କିଛି ସମୟ ଗଲାପରେ ରାସ୍ତା ପୁରା ଶୁନସାନ ହେଇଯାଇଥାଏ ।
ସନ୍ଧ୍ୟା କୁମାରକୁ ଜାବୁଡି ଧରି ବସିଗଲା ।
କୁମାର:- ଆରେ ଇଏ କଣ କରୁଛ, ରାସ୍ତାରେ ତ ଟିକେ ଲାଜ କର । କିଏ ଯଦି ଦେଖିବ କଣ ଭାବିବ ।
ସନ୍ଧ୍ୟା:- Hello ମିଷ୍ଟର କାଲି ତ ଭାରି ରୋମାଣ୍ଟିକ ହଉଥିଲ ।
ଆଜି କଣ କିଛି ନ ଜାଣିଲା ଭଳି ଅଭିନୟ କରୁଛ ।
ଘର ଭିତରେ ଷଣ୍ଢ ଭଳି ଆକ୍ରମଣ କରିଦଉଛ । ବାହାରେ ଆସିଲେ ଛେଳି ।
କୁମାର:- ଆଲୋ ମୋ ଗେଲୁ ଶୁଣ, ଘର ଭିତରରେ ଘଟିବା କାମ ଯଦି ବାହାରେ କରିବା ଲୋକ ଦେଖିଲେ କଣ ଭାବିବେ କୁହ ତ ।
ସନ୍ଧ୍ୟା:- ସତେ କି ଲୋ, ମୁଁ ଜାଣିନଥିଲି । ମୋ ବାୟା କେତେ କଥା ଜାଣିଛନ୍ତି ।
କୁମାର:- ବାୟାଣୀ ଗୋଟେ କଥା କହିବି ??
ସାନ୍ଧ୍ୟ:- କଣ ?? କହୁନ !!
କୁମାର:- ଆମେ ଗୋଟେ କାମ କରିବା ମୋ ସାଙ୍ଗମାନଙ୍କୁ Surprise ଦବା ।
ସେମାନେ ଆମେ ମିଶିଯାଇଥିବା କଥା ଜାଣିନାହାନ୍ତି ଏବେ ଟିଉସନ ଗଲେ ତମେ ଆଗଭଳି ବିହେବ କରିବ ।
ଯେମିତି କି ସେମାନେ ଜାଣିବେନି କି ଆମ ଭିତରେ କିଛି ଅଛି ।
ସନ୍ଧ୍ୟା:- ବଢିଆ ହବ !! ହେଲେ ଟିଉସନ ରେ କାହିଁକି କଲେଜରେ ହବନି କି ??
କୁମାର:- ନାଇଁ ମୁଁ ଆଜି କଲେଜ ଯିବିନି । ମୁଁ କଲି ଘରକୁ ଯାଇନି
ମୋର ଘରକୁ ଯିବାକୁ ଇଛା ହେଉଛି ।
Thanks….
Facebook Comments