ରିନା….



ସଙ୍ଗେ ସଙ୍ଗେ ରିତେଶ ତା ବାପା ଙ୍କୁ କଲ୍ କରି କହିଲା। ବାପା ମୋର ଗୋଟିଏ ସାଙ୍ଗ ର ଅଙ୍କଲ ଙ୍କ ଦେହ ସିରିୟସ ଅଛି ତମେ କିଛି କର । ସେପଟୁ ଉତ୍ତର ଆସିଲା । ତୁ ଗୋଟିଏ କାମ କର, ମୋ ନାମ କହ ଆଉ ସେ ଅଙ୍କଲ କୁ ଆମ ହସ୍ପିଟାଲ କୁ ନେଇ ଆସ। ରିତେଶ ଙ୍କ କଥା ଅନୁଯାୟୀ ସମସ୍ତଙ୍କ ସାହାଯ୍ୟରେ ରିତେଶ ଙ୍କ ବାପାଙ୍କ ପାର୍ଟନର ରେ ଚାଲୁଥିବା ହସ୍ପିଟାଲ କୁ ରିନା ର ବାପା ଙ୍କୁ ନିଆଗଲା ଏବଂ ସେଠି ଯାହା ଖର୍ଚ୍ଚ ହେଲା ସବୁ କଲେଜ୍ ଡୋନେସନ୍ ରେ ହୋଇ ଗଲା ଏବଂ ବାକି ବଞ୍ଚିଥିବା ୫୯୦୦ ଟଙ୍କା ରିନା କୁ ଔଷଧ ବାବଦକୁ ଦିଆଗଲା।

ରିନା ଅରୁଣ କୁ ଦେଇଥିବା ସୁନା ଚେନ ଏବଂ ମୁଦି କୁ ରାଜୁ ପୁଣି ରିନା ହାତରେ ବଢେଇ ଦେଇ କହିଲା। ଏଇ ଦୁଇଟି ତୁମ ମା ଙ୍କ ଶେଷ ସନ୍ତକ ଏ ଦୁଇଟି କୁ ବିକ୍ରି କରିବାକୁ ବସିଥିଲ?? ଭଲ ହେଲା ମୋତେ ଅରୁଣ ଠିକ୍ ସମୟରେ କଲ୍ କରି ସବୁ କଥା କହି ଦେଲା । ସୁନା କୁ ଦେଖି ରିନା ର ଚେହେରାରେ ଅଳ୍ପ ହସ ଫୁଟି ଉଠିଲା ଏବଂ ରାଜୁ କୁ ଥେଙ୍କ୍ ୟୁ କହିଲା। ରାଜୁ ପଚାରିଲା କେବଳ ଥେଙ୍କ୍ ୟୁ ରେ କାମ ଚଳିବ ନାହିଁ, ମୁଁ ଆଉ କିଛି ଶୁଣିବାକୁ ଚାହୁଁଛି । ରିନା କହିଲା, ରାଜୁ ତମେ ମୋ ହାତରୁ ମାଡ ଖାଇବ ତେବେ ଯାଇ ତମେ ସୁଧୁରିବ । ସତରେ ରାଜୁ ତମେ ମୋର ବହୁତ୍ ଭଲ ସାଙ୍ଗ। ରାଜୁ, ଆରେ ଥରେ ଆଇ ଲଭ୍ ୟୁ ବୋଲି କହିଦିଅ। ରିନା ବଡ ବଡ ଆଖିରେ, ନା କହିବି ନାହିଁ ତମେ କେବଳ ମୋ ସାଙ୍ଗ, ସାଙ୍ଗ ଠୁ ଅଧିକା କିଛି ନୁହଁ। ରାଜୁ, ହଉ ଠିକ୍ ଅଛି । ଅଳ୍ପ ଦୁଃଖରେ ରାଜୁ ବାହାନା କରି ଯିବାକୁ ବାହାରିଲା । ରିନା, ଆସି ରାଜୁ କୁ ଗୋଟିଏ ହଗ୍ କରିଦେଲା। ରାଜୁ କହିଲା, ୱାଓ, ରିନା କହିଲା ଆରେ ଏଇଟା ସାଙ୍ଗ ବାଲା ହଗ୍, ଲଭ ବାଲା ନୁହଁ, ଏବେ ତମେ ଯାଇ ପାର। ରାଜୁ ଏବଂ ରିନା ନିଜ ନିଜ ଘରକୁ ଫେରିଗଲେ ।

