Smruti Tume Sradhanjali (A true Story ) Page-192

ସନ୍ଧ୍ୟା କହୁ କହୁ ତା ଆଖି ରୁ ଲୁହ ଝରି ପଡୁଥାଏ । 
ସନ୍ଧ୍ୟା ବି କୁମାର ର ହସ ଦେଖିବା ପାଈଁ କହିଲା ଦେଖ ମୁଁ ତ ହସୁଛି ନା 
ତମେ ଭି ହସ Please ।  
ସନ୍ଧ୍ୟା:- କୁମାର ! ତମେ ଯେବେ ମୋତେ ପାଖରେ ପାଅ,
 ମୋ ସାଙ୍ଗରେ ଦୁଷ୍ଟାମୀ କର ଆଉ ମୋତେ ପପି ମାଗ । 
 
ଆଉ ଜାଣିଛ ମୁଁ ଜାଣିଶୁଣି ସେ ସମୟରେ ଟିକିଏ ନଖରାମି କରେ
 ଆଉ ତମର ଦୁଷ୍ଟାମୀ ମୋତେ ବହୁତ ଭଲ ଲାଗୁଥିଲା । 
ଆଉ ଆଜି ମୋର ବହୁତ ଇଛା ହେଉଛି ତମ ସାଙ୍ଗରେ ଦୁଷ୍ଟାମୀ କରିବାକୁ । 
କିନ୍ତୁ ମୁଁ ଉଠିପାରିବିନି ।
କୁମାର:- Please ସନ୍ଧ୍ୟା ସେମିତି କୁହନି, ତମର କିଛି ହେବନି 
ଆମେ ପୁଣି ଆଗ ଭଳି ଜୀବନ ବିତେଇବା ( କାନ୍ଦି,କାନ୍ଦି) 
ସନ୍ଧ୍ୟା :- କୁମାର!! ମୋତେ ଗୋଟେ ପପି ଦିଅନା Please ??
( ଏତିକି ସମୟରେ ସନ୍ଧ୍ୟା ର ଆଖିରୁ ଲୁହ ଝରି ପଡୁଥାଏ ) 
 
 ସନ୍ଧ୍ୟା ର ଇଛା ମୁତାବକ କୁମାର ଗୋଟେ ପପି ବି ଦେଇଥାଏ ।
 
ସନ୍ଧ୍ୟା କହୁଥାଏ-ଏବେ ଯାଇକି ହେଲା … ଏଥର ମୁଁ ଶାନ୍ତିରେ ମରିପାରିବି ।
 
 ଏ ଜନ୍ମରେ ତ ତମ ହାତରୁ ସିନ୍ଦୂର ପିନ୍ଧି ପାରିଲିନି ହେଲେ 
ଆସନ୍ତା ଜନ୍ମରେ ନିଶ୍ଚୟ ପିନ୍ଧିବି ।
 
 ଏଇ ନିଅ ମୋର ଗୋଟିଏ ଚୁଡି ରଖିଥାଅ ଆଉ ଏ ମୁଦି ଯେତେବେଳେ ବି ମୋ କଥା ମନେ ପଡ଼ିବ ୟାକୁ ଦେଖିକି ତମ ମନକୁ ବୁଝେଇବ । 
 
ଏମିତି କହି କହି ସନ୍ଧ୍ୟା ଧିରେ ଧିରେ ଆଖି ବନ୍ଦ କରିବାକୁ ଲାଗିଲା 
ଆଉ ସନ୍ଧ୍ୟା ସ୍ୱର ମଧ୍ୟ ଧୀର ହେବାକୁ ଲାଗିଲା ।  
କୁମାର ‘ ସନ୍ଧ୍ୟା କୁ  ଉଠେଇବାକୁ ଚେଷ୍ଟା କରୁଥାଏ କିନ୍ତୁ ସନ୍ଧ୍ୟା ର ଆଖି ଖୋଲୁ ନଥାଏ ।
ଏତିକି ବେଳେ ଆକାଶ ଆସିଯାଇଥାଏ, କୁମାର ଆକାଶ କୁ କହୁଛି , ଆକାଶ ଦେଖତ ସନ୍ଧ୍ୟା ଆଖି ଖୋଲୁନି । 
 
ଆଖି ଖୋଲ ସନ୍ଧ୍ୟା, ମୋ ସହ କଥା ହୁଅ , ସନ୍ଧ୍ୟା !!!
 
ତାପରେ ଡାକ୍ତର ଆସି ଦେଖିଲେ ଆଉ Nerve check କରିଲା ବେଳକୁ ସବୁ ସାରିଯାଇଥିଲା ଆଉ ଡାକ୍ତର ଙ୍କ ମୁଖରୁ ବାହାରିଲା ,I am Sorry, ” She is Dead” । ସେହି ତିନୋଟି ଶବ୍ଦ କୁମାର ର ସବୁ ଖୁସି ଛଡେଇ ନେଇ 
ମଶାଣିର ପାଉଁଶ କରିଦେଇଥିଲା । 
 
କୁମାର ମୁଣ୍ଡରେ ଚଡକ ପଡିଯାଇଥିଲା । 
 
ସେ ଦିନ ଠୁ କୁମାର ଯେମିତି ଗୋଟିଏ ନିର୍ଜୀବ ମୂର୍ତ୍ତି ହୋଇଯାଇଛି । ଚୁପଚାପ ରହିବା ଆଉ ଶାନ୍ତ  ରହିବା ତା ଜୀବନର ଗୋଟିଏ ଅବିଛେଦ୍ୟ ଅଙ୍ଗ ହେଇଗଲା ।
 
ଏମିତି ଏକ କାଳ ରାତ୍ରି କୁମାର ର ଅମୁଲ୍ୟ ସମ୍ପତି କୁ ଛଡେଇ ନେବ ଆମେ କେବେ ଭାବିନଥିଲୁ ।
 
 ଭଗବାନ ଙ୍କୁ ଦୋଷ ଦେବା ଠିକ ନୁହଁ , ଲୋକେ କୁହନ୍ତି ଯିଏ ଯାହା ପାଇଁ ଆସିଛି ସେ ସବୁ ଉପରୁ ଭଗବାନ ଲେଖି ପଠେଇ ଥାନ୍ତି ।
 
 ଆମେ ଗୋଟେ ରକ୍ତ ମାଂସ ଭରା ମଣିଷ ରୂପୀ ଖେଳନା । ସବୁ ତାଙ୍କର ଇଛାରେ ଆମେ ଉଠ ବସ୍ ହେବା କଥା ।
 
ଆକାଶ ଠାରୁ ସବୁ କାହାଣୀ ଶୁଣିବା ପରେ ସମସ୍ତେ କାନ୍ଦିପକେଇଥାନ୍ତି । 
 
ସୁମିତ୍ରା:-ମତେ କ୍ଷମା କରିଦେବ କୁମାର !!  ମୁଁ ତମ ଜୀବନରେ ଆସି ବହୁତ ବଡ଼ ଭୁଲ କରିଦେଇଛି…….
 
ତମ Love Story ସତରେ Great ।
 
ଏହା ଥିଲା କୁମାର ଆଉ ଶ୍ରଦ୍ଧାଞ୍ଜଳିର (ସନ୍ଧ୍ୟା)
True Love Story…….
To be continued…….
 
 
Promo: (ଏହି Diary ଲେଖିବାର କାରଣ କଣ, ମୁଁ କହିବି Next page ରେ ପଢିବାକୁ ଭୁଲିବେ ନାହିଁ, ପଢିବା Next Page ରେ…… )
 
                
 
କୁମାର ଙ୍କ Personal Diary ରୁ……..
 
Page:
 
 
Follow my Blog and find Smruti Tume Sradhanjali Part-192



Follow my Pages


 

Smruti Tume Sradhanjali (A true Story ) Page-191


କୁମାର:- ତମେ ଏତେ ଭଲ କାଇଁ ହଉଛ, ଟିକେ ବି Selfish ହେଇପାରୁନ । 
 
ସବୁବେଳେ ମୋ ଚିନ୍ତା ତମ ଅବସ୍ଥା କଣ ହେଇଛି ଜାଣିପାରୁଛ ନା ନାହିଁ ।
 
 ମୋର ଆପେ ଆପେ ଭଲ ହେଇଯିବ ।
ସନ୍ଧ୍ୟା:- କୁମାର!! ମୋତେ ଲାଗୁଛି ମୋର ଶେଷ ସମୟ ଆସିଗଲାଣି ଆଉ ଏଇ ଶେଷ ସମୟରେ ମୋର କିଛି ଶେଷ କଥା ଅଛି , ରଖିବ ତ??
 
କୁମାର:-ତମେ ସେମିତି କୁହନି, ତମେ ମୋତେ ଛାଡ଼ି କୁଆଡେ ଯିବନି ।
 ମୁଁ ତମବିନା କେମିତି ବଞ୍ଚିବି । ମୁଁ ବି ତମସହ ଚାଲିଯିବି (ବହୁତ ଜୋର ରେ କାନ୍ଦି ବାକୁ ଲାଗିଲା )
 
ସନ୍ଧ୍ୟା:-ତମେ କୁଆଡେ ଯିବନି ତମେ ଏଠି ରହିବ ଆଉ ମୋ କିଛି ଇଚ୍ଛା ଅଛି ତାକୁ ପୂରଣ କରିବ ।
 
ଦେଖ କୁମାର , ତମେ ବିଲକୁଲ କାନ୍ଦିବ ନାହିଁ , ତମ ଆଖିରେ ଲୁହ ଦେଖିଲେ ମୋତେ ବହୁତ କଷ୍ଟ ଅନୁଭବ ହେଉଛି , Please ମୋ ଆଖିରେ ଆଖି ମିଶେଇ ମୋ ସାଙ୍ଗରେ କଥା ହୁଅ, କୁମାର !!!
 
(ସେହି ସମୟ ଟା କୁମାର ଆଉ ସନ୍ଧ୍ୟା ର ଅତି ମୂଲ୍ୟବାନ ସମୟ  ଆଉ ତାଙ୍କ ଜୀବନର ସବୁଠୁ ଦୁଃଖ ସମୟ ଥିଲା)
 
 ସନ୍ଧ୍ୟା:- ମୋତେ ଦେଖ କୁମାର, ମୁଁ ବହୁତ ଶୀଘ୍ର ଆସିବି ପୁଣି ତମ ପାଖକୁ । 
 
ମୁଁ ଆସିବା ଭିତରେ ମୋର ଇଚ୍ଛା ଯେମିତି ପୂରଣ କରିଦେଇଥିବ ।
 
ଆମ ଷ୍ଟୋରି ମୁଁ ମୋ ଡାଏରିରେ ଅଧା ରଖିଦେଇଛି ତମେ ତାକୁ ପୂରଣ କରିବ ଆଉ ଜଣେଇବ କି ଆମ Love story ଇତିହାସ ହେଇ ରହିବ । 
 
ସେଥିରେ ବହୁତ କିଛି ଶିଖିବା ଜିନିଷ ଅଛି । 
 
ଆଉ ଗୋଟେ କଥା ମୋ ବୋଉ ଏକୁଟିଆ ହେଇଯିବ ଆଉ ମୋ ଭଉଣୀ ପୁଷ୍ପାର ଦେଖାଶୁଣା କରିବ, ନିଜ ଭଉଣି ଭାବି ତାର ସବୁ ଅଳିକୁ ସହିବ ।
 
 ସେ ଏକ ନମ୍ବର ଅଳସୁଆ, ଠିକ୍ ସେ ପଢ଼ାପଢି  କରିବନି ତମେ ତା ପଢ଼ାପଢି କୁ ଦେଖିବ ।
 
ଆମ ଘରକୁ ସବୁବେଳେ ଯିବା ଆସିବା କରିବ । 
 
ତମେ ତମର ଯତ୍ନ ନେବ, ଠିକ ସମୟରେ ଖାଇବ । 
 
College ରେ କାହା ସହ ଝଗଡ଼ା କରିବନି। 
 
(ଏତିକି କହିବା ସମୟରେ କୁମାର ସନ୍ଧ୍ୟା କୁ Hug କରି ବହୁତ ଜୋର ରେ କାନ୍ଦିବାକୁ ଲାଗିଲା)
 
Please ତମେ କାନ୍ଦନୀ ତମକୁ ମୋ ରାଣ ତମେ କାନ୍ଦିଲେ ଜମାରୁ ଭଲ ଲାଗୁନ, ଟିକେ ହସିଦିଅ…. ହସିଦିଅ…. Please… Please….
 
କୁମାର ହସିବାକୁ ଚେଷ୍ଟା କରୁଥାଏ, ହେଲେ ହସିପାରୁନଥାଏ , ଉପରେ ସନ୍ଧ୍ୟା କୁ ହସ ଦେଖାଇ ସେ ଭିତରେ ବହୁତ ଦୁଃଖରେ ଭାଙ୍ଗି ପଡିଥାଏ ଆଉ ତାର କାନ୍ଦିବାକୁ ବହୁତ ଇଛା ହେଉଥାଏ । ଆଉ କାନ୍ଦିବା ସମୟରେ କେହି କଣ ହସିପାରେ ।
 
କେବଳ ସନ୍ଧ୍ୟା ର ଖୁସି ପାଈଁ କୁମାର ଟିକେ ହସିଲା ।
To be continued…….
 
 
Promo: (ଜାଣିଛ କୁମାର ?? ତମର ଦୁଷ୍ଟାମୀ ମୋତେ ବହୁତ ଭଲ ଲାଗୁଥିଲା, ପଢିବା Next Page ରେ…… )
 
                
 
କୁମାର ଙ୍କ Personal Diary ରୁ……..
 

Article & Experience.