Mayank (A ? Love Story)..5

Mayank5, Mayank love story
Mayank5
ମୟଙ୍କ…( ଏକ ପ୍ରଶ୍ନ ବାଚୀ ପ୍ରେମ କାହାଣୀ ) ଭାଗ-5
ସେଠୀ ମଧ୍ୟ ସେ ମିଛ ଉପରେ ମିଛ କହି ଚାଲିଥାଏ ମୁଁ ବେଳେବେଳେ ତାର ସାଙ୍ଗ ମାନଙ୍କ ସହିତ କଥା ହୋଇ ତାର ହାଲଚାଲ ବୁଝି ନେଇଥାଏ । ସେ କଣ କରେ, କୁଆଡେ ଯାଏ ସବୁ ଖବର ମୋ ପାଖରେ ପହଞ୍ଚି ଯାଏ। ମୁଁ ଯେବେ କିଛି ପ୍ରଶ୍ନ କରେ ସେ କେବେ ସତ କହେ ନାହିଁ । ମୁଁ ଜାଣିଶୁଣି ଚୁପ୍ ରହେ । ତାର ସେ ମିଛ ମୋତେ ପ୍ରତ୍ୟେକ ଥର କଷ୍ଟ ଉପରେ କଷ୍ଟ ଦେଇ ଚାଲିଥାଏ । ବେଳେବେଳେ ନିଜ ଦୁଃଖ କୁ ଶ୍ୱାନ୍ତନା ଦେବା ପାଇଁ ମନ ଭରି କାନ୍ଦି ପକାଏ କିନ୍ତୁ ମୋ ଦୁଃଖ ର ଅଳ୍ପ ଛାଇ ଟିକେ ମଧ୍ୟ ତାକୁ ଆଭାସ ହେବାକୁ ଦିଏ ନାହିଁ । ସେ ବେଳେବେଳେ ଅନୁଭବ କରେ ଯେ ମୁଁ ଦୁଃଖୀ ହୁଏ କିନ୍ତୁ ସେ ମୋ ଦୁଃଖରେ କେବେ ଦୁଃଖୀ ହୋଇ ନାହିଁ । ମୁଁ ଏହା ଭାବିଥିଲି ଯେ କେତେ କଣ ଝଡ ବତାସ ଆସୁ ରୋମି କେବଳ ମୋର ହେବ ସେଥି ପାଇଁ ମୁଁ ବେଶୀ ଦୁଃଖ ନ କରି ତାର ମିଛ କଥା କୁ ଭୁଲିଯାଏ । ସେଠୁ ସେ କିଛି ଦିନ ପରେ ନିଜ ଘରକୁ ଫେରି ଆସିଲା । କାରଣ ତାର ପରୀକ୍ଷା ପାଖେଇ ଆସିଥିଲା।
ତାର ପରୀକ୍ଷା ସରିଲା ପରେ ଆମ ସଂପର୍କ ପୁଣି ଆଗ ଭଳି ଚାଲିଲା । ଦେଖୁ ଦେଖୁ ୮ ମାସ ଗଡି ଗଲା ଜଣା ପଡ଼ିଲା ନାହିଁ।
କିଛି ଦିନ ପରେ ତାର ମାଉସୀ ଙ୍କ ଘର ପ୍ରତିଷ୍ଠା ପାଇଁ ଯାଇଥାଏ। ସେ ପୂର୍ବ ଭଳି ନିଜକୁ ଵ୍ୟସ୍ତ ରଖିବାକୁ ଚାହୁଁ ଥିଲା। ମୁଁ ଜାଣି ପାରୁ ଥିଲି ଯେ, ସେ ଯେତେବେଳେ ତାର ସମ୍ପର୍କୀୟ ଘରକୁ ଯାଏ, ସେ ମୋ ସହିତ ଭଲରେ କଥା ହୁଏ ନାହିଁ ବୋଲି ଏବଂ ମୋ ଫୋନ୍ କୁ ମଧ୍ୟ ଉଠାଇ ନଥାଏ । ମୁଁ ମଧ୍ୟ ବେଶୀ ଜବରଦସ୍ତି କରେ ନାହିଁ କାରଣ ମୁଁ ଚାହେଁ ସେ ଖୁସିରେ ରହିଲେ ମୋତେ ମଧ୍ୟ ଖୁସି ଲାଗିବ । ମାତ୍ର ତାହା କେବଳ ଦେଖାଣିଆ ଥିଲା । ମୁଁ ତାକୁ କହିଥିଲି ଯୁଆଡେ ବୁଲିବାକୁ ଯାଉଛ ଯାଅ କିନ୍ତୁ ମୋତେ ସତ କହୁଥାଅ କିନ୍ତୁ ତାହା ମୋର କେବଳ ଭ୍ରମ ଥିଲା । ସେ ତା ଭଉଣୀ ସହିତ ସେଠୀ ବୁଲାବୁଲି କରି ଆସେ ଏବଂ ତାର ଭଉଣୀ ସହିତ କଥା ହେବା ପରେ ମୁଁ ଜାଣିବାକୁ ପାଏ ଯେ ଆଜି କୁଆଡେ ଯାଇଥିଲେ କଣ କଲେ ? କୋଉଠି କେତେ ସମୟ ବିତେଇଲେ ? କଣ ଖାଇଲେ? କେମିତି ଡ୍ରେସ ପିନ୍ଧି ଯାଇଥିଲା ? ଏମିତି ସବୁ ଖବର ମୋତେ ମିଳିଯାଏ କିନ୍ତୁ ଏହି କଥା ଯଦି ମୁଁ ରୋମି କୁ ପଚାରେ ତେବେ ସେ ମିଛ କହିବାକୁ ପଛାଇ ନଥାଏ ।
ବେଳେବେଳେ ଇଚ୍ଛା ହେଉଥାଏ ସବୁ ସତ କଥା କହିଦେବୀ କିନ୍ତୁ ମୋ ଭଲ ପାଇବା ଉପରେ ଦାଗ ଲାଗିବା ଆରମ୍ଭ ହୋଇଯିବ ବୋଲି ମୁଁ ଚୁପ୍ ରହିବାକୁ ପସନ୍ଦ କରୁଥିଲି । ସେଠୀ ମଧ୍ୟ ମୁଁ ଦେଖା କରିବାକୁ ଯାଇଥିଲି କିନ୍ତୁ ତାର କଥା ଗୁଡ଼ିକ ରେ ଯେମିତି ମୋତେ ପରିବର୍ତ୍ତନ ଦେଖା ଦେଇଥିଲା । ଫୋନ୍ କରିଲେ ସେ ଉଠାଇ ନଥାଏ। ଆଉ ଯେତେବେଳେ ଫୋନ୍ ଉଠାଏ ସେ ମିଛ ବାହାନା କରେ । ମୁଁ ଶୁଣି ଶୁଣି ମୋ ଆଖିରୁ ଲୁହ ବାହାରି ଯାଉଥାଏ । ମନେ ହେଉଥାଏ ମୋ ସହିତ ଧୋକା ହେଉଛି କିନ୍ତୁ ଅନ୍ଧ ଭଳି ଭଲ ପାଇବା ମୋର ଅଧିକ ଥିଲା । ସେଥିପାଇଁ ମୁଁ ତାର ମିଛ କୁ ଅଣଦେଖା କରିବା ଅଭ୍ୟାସ ହୋଇ ଯାଇଥିଲା ।
ସାତ ଦିନ ପରେ ସେ କଲେଜ୍ ଆସିଲା । ସକାଳୁ ସକାଳୁ କଲେଜ୍ ପହଞ୍ଚି ଥିଲା କିନ୍ତୁ ମୁଁ ସେଦିନ ପହଞ୍ଚି ପାରି ନଥିଲି । ଘରେ ମୋର କାମ ଥିବା ଯୋଗୁ ମୋ ସାଙ୍ଗ ରବିନ୍ କୁ କହିଲି ଯେ ତା ପାଇଁ କିଛି ଚକୋଲେଟ୍ ଏବଂ କିଛି ସେଉ ଆଉ କମଳା ନେଇ ଯାଇଥିବୁ। ସେ ସକାଳୁ ସକାଳୁ ଆସିଛି ତାକୁ ଭୋକ ଲାଗିବ । ମୋ କହିବା ଅନୁସାରେ ରବିନ୍ ତା ପାଇଁ ଖାଇବା ପାଇଁ ଜିନିଷ ନେଇ ଯାଇଥିଲା । ସେଠୁ ଆସିଲା ପରେ ଯେମିତି ପୂର୍ବ ଭଳି ଆମ ର ସମ୍ପର୍କ ପୁଣି ନିବିଡ ହୋଇଗଲା । ଆମେ ପୂର୍ବ ଭଳି ମିଳାମିଶା କରିଲୁ । କେତେବେଳେ ମାର୍କେଟ ରେ ତ କେତେବେଳେ କୋଉଠି ।
ଦିନେ ମନ୍ଦିର କୁ ବୁଲିବାକୁ ଯାଇଥିଲୁ । ସେଠୀ ମୁଁ ତା ମୁଣ୍ଡରେ ସିନ୍ଦୁର ଦେଇଥିଲି ଏବଂ ମୁଁ ସିନ୍ଦୂର ଦେବା ପରେ ସେ ମୋ ସିନ୍ଦୂର କୁ ଗ୍ରହଣ କରିଲା ଏବଂ ସେଠୀ ଦୁଇ ହୃଦୟ ଯେମିତି ମିଶି ଗଲା । ସବୁ ରାଗ ରୋଷ ଉଭେଇଗଲା । ସେ ମୋ ପାଇଁ ପ୍ରତ୍ୟେକ ଦିନ ସିନ୍ଦୂର ଲଗେଇ ଆସେ ମାତ୍ର ତାହା ଲୁଚାଣିଆ ଅବସ୍ଥାରେ। ଆମେ କଲେଜ୍ ବାହାନାରେ ବହୁତ୍ ଯାଗା ବାଇକ୍ ରେ ବୁଲାବୁଲି କରିବା ଆରମ୍ଭ କରି ଦେଲୁ । ସେ ସମୟରେ ଆମେ ବହୁତ୍ ବୁଲାବୁଲି ମଜା ମସ୍ତି କରିଛୁ । ସାଙ୍ଗ ମାନେ ମଧ୍ୟ ଆମ ସଂପର୍କ କୁ ଅଧିକ ମହତ୍ତ୍ଵ ଦେବାକୁ ଲାଗିଲେ । ଆମ ସଂପର୍କ ନିବିଡ ହେବା ପରେ ମୁଁ ତାକୁ ଗୋଟିଏ ରିଙ୍ଗ ଗିଫ୍ଟ କରିଲି । ମୋ ରିଙ୍ଗ କୁ ସବୁ ଦିନ ପିନ୍ଧି ଆସେ ।
ସେ ଅନ୍ୟ ପୁଅ ମାନଙ୍କ ସହିତ କଥା ବାର୍ତ୍ତା ବନ୍ଦ କରିଦେଲା। କେବେ କେବେ ଯଦି କୋଉ ପୁଅ ସହିତ କଥା ହେବାର ଦେଖେ, ତେବେ ତାକୁ ମନା କରିବା ପରେ ସେ ଆଉ କଥା ହୁଏ ନାହିଁ।
କିଛି ଦିନ ପରେ ମୋର କମ୍ପୁଟର କୋର୍ସ ସରିଗଲା। ମୋର କମ୍ପୁଟର ଯିବା ବନ୍ଦ ହୋଇଗଲା ମାତ୍ର ମୁଁ ତାକୁ କମ୍ପ୍ୟୁଟର କ୍ଲାସ୍ ବାହାରେ ପ୍ରତ୍ୟେକ ଦିନ ଅପେକ୍ଷା କରିଥାଏ କିନ୍ତୁ ମନରେ ଚିନ୍ତା ଥାଏ ତାକୁ କୋଉ ପୁଅ ଦେଖୁ ନାହାନ୍ତି ତ? ଏବଂ ସେ କାହା ସହିତ କଥା ହେଉନି ତ? ଏମିତି ବହୁତ୍ ପ୍ରଶ୍ନ ଉଠୁଥାଏ ମୋ ମନରେ?
ପ୍ରାୟ ମାସେ ପରେ କମ୍ପୁଟର ରେ ପୁଣି ବୁଲିବାକୁ ବାହାରିଲେ । ରୋମି ମୋତେ କହିଲା ଯେ ବୁଲିବାକୁ ଯିବା ପାଇଁ??? କିନ୍ତୁ ମୁଁ ସେଠୀ ଆଉ ଷ୍ଟୁଡେଣ୍ଟ୍ ନଥିଲି । ସେଥିପାଇଁ ମୋ ପାଖରେ କିଛି ଉତ୍ତର ନଥିଲା କିନ୍ତୁ କମ୍ପୁଟର ସାର୍ ମୋ ମନ କଥା ବୁଝି ମୋତେ ସେ ଟୁର୍ ରେ ଯିବାକୁ ଡାକିଲେ । ମାତ୍ର ଗାଡି ରେ ଯାଗା ନହେବାରୁ ମୁଁ ଏବଂ ମୋର ଆଉ ଗୋଟିଏ ସାଙ୍ଗ ସହିତ ଆମେ ବାଇକ୍ ରେ ବାହାରିଲୁ । ବୁଲାବୁଲି ସମୟରେ ଫୋଟୋ ଉଠେଇଲୁ । ଆମର ବୁଲାବୁଲି ଚାଲିଥାଏ କିନ୍ତୁ ସେ ଅଳ୍ପ ଦୂରେଇ ଦୂରେଇ ରହୁଥିବା ଭଳି ମୋତେ ଅନୁଭବ ହେଲା । ସେ ସେଠୀ କିଛି ନୂଆ ଷ୍ଟୁଡେଣ୍ଟ୍ ମାନଙ୍କ ସହିତ କଥା ହେବାକୁ ଲାଗିଲା। ମୋତେ ବହୁତ୍ କଷ୍ଟ ହେଲା । ମୁଁ ବାରମ୍ଵାର ମନା କରିବା ପରେ ମଧ୍ୟ ସେ ଅନ୍ୟ ପୁଅ ସହିତ କଥା ହେଉଥିଲା । ତାହା ଦେଖି ମୋ ହୃଦୟ କୁ ବହୁତ୍ ବାଧୁ ଥିଲା। ମୁଁ ଜାଣିନି ସେ ଜାଣିଶୁଣି ଏମିତି କରୁଥିଲା ନା ତାର ସେମାନଙ୍କ ସହିତ କଥା ହେବାକୁ ଇଚ୍ଛା ହେଉଥିଲା।
ସେମାନଙ୍କ ସହିତ କଥା ହେବା ଦେଖି ମୁଁ ସେ ବୁଲିବା ସ୍ଥାନ ଛାଡି ବାହାରକୁ ଫେରି ଆସିଲି । ସନ୍ଧ୍ୟା ପାଖେଇ ଆସିଥିଲା । ମୋ ସାଙ୍ଗ ମାନେ ଏବଂ ସେ ମୋତେ ପାଗଳ ଭଳି ଖୋଜୁଥାଏ କିନ୍ତୁ ମୋର ମୋବାଇଲ ଶ୍ୱିଚ ଅଫ ଥିଲା । ପ୍ରାୟ କିଛି ସମୟ ପରେ ମୁଁ ମୋବାଇଲ୍ ଅନ କରିଲି ଏବଂ ତାର ପୁଣି କଲ୍ ଆସିଲା । ମୁଁ ସେ ଜାଗାରୁ ଅନ୍ୟ ଏକ ସ୍ଥାନ କୁ ଆସି ବହୁତ୍ କାନ୍ଦିଲି । ଅନୁଭବ ହେଲା ଯେ, ଏହା ଭଲ ପାଇବା ନୁହଁ କେବଳ ଦେଖାଣିଆ ପ୍ରେମ । କିଛି ଦୂର ଗଲା ପରେ ସେ ମୋତେ କଲ କରିଲା କିନ୍ତୁ ମୁଁ ରାଗରେ ଫୋନ୍ ଉଠେଇଲି ନାହିଁ । ରାସ୍ତାରେ ଗାଡ଼ି ରହିଲା । ତାର ମୋର ଦେଖା ହେଲା । ମୋତେ ଲାଗୁଥିଲା ତାକୁ ଯେମିତି କିଛି ପ୍ରଭାବ ପଡୁ ନଥିଲା। ସେ ଗୋଟିଏ କଥା କହୁଥାଏ ଯେ ଏଗୁଡ଼ିକ କୁ ଏତେ ସିରିଆସ କାହିଁକି ନେଉଛ କିନ୍ତୁ ମୁଁ କହେ ମୋ ଆଗରେ ତମେ ଆଉ କାହା ସହିତ କଥା ହେଲେ ମୋତେ ବାଧୁଛି । ତାପରେ କିଛି ସମୟ କଥା ହୋଇ ଘରକୁ ଫେରିଲୁ ।
ତାପର ଦିନ ସେ ମାର୍କେଟ ଆସିଲା ସେଠୀ କଥା ହେବା ପରେ ସେ ପୁଣି ଭୁଲ ହୋଇଗଲା କହିଲା ଏବଂ ସେ ନିଜ ଘରକୁ ମୋତେ ଡାକିଲା ସେଦିନ ତାଙ୍କ ଘରେ କେହି ନଥିଲେ । ଆମେ ଦୁହେଁ ସେଠୀ ବହୁତ୍ କଥା ହେଲୁ ।
ଯଦିଓ ଏହି କାହାଣୀ ଆପଣଙ୍କୁ ପସନ୍ଦ ଆସିଛି ତେବେ ଏହି କାହାଣୀ କୁ ଆଗକୁ ସେୟାର କରିବାକୁ ଭୁଲିବେ ନାହିଁ ।

Facebook Comments

2 thoughts on “Mayank (A ? Love Story)..5”

Put your Valuable feedback