ଠିକ୍ ତିନି ଦିନ ପରେ ପୁଣି ସବୁ ସାଙ୍ଗ ରିନା ଘରକୁ ଆସିଲେ ସେଥର କଲେଜ୍ ରୁ ୧୨ ଜଣ ପୁଅ ଏବଂ ୭ ଟି ଝିଅ ଆସିଥିଲେ । ସାଙ୍ଗରେ ରିନା ର ବାପାଙ୍କୁ ନେଇ ଆସିଥିଲେ । ସେଦିନ ରାଜୁ ଏବଂ ରିତେଶ ସମସ୍ତେ ମିଶି କଥା ହେଲେ ଯେ ଆଜି ଯଦି ସେ ଗାଁ ଲୋକେ କେହି କିଛି କୁହନ୍ତି ଆମେ ମଧ୍ୟ ପ୍ରତିବାଦ କରିବା ଏବଂ ରିନା ର ହକ୍ ପାଇଁ ଲଢ଼ିବା ଏବଂ ଠିକ୍ ସେମିତି ହିଁ ହେଲା। ଗାଁ ର ମୁଖିଆ ବୋଲାଉଥିବା କିଛି ଲୋକ ଆସି ରିନା ର ଘର ଆଗରେ ପହଞ୍ଚିଲେ । ପଚାରିଲେ ତମେ କିଏ, ରାଜୁ କହି ଉଠିଲା। ପ୍ରଥମେ କୁହନ୍ତୁ ଆପଣ ମାନେ କିଏ ଏବଂ ଆପଣଙ୍କ ପରିଚୟ କଣ ? ସେଥି ମଧ୍ୟରେ ଠିଆ ହୋଇଥିବା ଜଣେ ବ୍ୟକ୍ତି କହିଲା ମୁଁ ଏହି ଗ୍ରାମର ସଭାପତି। ରାଜୁ କହିଲା, ତେବେ ମୁଁ ମଧ୍ୟ ଆମ କଲେଜ୍ ର ସଭାପତି। କଣ ପ୍ରଶ୍ନ ଅଛି ଏବଂ କଣ ଜାଣିବାକୁ ଚାହୁଁଛନ୍ତି ?

ସଭାପତି କହିଲେ, ଏମିତି ଗଣ୍ଡା ଗଣ୍ଡା ଟୋକା ଆସି ଏଠି ପ୍ରହସନ ଚଲେଇଛ ?? ରାଜୁ କହିଲା, ପ୍ରହସନ ତ ଆପଣ କରୁଛନ୍ତି। ଆପଣ ସେଦିନ ଯେଉଁ ଅପମାନ କରିଥିଲେ ସେଦିନ ର ଅପମାନ ଆମେ ଏବେ ପର୍ଯ୍ୟନ୍ତ ଭୁଲି ନାହୁଁ। ଆପଣଙ୍କ ଅନୁସାରେ ରିନା ର ପରିବାର ଛୋଟ ଆଉ ଦଳିତ ଜାତି ବୋଲି ତାଙ୍କର କିଛି ସମ୍ମାନ କି ଇଜ୍ଜତ ନାହିଁ ? ସେ ମୁଣ୍ଡ ଉଠେଇ ବାଟ ଚାଲି ପାରିବ ନାହିଁ ?? ସେ ଗ୍ରାମ ନଳକୂଅ ରୁ ପାଣି ପିଇ ପାରିବ ନାହିଁ ?? ସେ ପୋଖରୀ ରେ ଗାଧୋଇ ପାରିବ ନାହିଁ ?? ଏ ସବୁ ଛୁଆଁ ଛୁତ କୁ ଥିବା ଜାତି ପ୍ରଥା ମାନଙ୍କୁ ଅନ୍ୟାୟ କରିବ ଯଦି ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କୁ କଠୋର ଦଣ୍ଡ ଦେବ ବୋଲି ନିଷ୍ପତି ନେଇଛି । ଆପଣ କଣ ଜାଣି ନାହାନ୍ତି ??? ଏବଂ ତଥାପି ଆପଣ କିଛି ସମସ୍ୟା ଉତ୍ପନ୍ନ କରନ୍ତି ତେବେ ଆମେ ସମସ୍ତେ ତୁମ ସମସ୍ତଙ୍କ ନାମରେ ପୋଲିସ ରେ ରିପୋର୍ଟ ଦେବୁ। ଏତିକି ଶୁଣି ସଭାପତି ଅଳ୍ପ ପଛ ଘୁଂଚା ଦେଲେ। ପୁଣି କହି ଉଠିଲେ। କିଏ ମନା କରିଛି ତାଙ୍କୁ ପାଣି ପିଇବା ପାଇଁ ? ପୋଖରୀ କୁ ଯିବା ପାଇଁ ?
ରାଜୁ, ଏଇ ମିଛ ସଂଳାପ ଆଉ କାହାକୁ ସୁଣେଇବେ । ଆପଣ ଖୁସି ହେବା କଥା ଯେ ରିନା ଭଳି ଝିଅ ଆପଣଙ୍କ ଗାଁ ର ନାମ ରଖିଛି, ସେ ୯୯% ନମ୍ବର ରଖି ଏହି ଜିଲ୍ଲାରେ ପାସ୍ କରିଛି। ଏବଂ ଆପଣ ଯେ ଛୋଟ ଜାତି ବୋଲି ତା ପ୍ରତି ଅନ୍ୟାୟ କରୁଛନ୍ତି ଏବଂ ଏହା ହେଉଛି ଆମର ଶେଷ କଥା। ଯଦିଓ ରିନା ପ୍ରତି କେବେ ଅନ୍ୟାୟ ହୁଏ ତେବେ ଗ୍ରାମର ସମସ୍ତ ସଦସ୍ୟ ଙ୍କୁ ଜେଲ ପଠେଇ ଦେବୁ। ଏତିକି ଶୁଣି ଆସିଥିବା ଲୋକଙ୍କ ମଧ୍ୟରୁ ଧୀରେ ଧୀରେ ଯିଏ ଯୁଆଡେ ଚାଲିଗଲେ। ତାପରେ ଘର ଭିତରେ ସବୁ ସାଙ୍ଗମାନେ ମିଶି ରିନା କୁ ହସେଇବକୁ ଚେଷ୍ଟା କରିଲେ।

ସେଦିନ ଠାରୁ ରିନା ଉପରୁ ଯେମିତି ଛୋଟ ଜାତିର ଲୋକ ଦାଗ ଟି ଯେମିତି ଲିଭି ବାକୁ ଲାଗିଥିଲା । ବେଳେବେଳେ ସବୁ ସାଙ୍ଗ ମାନେ ରିନା ଘରକୁ ଆସନ୍ତି । ମାତ୍ର ଗ୍ରାମର କେହି ଜଣେ ମଧ୍ୟ ପାଟି ଖୋଲି କିଛି କୁହନ୍ତି ନାହିଁ । ରିନା ର ବାପା ମଧ୍ୟ ରିନା ର ସାଙ୍ଗ ମାନଙ୍କୁ ଦେଖି ଖୁସି ହୁଅନ୍ତି ଏବଂ ସେ ଆଗ ଭଳି ବିଡି କିମ୍ବା ଗଞ୍ଜେଇ ପିଉ ନାହାନ୍ତି । ଆଗ ଭଳି ଭାରି କାମ କରୁ ନାହାନ୍ତି । ବର୍ତମାନ ତାଙ୍କ ଦେହ ଠିକ୍ ହେବାରେ ଲାଗିଛି ଏବଂ ରିନା ପ୍ରତିଦିନ କଲେଜ୍ ଯାଉଥାଏ।

ପ୍ରଥମ ବର୍ଷ ପଢା ପଢ଼ି ବହୁତ୍ ଭଲରେ ଚାଲିଲା । ଏବେ ରାଜୁ, ରିନା କୁ ପୁଣି ଇମ୍ପ୍ରେସ କରିବାରେ ଲାଗି ପଡ଼ିଥିଲା…. ତେବେ ରାଜୁ ଆଉ ରିନା ର କାହାଣୀ କୁ ଅନ୍ୟ ଏକ କାହାଣୀ ମାଧ୍ୟମରେ ପଢ଼ିବା…

ତେବେ ଏହି କାହାଣୀ ତ ଏତିକି ଥିଲା, ପଢ଼ି ସାରିବା ପରେ କେମିତି ଲାଗିଲା, କମେଣ୍ଟ୍ କରିବାକୁ ଭୁଲିବେ ନାହିଁ ଏବଂ ରିଲ୍ ଦେଖିବା ଛାଡ଼ି ମୋ କାହାଣୀ କୁ ଏତିକି ସମୟ ଦେଇ ପଢ଼ି ଥିବାରୁ ମୋ ତରଫରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ।

ମୁଁ ଜାଣିଛି ଆପଣ ପଢ଼ି ସାରିବା ପରେ ଫୋନ୍ ର ବେକ୍ ବଟନ୍ କୁ ଶୀଘ୍ର କ୍ଲିକ୍ କରିଦେବେ ଏବଂ ସେୟାର କରିବାକୁ ଭୁଲି ଯିବେ। ସେଥିପାଇଁ ଏହି ଗଳ୍ପ ର ଲିଙ୍କ୍ କୁ ମୁଁ ତଳେ ରଖିଛି ତାକୁ କିଛି ସମୟ Hold କରନ୍ତୁ (Copy Link Address) କୁ କ୍ଲିକ୍ କରନ୍ତୁ ଏବଂ ଏହି ଲିଙ୍କ୍ କୁ କପି କରି ନିଜ ଷ୍ଟାଟସ୍ ରେ ରଖନ୍ତୁ ଏବଂ ନିଜ ଫେସବୁକ୍ ଏବଂ ଅନ୍ୟ ସୋସିଆଲ ମିଡିଆ ରେ ସେୟାର ମଧ୍ୟ କରନ୍ତୁ ।



।।। ପୁଣି ଥରେ ଧନ୍ୟବାଦ ।।।

ହଁ ଆଗାମୀ ଅଧ୍ୟାୟ “ରିନା ଆଉ ରାଜୁ” ର କାହାଣୀ ପଢ଼ିବା ପାଇଁ ଏହି କାହାଣୀ ର କମେଣ୍ଟ ବକ୍ସ ରେ ଅଧିକରୁ ଅଧିକ ଆପଣଙ୍କ ଭଲ ପାଇବା ଏବଂ କାହାଣୀ ପ୍ରତି ଇଚ୍ଛା ପ୍ରକଟ ସ୍ୱରୂପ ଶବ୍ଦ ପାଇଁ ଆଶା ରଖିଛି। କମେଣ୍ଟ ସହିତ ନିଜ ନାମ ଲେଖିବାକୁ ଭୁଲିବେ ନାହିଁ।



ଲିଙ୍କ୍ ଏଠି ଅଛି : https://bhuyansblog.in/2023/08/rina/



ଆପଣଙ୍କ ପ୍ରିୟ ଗାଳ୍ପିକ ନୀଳମାଧବ ଭୂୟାଁ ଙ୍କ ଦ୍ଵାରା ଲିଖିତ

Pages: 1 2 3

8 Responses

Leave a Reply

Your email address will not be published. Required fields are marked *

Discover more from Bhuyans Blog

Subscribe now to keep reading and get access to the full archive.

Continue reading