ସେ ଝିଅ ଥିଲା ମିହିର ର ଅଫିସର ଙ୍କ ଝିଅ ।) Bhuyans Blog ଉପର ଲିଙ୍କ୍ କୁ ନିଜ ମୋବାଇଲ ରେ ସେଭ କରି ରଖନ୍ତୁ ଏବଂ ଆପଣଙ୍କ ସମୟ ଅନୁସାରେ କାହାଣୀ ପଢନ୍ତୁ। ଯଦି ଆପଣ ନିଜ ଗଳ୍ପ କିମ୍ବା କବିତା କୁ ଏମିତି ଅନଲାଇନ ରେ ସେୟାର କରିବାକୁ ଚାହୁଁଛନ୍ତି ତେବେ ତଳେ ଦିଆ ଯାଇଥିବା Whatsapp ଲିଙ୍କ୍ ରେ ନିଜ Article ପଠେଇ ପାରିବେ । Click Here and send your Article (Whatsapp Link) […]
[…] Love Forever…15 […]