ଦୀପାବଳି ( Diwali )

ଦୀପାବଳୀ ଏକ ଆଲୋକ ର ପର୍ବ । ଏହି ଆଲୋକ ପର୍ବରେ ଓଡ଼ିଶା ବାସୀ ପର୍ବ ପାଳନ କରିବା ପ୍ରଣାଳି ଅନ୍ୟତ୍ର । ସବୁ ରାଜ୍ୟ ଭଳି ଏଠି ମଧ୍ୟ ଦୀପ ର ନୂତନ ଅଲୌକିକ ଶୋଭା ଦେଖିବାକୁ ପାଇବେ। ଗୋଟିଏ ସିଧା ରେଖାରେ ତେଲ ଦୀପ, ମହମବତୀ ଏବଂ ରଙ୍ଗୀନ ଲାଇଟ୍ ରେ ସବୁ ଘରର ଯେମିତି ଚମକି ଉଠୁଥାଏ । ଦ୍ଵାର କୁ ଫୁଲ ରେ ସଜାଇ ତାର ଶୋଭା କୁ ଉଚ୍ଚକୋଟୀର ଅନୁଭବ ଦିଅନ୍ତି ।

ବାଣ ର ଅଲଗା ମହକ ରେ ପୁରା ପରିବେଶ ସୁଶୋଭିତ ହୋଇଯାଏ । ଘର ଘର ବୁଲି ମିଠା ବାଣ୍ଟି ବାର ଦେଖିବାକୁ ମିଳେ । ଏହି ପରମ୍ପରା ଭାରତର ପ୍ରତ୍ୟେକ ସ୍ଥାନରେ ପ୍ରାୟତଃ ସମାନ ଦେଖିବାକୁ ମିଳେ । ଏହି ପରମ୍ପରା ରେ ଆମେ ଆମ ପିତୃ ପୁରୁଷ ଙ୍କ ଆତ୍ମା ଙ୍କ ଚଲାପଥ କୁ ଆଲୋକିତ କରିବା କାଉଁରିଆ କାଠ ର ଜଟ ଜଳାଇ ତାଙ୍କୁ ସମର୍ପଣ କରିଥାଉ ।

ଘରର ସମସ୍ତ ସଦସ୍ୟ ସନ୍ଧ୍ୟାରେ ମା ବୃନ୍ଦାବତୀଙ୍କ ପାଖରେ ଏକାଠି ହୁଅନ୍ତି । ଘର ର ସମ୍ମୁଖରେ ରଙ୍ଗୋଲି ର ଦୃଶ୍ୟ ଅଜବ ଥାଏ । ଗୋଲ ଭଳି ରଙ୍ଗୋଲୀ କରାଯାଏ । ମଧ୍ୟ ଭାଗରେ ପ୍ରସାଦ ରଖାଯାଏ । ପ୍ରସାଦ ସହିତ ଦୀପ ଥାଳି ଏବଂ କାଉଁରିଆ କାଠ ର ଜଟ ଦେଖିବାକୁ ମିଳେ। ପୂଜା ଘରୁ ଆଲୋକ କୁ ଜନ୍ମ ଦେଇ ପୂଜା ପାଖକୁ ଅଣାଯାଏ ସେଠୀ ସମସ୍ତେ କାଉଁରିଆ କାଠ ର ଜଟ କୁ ଧରି ଠିଆ ହୋଇଥାନ୍ତି। ରଙ୍ଗୋଲି ମଧ୍ୟରେ ପ୍ରଜ୍ୱଳିତ ଆଲୋକ କୁ ରଖାଯାଏ । ପରିବାର ର ସମସ୍ତ ସଦସ୍ୟ ନିଜ ନିଜ କାଉଁରିଆ କାଠ କୁ ପ୍ରଜ୍ବଳିତ କରନ୍ତି ଆକାଶକୁ ଦେଖାଇ ପୁର୍ବ ପୁରୁଷ ଙ୍କୁ ସ୍ମରଣ କରନ୍ତି।

ବଡ ବାଡ଼ୁଅ ହୋ… ଅନ୍ଧାର ରେ ଆସି ଆଲୁଅରେ ଯାଅ…ବାଇଶି ପାହାଚ ରେ ଗଡ ଗଡାଉ ଥାଅ ହେ….(୩)

ଏମିତି ତିନି ଥର ଉଚ୍ଚାରଣ କରି ସମର୍ପଣ କରିଥାଉ। ତାପରେ ସମସ୍ତେ ବାଣ ଫୁଟାଇ ତାଙ୍କୁ ଅଲୌକିକ କରେଇ ଥାଉ।

ଅନ୍ୟାନ୍ୟ ଅଞ୍ଚଳ ପରି, ଅଧିକାଂଶ ଲୋକ ଏହାକୁ ନିଜ ଘରେ ପାଳନ କରିବାକୁ ପସନ୍ଦ କରନ୍ତି, ଯଦିଓ ପାରିବାରିକ ସମାବେଶ ମଧ୍ୟ ସାଧାରଣ ଅଟେ | ଦୀପାବଳି ଘରଗୁଡ଼ିକ ଉଜ୍ଜ୍ୱଳ ଆଲୋକିତ ହୋଇଥାଏ, କବାଟ ଏବଂ ଝରକା ଗୁଡ଼ିକ ଖୋଲା ଥିବାରୁ ଲକ୍ଷ୍ମୀ ପ୍ରତ୍ୟେକ ଘରକୁ ପରିଦର୍ଶନ କରନ୍ତି ବୋଲି ଆମର ଭକ୍ତି ଓ ବିଶ୍ୱାସ । ଏମିତି ଭାବେ ଓଡ଼ିଶାରେ ପ୍ରତ୍ୟେକ ସ୍ଥାନରେ ଅଲଗା ଅଲଗା ପ୍ରକାର ର ଦୀପାବଳୀ ଉତ୍ସବ ପାଳନ ହୁଏ।

ବିଭିନ୍ନ ସହର ରେ ଗୋଟିଏ ଦିନ ପୂର୍ବରୁ ଛୋଟ ଦୀପାବଳୀ ମଧ୍ୟ ମନେଇ ଥାଆନ୍ତି ।

ଆପଣଙ୍କ ସହର କିମ୍ୱା ଘରେ ଦୀପାବଳୀ ଉତ୍ସବ କେମିତି ପାଳନ ହୁଏ କମେଣ୍ଟ୍ ମାଧ୍ୟମରେ ଜଣାନ୍ତୁ।

Categories:

No responses yet

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading