କଳଙ୍କିନି…1

ସ୍ବପ୍ନ ଦେଖିବା ମନା ନାହିଁ କିନ୍ତୁ ସ୍ବପ୍ନ ସତ କରିବା ବହୁତ୍ ବଡ କଥା । ଏହି କଥା ଟି ଶୁଣି ଶୁଣି ମିନୁ ଯେମିତି ଚିଡ ଚିଡ଼ ହୋଇ ଯାଇଥିଲା। କଣ କରିବ ସେ ନିଜେ ମଧ୍ୟ ଭାବି ପାରୁ ନଥିଲା । ।

+3 ବିଜ୍ଞାନ ର ପଦାର୍ଥ ବିଜ୍ଞାନ ରେ ପଢା ସରିବା ପରେ। ମନରେ ଚାକିରୀ କରିବା ର ବହୁତ୍ ଏତେ ବାଇଆ କଲା ଯେ ଗାଁ ଛାଡ଼ି ସିଧା ସହର ରେ ଆସି ରହିଲି । ସହର ର ପାଣିପାଗ ସବୁଠୁ ଅଲଗା। ଗାଁ ରେ ଯେତେ ରୀତି ନୀତି ଏଠି କିଛି ନାହିଁ । ନିଜ ଇଚ୍ଛାରେ ନିଜ ମାଲିକ। ଗାଁ ରେ ବହୁତ୍ ଜିନିଷ କୁ ମାନିବାକୁ ପଦେ କିନ୍ତୁ ଏଠି ସବୁ ଫ୍ରୀ । ଏହି ଅଭ୍ୟାସ ରେ ମିନୁ ମଧ୍ୟ ନିଜକୁ ବଦଳେଇ ଦେଲା । ହଁ ଗୋଟିଏ ଜିନିଷ ମିନୁ ମନରେ ରହିଥାଏ । ଖରାପ ହେବାକୁ ବେଶୀ ସମୟ ଲାଗେନା କିନ୍ତୁ ଏଠି ଭଲ ହୋଇ ରହିବାକୁ ପଡେ । ମନରେ ଅନେକ ଆଶା କୁ ପୁରା କରିବ ବୋଲି ଭାବିଛି । ସହର ରେ ବ୍ୟାଙ୍କିଙ୍ଗ ପାଇଁ କୋଚିଙ୍ଗ ଆରମ୍ଭ ହେଲା । ଦେଖୁ ଦେଖୁ ଦୁଇ ମାସ ବିତିଗଲା । ସବୁ ଠିକ୍ ଠାକ୍ ଚାଲି ଥିଲା କିନ୍ତୁ ତୃତୀୟ ମାସ ଆରମ୍ଭ ରୁ ଘରୁ ଡାକରା ଆରମ୍ଭ ହୋଇଗଲା । ଗୋଟିଏ ପୁଅ ର ପ୍ରସ୍ତାବ ଆସିଛି । ଗାଁ କୁ ଥରେ ଆସେ। ପୁଅ ଘର ଲୋକେ ଦୁଇ ଦିନ ପରେ ଆସିବେ। ମା ର ବାଧ୍ୟ ରେ ଆସିବାକୁ ଇଛା ନଥିଲା କିନ୍ତୁ ଘର କଥା ମଧ୍ୟ ମନେ ପଡ଼ିଲାଣି ଏବଂ ପୁଅ ଦେଖିବା ପରେ ରୋକ୍ ଠୋକ୍ ମନା କରିଦେବି ଏବଂ ସିଧା ମୋ ରୁମ୍ କୁ । କାରଣ ଆଇ ବି ପି ଏସ୍ ର ପରୀକ୍ଷା ଅଛି 10 ଦିନ ପରେ ।

