A Best Friend (ଉତ୍ତମ ବନ୍ଧୁ)


A Best Friend  ଉତ୍ତମ ବନ୍ଧୁ
A Best Friend  ଉତ୍ତମ ବନ୍ଧୁ



ଲେଖିବାକୁ ଆଜି କଲମ ଧରିଛି 
କେତେ ଧାଡି ଲେଖା ପାଈଁ,
କିନ୍ତୁ ମନ ମୋର ହୁଏ ବିଚଳିତ 
ଜାଣେ ନାହିଁ କଣ ପାଇଁ 

କି ଅବା ଲେଖିବି ତୁମ ପାଈଁ ବନ୍ଧୁ
ସର୍ବ ଗୁଣବାନ ତୁମେ,
ନାମ ଯେ ତୁମର ରୌନକ କୁମାର
ବଡ଼ ବୁଦ୍ଧିମାନ ସତେ ।

ଜ୍ଞାନୀ ବୋଲି ତୁମେ ଉଚ୍ଚ ଭାବନାରେ 
ବିତାଅ ଜୀବନ ପଥ,
ବିପଦୁ ଉଦ୍ଧାରି ଭ୍ରମୁ କର ପାରି 
କିଣ ସମସ୍ତଙ୍କ ମନ ।

ଉଚ୍ଚ ନୀଚ୍ଚ ଭେଦ ଜାଣ ନାହିଁ ତୁମେ 
ସଭିଙ୍କୁ କରି ନିଜର 
ବିପଦ ବେଳରେ ସଦା ସାଥେ ଥାଅ 
ଭାବ ନାହିଁ କେବେ ପର ।

କଥାରୁ ତୁମର ଝରେ ମହୁ ଧାର 
ହସରୁ ମୁକୁତା ଝରେ,
ବନ୍ଧୁର ନାଆରେ ନାଉରି ସାଜିଲେ 
ଖୁସିର ଲହରୀ ଫେରେ ।

ତୁମ ସାଥେ ବନ୍ଧୁ ସମ୍ପର୍କ ଥାଉ ଯେ
ଦୁଃଖ ଛୁଇଁବନି ପାସ,
ବନ୍ଧୁର ଦୁଃଖରେ ଦୁଃଖି ହୋଇ ତୁମେ 
ବନ୍ଧୁର ହସରେ ହସ ।



ମିନ୍ମୟୀ ବେହେରା ଙ୍କ 
କବିତା ପୃଷ୍ଠାରୁ……





Follow My Pages:- 

Put your Valuable feedback