ଅତିଥି…୩

ଭାଗ – ୨

ଏବଂ ଆଇନ ଅନୁସାରେ କିଛି ଏଫିଡାଭିଟ ଭଳି କିଛି କାଗଜ ପତ୍ର କରିଲେ କାଳେ ଏ ସମସ୍ୟା ର ସମାଧାନ ହୋଇ ପାରିବ ବୋଲି ମୁଁ ଆଶା ନେଇ ଆସିଛି ଏଠି।   ସୂର୍ଯ୍ୟ କୁ କିଛି କିଛି ଆଭାସ ହେଉଥିଲା । ସୂର୍ଯ୍ୟ ପଚାରିଲା ତମ ମା ଙ୍କ କିଛି ଫଟୋ ଅଛି କି ?? ବିନୋଦ ସଙ୍ଗେ ସଙ୍ଗେ ଫଟୋ ବାହାର କରି ଦେଖେଇଲା।  ସୂର୍ଯ୍ୟ ଫଟୋ ଦେଖି ଚମକି ପଡ଼ିଲା ଏବଂ ତା ପାଦ ତଳୁ ମାଟି ଖସିବାର ଅନୁଭବ ହେଉଥିଲା । ସେ ଥିଲା ତା ବୁଢ଼ୀ ମା।  ଯିଏ କି ଅତିଥି ରୂପେ ଆସି ତା ଘର ପରିପୂର୍ଣ୍ଣ କରି ଦେଇ ଚାଲିଗଲେ।  ସେଭଳି ମା ଙ୍କୁ ଏହି ଦୁଇ ପୁଅ ବୋହୁ ଅନାଦର କରିଥିଲେ ଭାବି ସୂର୍ଯ୍ୟ ମନରେ ରାଗ ଆସିଲା କିନ୍ତୁ ରାଗ କୁ ଚାପି କହିଲା ତମେ କାଲି ଆସ, ଆଜି କିଛି ମୋର ଜରୁରୀ କାମ ଅଛି । ଏତିକି ପରେ ବିନୋଦ ଫେରିଗଲା ।

ସୂର୍ଯ୍ୟ ଘରକୁ ଆସି କାଦମ୍ବିନୀ କୁ ସବୁ କଥା କହିଲା।  କାଦମ୍ବିନୀ କହିଲା, ରୋକ୍ ଠୋକ୍ ମନା କରି ଦିଅ।  ସେଭଳି ଲୋକକୁ ସାହାଯ୍ୟ କରନ୍ତୁ ନାହିଁ । ଯିଏ ନିଜ ମା ଙ୍କୁ  ମୁଠାଏ ଖାଇବାକୁ ଦେବାର ସମ୍ବଳ ନାହିଁ । ରାତିରେ ବାହାରେ ଶୋଇବାକୁ ଯିଏ ବାଧ୍ୟ କରୁଥାଏ ଏବଂ ଯାହାର ସ୍ତ୍ରୀ ଲାତ ଗୋଇଠା ମାରି ଘରୁ ତଡ଼ି ଦେଇଛି ସେଭଳି ଲୋକକୁ ସାହାଯ୍ୟ କର ନାହିଁ । ସୂର୍ଯ୍ୟ କହିଲା । ଏଭଳି ଲୋକକୁ ଜେଲ ପଠେଇବା ଦରକାର । ଜେଲ ପଠେଇ କାହିଁକି ଆମେ ଦୋଷୀ ହେବା । ସେମାନଙ୍କୁ ସେମିତି ରହିବାକୁ ଦିଅ କିନ୍ତୁ ତାଙ୍କ କାମ କର ନାହିଁ କି କିଛି ସାହାଯ୍ୟ କର ନାହିଁ ଏବଂ ତୁମ ସବୁ ସାଙ୍ଗ ମାନଙ୍କ ମଧ୍ୟ ମନା କରି ଦିଅ । ଯେ ଏଭଳି ଲୋକକୁ ସାହାଯ୍ୟ କର ନାହିଁ ବୋଲି। 

ତା ପର ଦିନ , ସୂର୍ଯ୍ୟ ଆସି ସମସ୍ତ ଓକିଲ ସାଙ୍ଗ ମାନଙ୍କୁ କହିବା ପରେ ସମସ୍ତେ କହିଲେ । ଏଭଳି ଲୋକକୁ ଆମେ କଦାପି ସାହାଯ୍ୟ କରିବୁ ନାହିଁ । କିଛି ସମୟ ପରେ ବିନୋଦ ଆସିଲା ଏବଂ ସୂର୍ଯ୍ୟ ଜାଣିଶୁଣି ମନା କରିଦେଲା । ଏଭଳି କେସ କେବେ ମୁଁ କେବେ ହାଣ୍ଡଲ କରିନି ତମେ ଆଉ କୋଉ ଓକିଲ ସହିତ ପରାମର୍ଶ କର । ବିନୋଦ ବାକି ଓକିଲ ପାଖକୁ ଯାଇ ଅନୁରୋଧ କରିଲା। ସମସ୍ତେ ସେମିତି କହିଲେ। ସେ ନିରୁପାୟ ହୋଇ ଫେରିଗଲା।  ପ୍ରାୟ ୫-୧୦ ଥର ଆସି ସେ ଏମିତି ଅନୁରୋଧ କରୁଥାଏ ମାତ୍ର କେହି ତାକୁ ସାହାଯ୍ୟ କରୁ ନଥିଲେ । କିଛି ଦିନ ପରେ ସେ ଆଉ ଆସିଲା ନାହିଁ ।

ସୂର୍ଯ୍ୟ ମନେ ଭାବିଲା , ଏମିତି ଲୋକକୁ ଦୁନିଆରେ କୌଣସି ଲୋକ ମଧ୍ୟ ସାହାଯ୍ୟ ନ କରିଲେ ଭଲ ।

ନୂଆ ନାମ ରଖାଗଲା (ଗୁଡ୍ଡି) ସୂର୍ଯ୍ୟ ର ଝିଅ, ଦେଖିବାକୁ ବହୁତ୍ ସୁନ୍ଦର। ସେ ଠିକ୍ ବୁଢୀମା ଭଳି ଚେହେରା ନେଇ ନୂଆ ଅତିଥି ରୂପରେ ସୂର୍ଯ୍ୟ ର ପରିବାର ରେ ଜନ୍ମ ନେଇଥିଲା ଏବଂ ତାଙ୍କ ପରିବାର ରେ ଯେଉଁ ଖୁସି ପାଇଁ ଆଶା ରଖିଥିଲେ ତାହା ପରିପୂର୍ଣ୍ଣ ହୋଇଗଲା।  ଘର ଲୋକ ମଧ୍ୟ ଯିବା ଆସିବା ଆରମ୍ଭ କରିଦେଲେ । ପରିବାର ରେ ନୂଆ ମୋଡ଼ ନେଇ ଖୁସିରେ ଚାଲିବାକୁ ଲାଗିଲା ।

ପ୍ରକୃତରେ ବୁଢ଼ୀ ମା ସହିତ ଘଟିଥିବା ଏମିତି ଘଟଣା ଦୁନିଆରେ ପ୍ରାୟତଃ ସ୍ଥାନରେ ଦେଖିବାକୁ ମିଳୁଛି । କେତେ ଜଣା ପଡୁଛି ତ ଆଉ କେତେ ପୁତ୍ର ବଧୂ ମୋହରେ ଲୁଚି ଯାଉଛି । ଯଦି ଏମିତି କିଛି ଘଟଣା ଆପଣଙ୍କ ଆଖ ପାଖରେ ଘଟୁଛି ତେବେ ବିରୋଧ କରନ୍ତୁ ଏବଂ ବୃଦ୍ଧ ଦମ୍ପତି କିମ୍ବା ବୃଦ୍ଧା ମାନଙ୍କୁ ସାହାଯ୍ୟ କରନ୍ତୁ ।

ଏମିତି କିଛି ଘଟଣା ବଳି ଆପଣଙ୍କ ପାଖରେ ଅଛି ତେବେ ମୋତେ Contact Form ଜରିଆରେ ଜଣାନ୍ତୁ । ମୁଁ ଆପଣଙ୍କୁ Contact କରିବି  ଏବଂ ଏହି ବ୍ଲଗ୍ ମାଧ୍ୟମରେ ଦୁନିଆ ସାମ୍ନାରେ ଉଜାଗର କରିବି ।

ଯଦି କାହାଣୀ ଟି ମନକୁ ଛୁଇଁ ଥିବ ତେବେ କମେଣ୍ଟ୍ ଏବଂ ସେୟାର ତଥା ଲାଇକ କରିବାକୁ ଭୁଲିବେ ନାହିଁ ।

ଧନ୍ୟବାଦ

ନୀଳମାଧବ ଭୂୟାଁ (ଗାଳ୍ପିକ)

ଭାଗ – ୧

Categories:

Tagged:

One response

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading