ରିନା….

ରିନା ଫୋନ୍ କାଟି ଦେଇ ମୁଣ୍ଡର ହାତ ଦେଇ ବସିଲା । କଣ କରିବ ଚିନ୍ତା କରି ପାରୁ ନଥିଲା। କୁନା କହିଲା, କଣ କରିବା ଶୀଘ୍ର କହ। ରିନା କହିଲା ଅରୁଣ କୁ କଲ୍ କରିଲି, ସେ କହୁଛି ଗାଁ ମୁଣ୍ଡ ପର୍ଯ୍ୟନ୍ତ ବାପା ଙ୍କୁ ନେବା କୁ ପଡ଼ିବ। କୁନା କହିଲା, ମୋ ହାଣ୍ଡିକାପ ସାଇକେଲ ରେ ବାପା ଙ୍କୁ ବସେଇ ଦେ ଆଉ ତୁ ପେଡାଲ ମାରି ମାରି ନେଇ ଯା। ମୁଁ ଯିବିନି। କୁନା ଜନ୍ମ ରୁ ଅପଙ୍ଗ, ତାର ଅଣ୍ଟା ତଳକୁ ଦୁଇ ଗୋଡ ନାହିଁ । କେବଳ ଦୁଇ ହାତରେ ଚାଲେ ।

ରିନା ଠିକ୍ ସେମିତି କରିଲା। କୁନା ତା ସାଇକେଲ ରେ ବସେଇ ବଡ କଷ୍ଟରେ ୨୦ ମିନିଟ ପରେ ରିନା ବାପାଙ୍କୁ ନେଇ ଗାଁ ମୁଣ୍ଡରେ ପହଞ୍ଚିଲା । ସେଠି ଅରୁଣ ଅପେକ୍ଷା କରିଥାଏ । ସଙ୍ଗେ ସଙ୍ଗେ ହସ୍ପିଟାଲ କୁ ନେଇ ଗଲେ । ସେଠି ରିନା ର ବେକ ରେ ଥିବା ସୁନା ଚେନ୍ ଏବଂ ଗୋଟିଏ ସୁନା ମୁଦି ଅରୁଣ ହାତରେ ଧରେଇ କହିଲା, ଅରୁଣ, ମନା କରିବୁ ନାଇଁ, ତତେ ମୋ ରାଣ, ଏଇ ସୁନା କୁ ନେଇ ବିକ୍ରି କରି ଦେ । ହାରାହାରି ୫୦,୦୦୦ ପାଖାପାଖି ଟଙ୍କା ମିଳିଯିବ। ଆଉ ବାପାଙ୍କୁ ଚିକିତ୍ସା ଖର୍ଚ୍ଚ ହୋଇଯିବ ବୋଲି ଆଶା। ଅରୁଣ ର ଇଚ୍ଛା ନଥିବା ସ୍ଵତେ ସେ ସୁନା କୁ ନେଇ ବାହାରି ଗଲା ହସ୍ପିଟାଲ ରୁ । ଅରୁଣ ର ଆଖିରୁ ଲୁହ ବାହାରି ଗଲା। ଅରୁଣ ର ଲୁହ ଦେଖି , ରିନା ର ଆଖି ପୁଣି ଓଦା ହୋଇଗଲା।

ସେପଟେ ଏମର୍ଜେନ୍ସୀ ରେ ଭର୍ତ୍ତି କରିବା ପରେ। ଡାକ୍ତର କିଛି ଔଷଧ ଇଞ୍ଜେକସନ ଦେଲେ । ରିନା ଡାକ୍ତର ବାବୁ ଙ୍କୁ ପଚାରିଲା, ଡାକ୍ତର ବାବୁ ବାପା କେମିତି ଅଛନ୍ତି ?? ଡାକ୍ତର ବାବୁ କହିଲେ, ତାଙ୍କୁ କିଛି ମେଡ଼ିସିନ୍ ଦେଇଥିଲ କି?? ରିନା ହଁ କରିଲା, ତାପରେ ଡାକ୍ତର ବାବୁ କହିଲେ, କିଛି ଅସୁବିଧା ନାହିଁ ବର୍ତମାନ ସେ ଠିକ୍ ଅଛନ୍ତି । ତାଙ୍କର ନିଃଶ୍ୱାସ ନେବାରେ ଅଳ୍ପ ଅସୁବିଧା ହେଉଛି । Lungs ଠିକ୍ ରେ କାମ କରୁନି । ବ୍ଲକ୍ ହେଲା ଭଳି ଲାଗୁଛି । ତାଙ୍କର ଏମିତି ହେବାର କାରଣ କଣ ? ରିନା କହିଲା, ବାପା ପ୍ରତିଦିନ ବିଡି ଏବଂ ଗଞ୍ଜେଇ ପିଅନ୍ତି ଏବଂ ମୂଲିଆ କାମ କରିବାକୁ ଯାଆନ୍ତି। ୩ ଦିନ ତଳେ ହଠାତ୍ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ୍ ନେବାରେ ଅସୁବିଧା ହେଲା । ସଙ୍ଗେ ସଙ୍ଗେ ଗାଁ ପାଖ ସୋମେଶ ସାର୍ ଙ୍କୁ ଫୋନ୍ କରି ଡାକିଲି ସେ କିଛି ଔଷଧ ଇଞ୍ଜେକ୍ସନ ଦେଇଥିଲେ କିନ୍ତୁ ଆଜି ପୁଣି ସେମିତି ସ୍ଥିତି ହୋଇଗଲା । ଡାକ୍ତର ବାବୁ କହିଲେ, ଯଦି ଅପରେସନ ନ କରିବ ତେବେ ତାଙ୍କୁ ଆଗକୁ ବହୁତ୍ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିବ ।

ଯଦି ଅପରେସନ କରିବା ତେବେ ବଞ୍ଚିବାର ଅଧିକ ସମ୍ଭାବନା ଅଛି । ରିନା ପଚାରିଲେ କେତେ ଖର୍ଚ୍ଚ ହେବ ?? ଡାକ୍ତର ବାବୁ କହିଲେ କିଛି କହି ହେବନି, ୫୦ ହଜାର ରୁ ୨ ଲକ୍ଷ୍ୟ ପର୍ଯ୍ୟନ୍ତ ଲାଗି ପାରେ। ରିନା କହି ଉଠିଲା ୨ ଲକ୍ଷ୍ୟ, ଡାକ୍ତର ବାବୁ କହିଲେ, ଚିନ୍ତା କରନ୍ତୁ ନାହିଁ, କିଛି ଗୋଟିଏ ବ୍ୟବସ୍ଥା କରି କମ୍ ଟଙ୍କାରେ କେମିତି ହେବ ତାହା କରିଦେବା । ଏତିକି କହି ଡାକ୍ତର ବାବୁ ଅନ୍ୟ ୱାର୍ଡ କୁ ଚାଲିଗଲେ।

ଠିକ୍ ଏତିକିବେଳେ ରାଜୁ ଦଉଡ଼ି ଆସିଲା (ଲମ୍ବା ନିଃଶ୍ୱାସ ନେଉଥାଏ) ଆରେ ରିନା ତୁ ମୋତେ ଜଣେଇଲୁ ନାହିଁ କାହିଁକି ?? ରିନା ର କାନ୍ଦ ପୁଣି ଆରମ୍ଭ ହୋଇଗଲା। ତୁ କହିଲୁ ନା ତୋତେ ଯଦି ସାଙ୍ଗ ହିସାବରେ ଦେଖିବି ତେବେ ତୁ ମୋ ସହିତ ସମ୍ପର୍କ ରଖିବୁ ନାହିଁ। ରାଜୁ, ଆରେ ପାଗେଳି ମୁଁ ତତେ ଭଲ ପାଏ, ସେଥିପାଇଁ ତୋତେ ସେମିତି କହିଥିଲି । ରିନା କହିଲା, କିନ୍ତୁ ମୁଁ ତୋତେ ଭଲ ପାଏନି, ତୋତେ ସାଙ୍ଗ ଭଳି ଦେଖି ଆସିଛି ଏବଂ ତୁ ସାଙ୍ଗ ହୋଇ ରହିବୁ ଯଦି ରହ, ନହେଲେ ତୁ ଏଠୁ ଚାଲି ଯାଆ। ରାଜୁ , ରିନା ର ଦୁଇ ହାତ କୁ ଧରି କହିଲା, ହଉ ବାବା, ମୁଁ ସାଙ୍ଗ, ଏବେ ଖୁସ୍ ନା? କହ କଣ ସାହାଯ୍ୟ କରିବି। ରିନା, ନା ମୋତେ ତୋର ସାହାଯ୍ୟ ଦରକାର ନାହିଁ, କହି କାନ୍ଦିବାରେ ଲାଗିଲା । ରାଜୁ ରିନା କୁ ନିଜ କାନ୍ଧରେ ମୁଣ୍ଡ ରଖି ଶ୍ୱାନ୍ତନା ଦେଇ କହିଲା, ସବୁ ଠିକ୍ ହୋଇଯିବ ଚଣ୍ଡୀ, ତୁ ଚିନ୍ତା କର ନାହିଁ।

ଠିକ୍ ତା ପରେ ପରେ ଆକାଶ, ରିତେଶ ଆଉ ସୌମ୍ୟା ଆଉ ଚିଙ୍କି ସମସ୍ତେ ଆସି ପହଂଚି ଗଲେ। ଆରେ ରିନା ତୁ କାହିଁକି ଚିନ୍ତା କରୁଛୁ କହିଲୁ। ତୁ ଆମ କଲେଜ୍ ର ଟପ୍ପର ଆଉ ତୋ ବିନା ଆମ ସ୍ମାର୍ଟ ଗ୍ରୁପ୍ ଚାଲିବ କେମିତି । ହଁ ସେଦିନ ଆମ ଗ୍ରୁପ୍ କୁ ଦେଖି ତମ ଗାଁ ଲୋକେ ତୋତେ ବହୁତ୍ କିଛି କହିଦେଲେ । ହେଲେ ତୁ ପରା ଆମ ସାଙ୍ଗ ତୋ ଘରକୁ ଗଲେ ତମ ଗାଁ ଲୋକେ କାହିଁକି ଜଳୁଛନ୍ତି ?? ରିନା କାନ୍ଦି କହିଲା, ଆମେ ଛୋଟ ଜାତିର, ଦଳିତ ଲୋକ ଏବଂ ଆମ ଗାଁ ର ମୁଁ ପ୍ରଥମ ଝିଅ ଯିଏ କଲେଜ୍ ପଢ଼ି ପାରିଲା ସେଥିପାଇଁ ସେମାନେ ସହି ପାରୁ ନାହାଁନ୍ତି। ମୋତେ ତମ ମାନଙ୍କୁ ନେଇ କେତେ ଗାଳି ଆଉ ଅଭଦ୍ର ଆଉ କୁହନ୍ତି ଏ ସବୁ ତୋର ଗୋଟିଏ ଗୋଟିଏ ନୂଆ ଗ୍ରାହକ ଏମିତି କେତେ କିଛି କହୁଛନ୍ତି କହି, ରିନା ପୁଣି କାନ୍ଦିବାକୁ ଲାଗିଲା। ସମସ୍ତେ ରିନା ପାଖରେ ବସିଲେ। ଏବେ ଆମେ ଆସି ଗଲୁଣୁ ନା, ଅଙ୍କଲ ଙ୍କ ଦେହ ଠିକ୍ ହୋଇଯିବ ।

Facebook Comments

8 thoughts on “ରିନା….”

Put your Valuable feedback