
ଭାବେ ଅଳ୍ପ ରାଗିବି ବାହାନାରେ
କିନ୍ତୁ ଯେବେ ନ ମନେଇବ ତେବେ
ରାଗ ଛୁଏଁ ଗଗନରେ…
ଆଜି ବହୁତ୍ ଖୋଜୁଛି ମନ
କିନ୍ତୁ ଜାଣେ, ନା ତୁମେ ଅବା ମୁଁ
ଆମ ପାଇଁ ଅପହଞ୍ଚ ସେ ସପନ…
କେଜାଣି କାହିଁକି ପୁଣି ଭାରି ଝୁରୁଛି
ଏ ଘର ଅଗଣା ଆଉ ତୁମ ସ୍ତ୍ରୀ
ତୁମକୁ ଭାରି ମିସ୍ କରୁଛି…
କହି ପାରେନା ସିନା ମନ କଥା
କିନ୍ତୁ ମନ ଭିତରେ ଲୁଚି ରହିଛି
କେତେ ଯେ ଅଜସ୍ର ବ୍ୟଥା…
ଶୁଣିବାକୁ କେହି ନାହିଁ ମୋର ବାର୍ତା
ତୁମକୁ କହିବାକୁ ଫୋନ୍ କରେ
କିନ୍ତୁ କହି ଯାଏ ଅନ୍ୟ କଥା…
ଓଡ଼ିଆ କବିତା ର ସମାହାର
କଣ କରିବି ଯେ ପାଖେ ନାହଁ ତୁମେ
କେତେ ଯେ ପ୍ରେମ ସାଇତା ରଖିଛି
ଏ ଅସଜଡା ମନେ…
ଥରେ ଦେଖି ଯାଅ ବୋଲି କହି ହୁଏନି
କଣ କରୁଛି ଏଵଂ କେମିତି ଅଛି
ଏକା ଛାଡ଼ି ଯାଇଥିବା ତୁମର ସେ ଅର୍ଦ୍ଧାଙ୍ଗିନୀ…
ମନେ ପଡ଼ି ଯାଏ ମୋର ଅତୀତ ରାଗ ଋଷା
କିନ୍ତୁ ଖୁସିର ଲୁହ ସାଥେ ମନେ ପଡେ
ତୁମ ଭଲ ପାଇବା ଗାଲ ଚିମୁଟା…
ତୁମ ମନେଇବା ଅଜବ ପ୍ରକାର
ପାଖକୁ ଟାଣି କାନେ ମଜା କଥା କହି
ମୋ ଚେହେରା କୁ ନିରିଖି ରହି
ଆଖି ଠାର ଦେଇ ମୋତେ ହସେଇବାର…
ହାରି ଯାଆନ୍ତି
ଆଜି ସେ ସ୍ମୃତି ଦୋହରି ଯାଏ
କିନ୍ତୁ ତୁମେ ନାହଁ ବୋଲି ଦୁଃଖରେ
ଏ ଆଖି ଦୁଇଟି ବାରମ୍ବାର ଓଦା ହୋଇ ଯାଏ…
ଜାଣିଛି ଦୂରତା ସବୁଦିନ ରହିବ ନାହିଁ
କିନ୍ତୁ
ଆଜି ତୁମେ ଭାରି ମନେ ପଡୁଛ କାହିଁ ???
ଆଜି ତୁମେ ଭାରି ମନେ ପଡୁଛ କାହିଁ ???
ରୁବି ନାହାକ (ଲେଖିକା)
ଆରେଞ୍ଜ୍ ମେରେଜ ର ପ୍ରଥମେ ଝିଅ କୁ କଣ ପଚାରିବେ ???
ରିନା….
Facebook Comments