Order Now


ଘରେ ଆସି ପହଞ୍ଚିଲି, ମା କୁ ଦଉଡ଼ି ଆସି କୁଣ୍ଢେଇ ପକେଇଲି। ଦୁଇ ଟୋପା ଲୁହ ଗଡିଗଲା । ବାପା ଙ୍କୁ ମୁଣ୍ଡିଆ ମାରି ତାଙ୍କ ପାଖେ ବସିଲି। ବାପା କହିଲେ , ଝିଅ ରେ ତୁ ଆଉ ଯାଆ ନି । ଆମର ତୋ କଥା ଭାରି ମନେ ପଡୁଚି । ମିନୁ କହିଲା, ଝିଅ କୁ ପଢ଼ିବା ପାଇଁ ଛାଡ଼ିଲ ଆଉ ପୁଣି ତମେ ଦୁଃଖୀ ହେଲେ କେମିତି ହେବ ଯେ। ବାପା କହିଲେ, ହଉ ଠିକ୍ ଅଛି, ତୋର ପଢା ଠିକ୍ ଚାଲିଛି ନା? ପରୀକ୍ଷା ଅଛି ପରା? ହଁ ବାପା ଆଉ ସାତ ଦିନ ରହିଲା। କାଲି ପୁଅ ଘର ଲୋକେ ଦେଖିଲା ପରେ ମୁଁ ରହିବିନି । ବାପା କହିଲେ ହଉ ଠିକ୍ ଅଛି ।


ପୁଅ ଘର ଲୋକେ ଏବଂ ସାଙ୍ଗରେ ପୁଅ ମଧ୍ୟ ଆସିଥାଏ। ରାକେଶ, ଦେଖିବାକୁ ଅଳ୍ପ ସାବର୍ଣ୍ଣ ଚେହେରା। ଡାକ୍ତରୀ ପାଠ ପଢ଼ି ସାରିବା ପରେ ଡାକ୍ତରଙ୍କ ପାଖେ ରହି ଶିଖୁଛନ୍ତି। ମିନୁ ମନରେ କେବଳ ପରୀକ୍ଷା କଥା ଚାଲିଥାଏ। ପୁଅ ଘର ଲୋକେ ମିନୁ କୁ ଦେଖି ପସନ୍ଦ କରି ଦେଲେ ଆଉ ପ୍ରସ୍ତାବ କରିବେ ବୋଲି କହି ଚାଲି ଗଲେ । ମିନୁ ର ଟେନସନ୍ ବଢ଼ିଗଲା। ସେ ଏହି କଥା ଭାବି ଭାବି ତାର ସବୁ ଜି ଏସ ଯେମିତି ଡିଲିଟ ହେବାକୁ ଲାଗିଲା।


ପରୀକ୍ଷା ହେଲା କିନ୍ତୁ ସବୁ ବେକାର ଗଲା। ମିନୁ ର ରାଗ ବାପା ମା ଉପରେ ବଢ଼ିବାକୁ ଲାଗିଲା। ପରୀକ୍ଷା ପରେ ବାପା ଫୋନ୍ କରି ପଚାରିଲେ। ଝିଅ ପରୀକ୍ଷା କେମିତି ହେଲା । ମିନୁ ରାଗରେ ଫୋନ୍ କାଟିଦେଲା। ପୁଣି ଫୋନ୍ ଆସିଲା । ଏଥର ମା କଥା ହେଲେ । ମିନୁ ର କାନ୍ଦ ଆରମ୍ଭ ହୋଇଗଲା। ରାଗରେ କହିଲା, ମୋର ପରୀକ୍ଷା ଖରାପ ହେଲା ଆଉ ସବୁ ଭୁଲ ତମ ଦୁଇ ଜଣ ଙ୍କ ର। ତମ ଯୋଗୁ ମୋର ଟେନ ସନ୍ ରେ ଦିନ ଗଲା। ଆସିବା ପୂର୍ବରୁ କହିଥିଲ ନା, ଥରେ ଆସି ଦେଖା କରି ଯା, ଆମେ ଏବେ କଣ ପ୍ରସ୍ତାବ ଠିକ୍ କରିବା ନା କଣ ?? ଆଉ ସେଦିନ ସେମାନଙ୍କ ସାମ୍ନାରେ କଣ କହିଲ। ଝିଅ ର ପରୀକ୍ଷା ପରେ କୋଉ ଦିନ ଦେଖି ନିର୍ବନ୍ଧ କରି ଦେବା। କାହିଁକି କହିଲ ଏମିତି ?? ମା କହିଲେ, ରାଗୁଛୁ କାହିଁକି ଯେ?? ଭଲ ଘର ଆଉ ପୁଅ ଡ଼ାକ୍ତର ଆଉ ଅସୁବିଧା କଣ ? ଡାକ୍ତର ନା ଚୋପା, ତମେ ଜାଣିଛ ସେ ଡାକ୍ତର ନା ଡ଼ାକ୍ତର ପାଖେ ରହି କାମ ଶିଖୁଛନ୍ତି । ତମେ ଫୋନ୍ ରଖ ମୁଁ ତୁମ ସହିତ କଥା ହେବିନି। ଫୋନ୍ କଟ୍।

Order Now


ଦୁଇ ଦିନ ପରେ ଫୋନ୍ ବାଜି ଉଠିଲା। ମିନୁ କ୍ଲାସ୍ ରେ ରହି କହିଲା, ମୁଁ କ୍ଲାସ୍ ରେ ଅଛି ପରେ କଥା ହେଉଛି। ସେପଟୁ ମା କହିଲେ, ମିନୁ ବାପା, ଦାଣ୍ଡ ଦୁଆରେ ପଡ଼ି ଗଲେ , ତାଙ୍କର ନିଃଶ୍ୱାସ ନେବାରେ ଅସୁବିଧା ହେଉଛି । ଶିଘ୍ର ଆସିବୁ। ମିନୁ ସାର୍ ଙ୍କୁ ଅନୁମତି ମାଗି ବସ୍ ଧରି ଗାଁ ରେ ପହଞ୍ଚିଲା। ବାପା ଙ୍କୁ ଦେଖି ସେ ଦୁଃଖୀ ହୋଇଗଲା। ମୁହଁରେ ଅକ୍ସିଜେନ ମାସ୍କ ଢ଼ଙ୍କା ମୁହଁରେ ବାପା ଝିଅକୁ ଦେଖି ତାଙ୍କ ମୁହଁରେ ଅଳ୍ପ ହସ ଝଲକି ଉଠିଲା। ମିନୁ କହିଲା, ବାପା କଣ ହେଲା ତୁମର ?? ବାପା କହିଲେ, ବାହାରୁ ଖରାରେ ଆସିଗଲି, ଦୁଆରେ ପାଦ ରଖୁ ରଖୁ ସବୁ ଅନ୍ଧାର ଦେଖାଗଲା, ସେଠୀ ପଡ଼ି ଗଲି। ଏପଟେ ବାପା କହିଲେ। ବୟସ ହେଲାଣି ମା କେତେବେଳେ କଣ ହେବ କିଛି କହି ହେବନି। ତୋର ଚାକିରୀ ଆଉ ତୋର ବାହାଘର ଦେଖିବା ଅଧାରେ ରହିଯିବ ବୋଲି ମନରେ ଭୟ ସୃଷ୍ଟି ହେଉଛି।


ମିନୁ ଆଖିରେ ଲୁହ ଆସିଗଲା । କହିଲା ତମର କିଛି ହେବନି ବାପା, ତମେ ଠିକ୍ ହୋଇଯିବ। ସନ୍ଧ୍ୟା ୭ଟା ରେ ସୁରେଶ ବାବୁ, ଗାଁ ବୁଲି ବୁଲି ଚିକିତ୍ସା କରନ୍ତି, ସେ ଆସି ପହଁଚିଲେ। ମିନୁ ତାଙ୍କୁ ଦେଖି ପ୍ରଣାମ କରିଲେ। ବାପାଙ୍କୁ କିଛି ମେଡ଼ିସିନ୍ ଦେଇ ବାହାରକୁ ଆସିଲେ। ପଛେ ପଛେ ମିନୁ ଆସି ପହଁଚିଲା। ପଚାରିଲା କଣ ହୋଇଛି ବାପା ଙ୍କ ର ? ସୁରେଶ ବାବୁ କହିଲେ । ମୁଣ୍ଡରେ ଏବଂ ଛାତିରେ ଆଘାତ ଲାଗିଛି। ମୋ ତରଫରୁ ମୁଁ ମେଡ଼ିସିନ୍ ଦେଇ ଦେଇଛି କିନ୍ତୁ ମୋ ମତରେ ତାଙ୍କୁ ସହର ର ଡାକ୍ତର ଖାନା କୁ ନେଇ ଯାଆନ୍ତୁ। କିଛି ଭଲ ଉପଚାର ହୋଇ ପାରିବ।

Part -2

Nilamadhab Bhuyan (Writer)

Categories:

5 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading